• Home
  • News
  • ସୁପରସୋନିକ ମିସାଇଲ ‘ବ୍ରୋହ୍ମସ’ର ସଫଳ ପରୀକ୍ଷଣ!
News

ସୁପରସୋନିକ ମିସାଇଲ ‘ବ୍ରୋହ୍ମସ’ର ସଫଳ ପରୀକ୍ଷଣ!

ରାଜସ୍ଥାନର ପୋଖରାନ୍‌ ଟେଷ୍ଟ ରେଞ୍ଜରୁ ଆଜି ସକାଳେ ଉଚ୍ଚ କ୍ଷମତାସମ୍ପନ୍ନ ସୁପରସୋନିକ୍‌ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ସଫଳ ଉଡାଣ ପରୀକ୍ଷଣ କରାଯାଇଛି। ଭାରତରେ ନିର୍ମିତ ବିଶ୍ୱର ଏହି ଦ୍ରୁତତମ କ୍ଷେପଣାସ୍ତ୍ରର ପୁଣି ଥରେ ସଫଳ ପରୀକ୍ଷଣ ଫଳରେ ଭାରତର ସୁରକ୍ଷା ଆହୁରି ମଜଭୁତ ହୋଇଛି ।

ମିଳିଥିବା ସୂଚନା ମୁତାବକ ମିସାଇଲ ତିନି ଥର ଉଡାଣ ଭରିଥିଲା ଯାହାର ରେଞ୍ଜ ୨୯୦ କିଲୋମିଟର ଥିଲା।

ମିସାଇଲର ବିଶେଷତ୍ଵ ଏହା ଯେ ଇଣ୍ଡୋ-ରୁଷିୟାନ ଜଏଣ୍ଟ ଭେଞ୍ଚର ସହିତ ବ୍ରୋହ୍ମସ କ୍ଷେପଣାସ୍ତ୍ରର ମାରକ କ୍ଷମତାକୁ ୪୦୦ କିମି ପର୍ୟ୍ୟନ୍ତ ବଢା ଯାଇ ପାରେ। ବ୍ରୋହ୍ମସ ସୁପରସୋନିକ କ୍ରୁଜ ମିସାଇଲକୁ ୪୦ ସୁଖୋଇ ଲଢୁଆ ବିମାନ ସହିତ ଏକକୀକୃତ କରିବା ପାଇଁ କାମ ଜାରି ରହିଛି।

ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ(ଡିଆର୍‌ଡିଓ)ର ଏହି ସଫଳତାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରମଣ ଟୁଇଟର ଯୋଗେ ଡିଆର୍‌ଡିଓର ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସୁପରସୋନିକ ମିସାଇଲ ‘ବ୍ରୋହ୍ମସ’ର ସଫଳ ପରୀକ୍ଷଣ! bramosh

ପଢନ୍ତୁ; ଭଗବାନ ଶିବଙ୍କର ଏହି ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା କି ଲାଭ ମିଳିଥାଏ ଜାଣନ୍ତୁ 

Related posts

ଅଙ୍ଗନୱାଡ଼ି ଦିଦିଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

Krishna Kumar Manoj

ବହୁ ବାଦ ବିବାଦ ପରେ ଓଡ଼ିଶା ସୀମାରୁ ହଟିଲା ପଶ୍ଚିମବଙ୍ଗର ହୋର୍ଡିଂ

Krishna Kumar Manoj

ବନ୍ଦହେଲା ୩୫୮ଟି ଏଟିଏମ, ଯାଣନ୍ତୁ କ’ଣ ରହିଛି ଏହାର କାରଣ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More