POLITICALS

ସବୁଦିନ ପାଇଁ ଭାଙ୍ଗିଲା ସପା-ବସପା ମେଣ୍ଟ

Untitled 1

ଜୋର ଧରିଲା ଉତ୍ତରପ୍ରଦେଶ  ରାଜନୀତି । ବୁଆ-ବବୁଆ ମହାମେଣ୍ଟରେ ସୃଷ୍ଟି ହେଲା ବଡ ଫାଟ । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି  ସହ ମିଶି ନିର୍ବାଚନ ଲଢ଼ିବାକୁ ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ ଦ୍ବାର ଖୋଲା ରଖିଥିଲେ। କିନ୍ତୁ ସୋମବାର ସେ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଛନ୍ତି। ଆଜି ମେଣ୍ଟ ଭାଙ୍ଗିବା ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି ବିଏସପି ସୁପ୍ରିମୋ ।ଏହା ସହ ସମାଜବାଦୀ ପାର୍ଟି ସହିତ ତାଙ୍କ ଦଳ ସବୁଦିନ ପାଇଁ ମେଣ୍ଟ ଭାଙ୍ଗିଲା ବୋଲି ମାୟାବତୀ ଟ୍ବିଟ୍‌ କରି ଜଣାଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ମେଂଟ କରି ବିଜେପି ବିରୋଧରେ ଲଢ଼ିଥିଲେ ଉତ୍ତରପ୍ରଦେଶର ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଦଳ । କିନ୍ତୁ ଭଲ ପ୍ରଦର୍ଶନ କରି ପାରିନଥିଲା ମେଣ୍ଟ । ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜପାର୍ଟି ମଧ୍ୟରେ ସପା-ବସପା ମେଣ୍ଟ ନିଅଁ ପଡିଥିଲା । ଏଥିପାଇଁ ମାୟାବତୀ ସପା କର୍ମୀଙ୍କୁ ଦାୟୀ କରି ମେଂଟ ଭାଙ୍ଗିବାକୁ ସଂକେତ ଦେଇଥିଲେ ।

ପଢନ୍ତୁ: ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିଥିବା ପୂର୍ବତନ ଡିଜିପି ଭି.ଆର ଲକ୍ଷ୍ମୀନାରାୟଣଙ୍କ ପରଲୋକ

Related posts

ବିବାଦ ପରେ ବି ଜିତିଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

Ratnamani Moharana

ଗୁର୍ଦାସପୁରରୁ ଆଜି ନାମାଙ୍କନ ଦାଖଲ କଲେ ଅଭିନେତା ସନ୍ନି ଦେଓଲ

Ratnamani Moharana

ପାକିସ୍ତାନର ହାତ ଛାଡ଼ିଲା ବେଷ୍ଟ ଫ୍ରେଣ୍ଡ୍‌ ଚୀନ୍‌

Ratnamani Moharana

Leave a Comment