ଗାଧାଉଥିବା ବେଳେ ଟାଣିନେଲା କୁମ୍ଭୀର
କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଡିଆପାରି ଗ୍ରାମର ଜଣେ ବାଳକକୁ ଆଜି ପୂର୍ବାହ୍ନ ୧୧ଟାରେ ଏକ କୁମ୍ଭୀର ଟାଣି ନେଇଛି। ସେ ହେଉଛନ୍ତି ଉକ୍ତ ଗ୍ରାମରେ ବିଚିତ୍ର ସେଠୀଙ୍କ ପୁଅ ଶ୍ରୀକାନ୍ତ। ଉଲ୍ଲେଖଯୋଗ୍ୟ, ଶ୍ରୀକାନ୍ତ ରାଜନଗର ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର। ସେ ହଂସୁଆ ନଈରେ ଗାଧୋଇଥିବା ବେଳେ ଏକ ବଉଳା କୁମ୍ଭୀର ନଈ ଭିତରକୁ ଟାଣି ନେଇଛି।
ସୂଚନାଯୋଗ୍ୟ, ସକାଳ ପ୍ରାୟ ୧୦ଟା ବେଳେ ଗାଁର ବିଚିତ୍ର ସେଠୀଙ୍କ ୧୪ବର୍ଷର ପୁଅ ଶ୍ରୀକାନ୍ତ ହଂସୁଆ ନଦୀକୁ ଗାଧୋଇ ଆସିଥିଲା। ପ୍ରଚଣ୍ଡ ଗରମ ହେଉଥିବାରୁ ଗାଧାଉ ଗାଧାଉ ନଈ ଭିତରକୁ ପଶିବାକୁ ଲାଗିଲେ। ଅନ୍ୟ ସାଥିମାନେ ନଈ କୂଳରେ ଗାଧାଉଥିବା ବେଳେ ଶ୍ରୀକାନ୍ତ ପଶି ଯାଇଥିଲେ ମଝିକୁ। ଆଉ ଏତିକି ବେଳେ ମଣିଷଖିଆ କୁମ୍ଭୀରକୁ ସୁଯୋଗ ମିଳିଗଲା। ସେ ଝପଟି ପଡିଲା ଶ୍ରୀକାନ୍ତଙ୍କ ଉପରକୁ। ହାତ ଉଠାଇ ଚିତ୍କାର କରୁଥିଲେ ବି ତାଙ୍କୁ ଉଦ୍ଧାର କରିବାକୁ କାହାର ଜୁ ନ ଥିଲା। ସାଥିପିଲାମାନଙ୍କ ଆଗରେ ଏମିତି ଘଟଣା ଘଟୁଥିଲେ ବି କେହି କିଛି କରିବାକୁ ରାସ୍ତା ପାଉ ନ ଥିଲେ।
ଶ୍ରୀକାନ୍ତଙ୍କ ମାଆ ଓ ପରିବାର ଲୋକଙ୍କ ବୁକୁଫଟା କାନ୍ଦରେ ସମଗ୍ର ଅଞ୍ଚଳ ଶୋକାକୁଳ ହୋଇଉଠିଛି। ତେବେ ବନବିଭାଗ ନଦୀର ଗାଧୁଆ ତୁଠରେ ସୁରକ୍ଷା ବାଡ଼ ଦେଉ ନ ଥିବାରୁ ଲୋକେ କୁମ୍ଭୀରମାନଙ୍କ ଶିକାର ହେଉଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି।
ପଢନ୍ତୁ; ବାଲେଶ୍ୱରରେ ଦୁର୍ଘଟଣା: ମାଛ ବୋଝେଇ ଟ୍ରକ୍କୁ ପଛରୁ ଧକ୍କା ଦେଲା ବସ, ଡ୍ରାଇଭର ମୃତ!