SPORTS

ଫିଫା ବିଶ୍ୱକପ୍‍ରୁ ବାଦ୍‍ ପଡ଼ିଲା ବ୍ରାଜିଲ୍‍

ବିଶ୍ୱକପ୍‍ରୁ ବାଦ୍‍ ପଡ଼ିଲା ବ୍ରାଜିଲ

ଚଳିତ ବିଶ୍ୱକପର ଅନ୍ୟତମ ସଫଳ ଟିମ କୁହାଯାଉଥିବା ବ୍ରାଜିଲ ଶୁକ୍ରବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟରଫାଇନାଲ ମୁକାବିଲାରେ ବେଲଜିୟମ ଠାରୁ ପରାସ୍ତ ହେବା ପରେ ବିଦାୟ ନେଇଛି । ଫଳରେ ୬ଷ୍ଠ ଥର ଚାମ୍ପିଅନ ହେବାକୁ ରଖିଥିବା ସ୍ୱପ୍ନ ଧୂଳିସାତ ହୋଇଛି ।

ବେଲଜିୟମ ୨-୧ରେ ବ୍ରାଜିଲକୁ ପରାସ୍ତ କରିବା ପରେ ସେମିଫାଇନାଲରେ ପ୍ରବେଶ କରିଛି। ଆର୍ଜେଣ୍ଟିନାର ନିଓନେଲ ମେସି ଓ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡେଙ୍କ ଭଳି ବ୍ରାଜିଲର ନେମାରଙ୍କ ମଧ୍ୟ ସମଦଶା ହୋଇଛି । ଉଇରୋପୀୟ ମହାଶକ୍ତି ବେଲଜିୟମ ସଫଳତାର ପହାଡ଼ ଚଢୁଥିବା ବେଳେ ଦକ୍ଷିଣ ଆମେରିକୀୟ ଅଭିଯାନ ମୂଳପୋଛ ହୋଇଛି । ପୂର୍ବରୁ କ୍ୱାର୍ଟର ଫାଇନା ମ୍ୟାଚରେ ଦକ୍ଷିଣ ଆମେରିକୀୟ ଦଳ ଉରୁଗୁଏକୁ ଫ୍ରାନ୍ସ ୨-୦ ଗୋଲରେ ହରାଇ ବିଦାୟ ଦେଇଥିଲା । ବେଲଜିୟମ ଓ ଫ୍ରାନ୍ସ ମଧ୍ୟରେ ଜୁଲାଇ ୧୦ରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ।

ସେମିଫାଇନାଲରେ ସାମ୍ନାସାମ୍ନି ହେବେ ଫ୍ରାନ୍ସ ଏବଂ ବେଲଜିୟମ । ଷଷ୍ଠ ଥର ପାଇଁ ସେମିରେ ପ୍ରବେଶ କରିଛି ଫ୍ରାନ୍ସ। ୨୦୦୬ ପରେ ପୁଣି ଚଳିତ ଫିଫା ସେମିଫାଇନାଲରେ କମାଲ ଦେଖାଇବ ଫ୍ରାନ୍ସ । ଶୁକ୍ରବାର ମଧ୍ୟରାତ୍ରୀରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ବେଲଜିୟମ ୨-୧ ଗୋଲରେ ବ୍ରାଜିଲକୁ ହରାଇ ସେମିଫାଇନାଲ ଟିକେଟ ହାସଲ କରିଛି । ଜୁଲାଇ ୧୦ ରେ ସେଣ୍ଟ ପିଟର୍ସବର୍ଗରେ ସେମିଫାଇନାଲ ମ୍ୟାଚ ଖେଳାଯିବ।

ପଢନ୍ତୁ; ଜୁଲାଇ ୭ ଶନିବାର:ଜାଣନ୍ତୁ ଆଜିର ରାଶିଫଳ

Related posts

ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷରେ ବିରାଟ କୋହଲି ଓ ଜଶପ୍ରୀତ ବୁମରା

ENO Beuro

ଷ୍ଟିଫେନ୍‌ କନଷ୍ଟାଣ୍ଟାଇନଙ୍କ ଇସ୍ତଫା

ENO Beuro

ହକି ବିଶ୍ୱକପ୍‌: ୨୮ରେ କଟକରେ ରେହମାନ୍, ଟ୍ଵିଟ କରି ଖୁସି ଜାହିର କଲେ

ENO Beuro

1 comment

Leave a Comment