ଆସନ୍ତୁ ଜାଣିବା ବ୍ରେଡରେ କିପରି ପ୍ରସ୍ତୁତ କରିବେ ଗୁଲାବ ଜାମୁନ

ଆବଶ୍ୟକୀୟ ସାମଗ୍ରୀ:-

ବ୍ରେଡ ୮ଟି
ଗୁଜୁରାତି ଗୁଣ୍ଡ
କାଜୁ ଓ ଖିସମିସ୍ସ
ର ମିଶା କ୍ଷୀର ଏକ କପ୍ଚିନି ଏକ କପ୍,ପାଣି ଦୁଇ କପ୍,ଛାଣିବାକୁ ତେଲ ।
ପ୍ରଥମେ ବ୍ରେଡ ଗୁଡିକର ଚାରି କଡରେ ଥିବା ମାଟିଆ ଅଂଶକୁ କାଟି ଦିଅନ୍ତୁ । ଏବେ ସେହି ଧଳା ବ୍ରେଡକୁ ନେଇ ହାତରେ ଛିଣ୍ଡାଇ ଛୋଟ ଛୋଟ ଖଣ୍ଡ କରି ଏକ ପାତ୍ରରେ ରଖନ୍ତୁ । ସେଥିରେ ସର ମିଶା କ୍ଷୀର ଅଳ୍ପ ଅଳ୍ପ ଦେଇ ଅଟା  ଚକଟିଲା ଭଳି ଚକଡନ୍ତୁ। ଏବେ ଗୁଲାବ ଜାମୁନ ପାଇଁ ସେଥିରୁ ଛୋଟ ଛୋଟ ବଲ୍ ପ୍ରସ୍ତୁତ କରନ୍ତୁ। ଆପଣ ଚାହିଁଲେ ସେହି ବଲ୍ ମଝିରେ କାଜୁ ବା ଖିସମିସ୍ ଦେଇ ପାରିବେ ।

ଏବେ ସିରା ପ୍ରସ୍ତୁତ ପାଇଁ ଗ୍ୟାସରେ କଡେଇ ବସାଇ ୨ କପ୍ ପାଣି ଓ ଏକ କପ୍ ଚିନି ଦେଇ ଫୁଟାନ୍ତୁ । ସେଥିରେ ଅଳ୍ପ ଗୁଜୁରାତି ଗୁଣ୍ଡ ମଧ୍ୟ ପକାଇ ପାରିବେ । ଅନ୍ୟ ଏକ କଡେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲା ପରେ ଗୁଲାବ ଜାମୁନ ବଲ୍ ଗୁଡିକୁ ପକାଇ ଆଞ୍ଚରେ ଗୋଲଡେନ୍ ବ୍ରାଉନ୍ ହେବା ଯାଏଁ ଛାଣନ୍ତୁ ।

ଗୋଲଡେନ୍ ବ୍ରାଉନ୍ ରଙ୍ଗ ହୋଇଗଲେ ତେଲରୁ କାଢି ଆଣି ଫୁଟନ୍ତା ସିରାରେ ପକାନ୍ତୁ । ଅଳ୍ପ ସମୟ ପରେ ଗୁଲବ ଜାମୁନ ନରମ ଲାଗିଲେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ  ଏବଂ ଏକ ପାତ୍ରକୁ କାଢି ଆଣନ୍ତୁ । ପ୍ରସ୍ତୁତ ହୋଇଗଲା ବ୍ରେଡ୍ ଗୁଲବ ଜାମୁନ୍ । ସେଥିରେ କଟା ପିସ୍ତା ବାଦାମ ଦେଇ ସଜେଇ ଦିଅନ୍ତୁ ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ କିନ୍ନରଙ୍କଠାରୁ ଆଣନ୍ତୁ ଏହି ଗୋଟିଏ ଜିନିଷ

ପ୍ରଥମେ ବ୍ରେଡ ଗୁଡିକର ଚାରି କଡରେ ଥିବା ମାଟିଆ ଅଂଶକୁ କାଟି ଦିଅନ୍ତୁ - 4.5

89%

ତେଲ ଗରମ ହୋଇଗଲା ପରେ ଗୁଲାବ ଜାମୁନ ବଲ୍ ଗୁଡିକୁ ପକାଇ ଆଞ୍ଚରେ ଗୋଲଡେନ୍ ବ୍ରାଉନ୍ ହେବା ଯାଏଁ ଛାଣନ୍ତୁ । - 4.7

93%
4.6/5

Excellent!

ଆସନ୍ତୁ ଜାଣିବା ବ୍ରେଡରେ କିପରି ପ୍ରସ୍ତୁତ କରିବେ ଗୁଲାବ ଜାମୁନ

 ପ୍ରଥମେ ବ୍ରେଡ ଗୁଡିକର ଚାରି କଡରେ ଥିବା ମାଟିଆ ଅଂଶକୁ କାଟି ଦିଅନ୍ତୁ । ଏବେ ସେହି ଧଳା ବ୍ରେଡକୁ ନେଇ ହାତରେ ଛିଣ୍ଡାଇ ଛୋଟ ଛୋଟ ଖଣ୍ଡ କରି ଏକ ପାତ୍ରରେ ରଖନ୍ତୁ । ସେଥିରେ ସର ମିଶା କ୍ଷୀର ଅଳ୍ପ ଅଳ୍ପ ଦେଇ ଅଟା  ଚକଟିଲା ଭଳି ଚକଡନ୍ତୁ। ଏବେ ଗୁଲାବ ଜାମୁନ ପାଇଁ ସେଥିରୁ ଛୋଟ ଛୋଟ ବଲ୍ ପ୍ରସ୍ତୁତ କରନ୍ତୁ ।

No Votes Yet

You're not rated yet