LIFESTYLE

ଆସନ୍ତୁ ଜାଣିବା ବ୍ରେଡ ଖାଇବା ଦ୍ଵାରା କେଉଁ ସମସ୍ୟା ଦେଖା ଦେଇଥାଏ

ଦୈନଦିନ ଜୀବନରେ ବ୍ୟସ୍ତତା ଭିତରେ ସବୁ କାମ ଠିକ ସମୟରେ କରିବାକୁ ଆମେ ଚେଷ୍ଟା  କରିଥାଉ । ବିଶେଷ କରି ଖାଇବା ପିଇବା ପରେ ଅଧିକ ଗୁରୁତ୍ୱ ଦେଇଥାଉ  । କାରଣ ଆଜିକା ସମୟରେ କାମର ବୋଝ ଏତେ ଯେ ,ଖାଇବାକୁ ସମୟ ମିଳି ନଥାଏ । ଅଧିକାଂଶ ଲୋକ ପ୍ରାତଃଭୋଜନରେ ବ୍ରେଡ ଖାଇଥାନ୍ତି । ହେଲେ ଆପଣ ଜାଣିଛନ୍ତି କି ଏପରି ବ୍ରେଡ ଖାଇବା ସ୍ୱାସ୍ଥ୍ୟପ୍ରତି ହାନୀକାରକ ।

ବ୍ରେଡ ସ୍ୱାସ୍ଥ୍ୟପ୍ରତି ହାନୀକାରକ

ବ୍ରେଡରେ ପୋଟାସିୟମ ବ୍ରୋମେଟ ବା ଆୟୋଡେଟ ବ୍ୟବହାର କରାଯାଇଥାଏ । ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଫୋର ସାଇନ୍ସ ଆଣ୍ଡ ଏନଭର୍ଣ୍ଣମେଣ୍ଟ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି ।

ଏଥିରେ କେମିକାଲ ଅଧିକ ଥିବାରୁ ଏହା ପାଣି ସହ ମିଶିବା ପରେ ଫୁଲି ଯାଇଥାଏ । ଯାହା ପାଚନ ପ୍ରକ୍ରିୟାକୁ ଧୀର କରିଦେଇଥାଏ । ଫଳରେ ପେଟ ଜନିତ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ ।

ବ୍ରେଡରେ କାର୍ବନ ଡାଇଅକ୍ସାଇଡ ଓ ବେମାଇନ ପରି ବିଷାକ୍ତ ପଦାର୍ଥ ଥାଏ । ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏଥିରେ  ଥିବା ଲୁଣ, କାର୍ବୋହାଇଡ୍ରେଟ, ରିଫାଇଣ୍ଡ, ସୁଗାର ଶରୀରରେ ଓଜନ ବୃଦ୍ଧି କରିଥାଏ।

ଏଥିରେ ପୋଷକ ତତ୍ତ୍ୱ କମ ରହିଥାଏ । ଏହା କେବଳ ପେଟ ପୁରିବାରେ ସହାୟକ ହୋଇଥାଏ । ହେଲେ ଶରୀରକୁ କିଛି ଶକ୍ତି ମିଳି ନଥାଏ ।

ପଢନ୍ତୁ ;

ଆସନ୍ତୁ ଜାଣିବା ଭ୍ରମଣ ସମୟରେ ଅର୍ଥକୁ କିପରି ସୁରକ୍ଷିତ ରଖିବେ

Related posts

ହୃତପିଣ୍ଡକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ନିୟମ!

ENO Beuro

ଲବଙ୍ଗ ବହୁତ ଉପକାରୀ !ତେବେ ଆସନ୍ତୁ ଜାଣିବା ଲବଙ୍ଗ ଖାଇଲେ କି କି ଲାଭ ମିଳିଥାଏ

ENO Beuro

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More