News

ବ୍ରାହ୍ମଣୀ ସେତୁ ଯାତ୍ରୀଙ୍କ ପାଇଁ ପାଲଟିଛି ମରଣ ଜନ୍ତା, ନଭେମ୍ବର ୨ରୁ ବ୍ରାହ୍ମଣୀ ସେତୁ ବଂଚାଅ ଆନ୍ଦୋଳନ

ଯାଜପୁର ଜିଲ୍ଲା ଧର୍ମଶାଳା ର ବ୍ରାହ୍ମଣୀ ସେତୁ ମରାମତି କାର୍ଯ୍ୟ ପାଇଁ ନଭେମ୍ବର ୨ତାରିଖରୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ନେତୃତ୍ୱରେ ତିନୋଟି ନିର୍ବାଚନ ମଣ୍ଡଳୀର ଲୋକେ ହେବେ ସାମିଲ । ବ୍ରାହ୍ମଣୀ ସେତୁ ବଂଚାଅ ନାମରେ ହେବ ଆନ୍ଦୋଳନ ।

ଯାଜପୁର ଜିଲ୍ଲା ଧର୍ମଶାଳା ଦେଇ ଯାଇଥିବା ୨ ଶହ ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀ ସେତୁ ଏବେ ବିପଦ ସଙ୍କୁଳ ଅବସ୍ଥାରେ ଅଛି । ସୁକିନ୍ଦା, ଧର୍ମଶାଳା, ବଡଚଣା ତିନୋଟି ନିର୍ବାଚନ ମଣ୍ଡଳୀ ଲୋକଙ୍କ ଜୀବନ ରେଖା କୁହାଯାଉଥିବା ଏ ପୋଲ, ଏବେ ଯାତ୍ରୀଙ୍କ ପାଇଁ ମରଣ ଜନ୍ତା ପାଲଟିଛି ।

୬୦ ବର୍ଷତଳର ପୋଲର ଅବସ୍ଥା ଅତି ଦୟନୀୟ । କେଉଁଠି ପୋଲର ବାଡ ଭାଙ୍ଗିଯାଇଛି ତ କେଉଁଠି ବିରାଟ ବିରାଟ ଫାଟ, ଯାତ୍ରୀମାନଙ୍କୁ ମରଣ ମୁହଁକୁ ଟାଣି ନେଉଛି । କେତେବେଳେ ଦୁର୍ଘଟଣା ଘଟିବ ତାହା କହି ହେବନି ।

ବ୍ରାହ୍ମଣୀ ପୋଲ ଦେଇ ପ୍ରତିଦିନ ଶହଶହ ବସ୍ ଟ୍ରକ, ଛୋଟ ଛୋଟ ଗାଡି ଯା’ଆସ କରୁଛି । କେବଳ ଏତିକୁ ନୁହେଁ, ଏହି ପୋଲ ଦେଇ କଳିଙ୍ଗନଗରରୁ ପାରାଦ୍ୱୀପକୁ କଂଚାମାଲ ପରିବହନ ହୋଇଥାଏ ।

ପୋଲଟି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବେଳେ ଏହାର ମରାମତି ପାଇଁ ଜାତୀୟ ରାଜପଥ କର୍ତୃପକ୍ଷ ଆନ୍ତରିକତା ଦେଖାଉନଥିବାରୁ ଅସନ୍ତୋଷ ତେଜୁଛି । ସ୍ଥାନୀୟ ଲୋକେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ନେତୃତ୍ୱରେ ନଭେମ୍ବର ୨ରୁ ବ୍ରାହ୍ମଣୀ ସେତୁ ବଂଚାଅ ନାମରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଆନ୍ଦୋଳନ ଚେତାବନୀ ମିଳିବା ପରେ ପ୍ରତିକ୍ରିୟା ରଖି ଯାଜପୁର ଜିଲ୍ଲାପାଳ କହିଛନ୍ତି, ଡିପିଆର ପ୍ରସ୍ତୁତି ସରିବା ପରେ ପୋଲ ମରାମତି କାମ ହେବ ।

ବ୍ରାହ୍ମଣୀ ସେତୁ ଯାତ୍ରୀଙ୍କ ପାଇଁ ପାଲଟିଛି ମରଣ ଜନ୍ତା, ନଭେମ୍ବର ୨ରୁ ବ୍ରାହ୍ମଣୀ ସେତୁ ବଂଚାଅ ଆନ୍ଦୋଳନ

ପଢନ୍ତୁ, ଏବେ ସରକାରୀ କିମ୍ବା ଘରୋଇ ସମ୍ପତ୍ତି ନଷ୍ଟ କଲେ କ୍ଷତିପୂରଣ ସହ ୫ ବର୍ଷ ଜେଲ ଦଣ୍ଡ

Related posts

ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ

ENO Beuro

Conjoined Twins Jaga & Balia Went To AIIMS In New Delhi For Treatment

ENO Beuro

ଅନୁପ୍ରବେଶ ଉଦ୍ୟମ ପଣ୍ଡ,ଆଉ ୫ ଆତଙ୍କୀ ନିହତ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More