• Home
  • News
  • ବ୍ରିଟେନର ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗଙ୍କ ଦେହାନ୍ତ
News

ବ୍ରିଟେନର ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗଙ୍କ ଦେହାନ୍ତ

ବ୍ଲାକ ହୋଲ ଓ ବିଗ ବ୍ୟାଙ୍ଗ ଉପରେ କରିଥିଲେ ଗବେଷଣା

ଖ୍ୟାତିସମ୍ପନ୍ନ ପଦାର୍ଥ ବିଜ୍ଞାନୀ ତଥା ମହାକାଶ ବିଜ୍ଞାନୀ ପ୍ରଫେସର ଷ୍ଟିଫେନ୍‌ ହକିଙ୍ଗ୍‌ ୭୬ ବର୍ଷ ବୟସରେ ଆଜି ସକାଳେ କେମ୍ବ୍ରିଜ୍‌ ସ୍ଥିତ ତାଙ୍କ ବାସଭବନରେ ଦେହତ୍ୟାଗ କରିଛନ୍ତି। ସେ ଦୀର୍ଘଦିନ ଧରି ଆମିୟୋ ଟ୍ରୋପିକ୍‌ ସ୍କେଲିରୋସିସ୍‌ ରୋଗରେ ପୀଡ଼ିତ ଥିଲେ। ୧୯୪୨ ମସିହା ଜାନୁୟାରୀ ୮ ତାରିଖରେ ବ୍ରିଟେନ୍‌ର ଅକ୍ସଫୋର୍ଡଠାରେ ଷ୍ଟିଫେନ୍‌ ଜନ୍ମଗ୍ରହଣ କରିଥିଲେ।

ପ୍ରଫେସର୍‌ କହିଙ୍ଗ୍‌ଙ୍କର ପିଲାମାନେ, ଲୁସି, ରବର୍ଟ ଏବଂ ଟିମ୍‌ ଏକ ବିବୃତିରେ କହିଛନ୍ତି ଯେ ଆଜି ଆମ ପ୍ରିୟତମ ବାପାଙ୍କର ଦେହାନ୍ତ ହେବାରୁ ଆମେ ଖୁବ୍‌ ଦୁଃଖୀ।ସେ ଥିଲେ ଜଣେ ବଡ଼ ବୈଜ୍ଞାନିକ ଏବଂ ଅସାଧାରଣ ମଣିଷ ଯାହାଙ୍କର କାର୍ଯ୍ୟ ଏବଂ ପଦାଙ୍କ ଅନେକ ବର୍ଷ ଧରି ଜୀବିତ ରହିବ।ତାଙ୍କର ସାହସ ଏବଂ ଦୃଢ଼ତା ସହ ତାଙ୍କର ମେଧା ଏବଂ ରହସ୍ୟ ବିଶ୍ୱବ୍ୟାପୀ ଲୋକଙ୍କୁ ପ୍ରେରିତ କରିଛି। ଥରେ ସେ କହିଥିଲେ, ଆପଣମାନେ ସ୍ନେହ କରୁଥିବା ଲୋକମାନେ ରହୁ ନ ଥିଲେ ଦୁନିଆ ଅଧିକନ୍ତୁ ଦୁନିଆ ହୋଇ ରହିବ ନାହିଁ।ଆମେ ସବୁଦିନ ପାଇଁ ତାଙ୍କୁ ଝୁରିବୁ।

୨୧ ବର୍ଷ ବୟସରୁ ସେ ମୋଟର ନ୍ୟୁରନ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ଶରୀରର କୈାଣସି ଅଙ୍ଗ କାମ କରୁନଥିଲା । ସେ ମାତ୍ର ୨ ବର୍ଷ ବଂଚିବେ ବୋଲି ଡାକ୍ତରମାନେ କହିଥିଲେ। ହକିଙ୍ଗ ଥରେ କହିଥିଲେ ତାଙ୍କୁ ବୈଜ୍ଞାନିକ ବନାଇବାରେ ତାଙ୍କ ରୋଗର ବଡ ଭୂମିକା ଅଛି । ସେ ଏହା ପୂର୍ବରୁ ପାଠପଢ଼ାରେ ଧ୍ୟାନ ଦେଉନଥିଲେ । କିନ୍ତୁ ସେ ରୋଗରେ ପୀଡିତ ଥିବା ସମୟରେ ବେଶି ସମୟ ବଂଚିପାରିବେ ନାହିଁ ବୋଲି ନିଜର ସବୁ ଧ୍ୟାନ ଗବେଷଣା ଉପରେ ଲଗାଇଥିଲେ ଓ ସେ ବ୍ଲାକ ହୋଲ ଉପରେ ଗବେଷଣା କରିଥିଲେ।

ବ୍ରିଟେନର ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗଙ୍କ ଦେହାନ୍ତ stephen hawking

ପଢନ୍ତୁ;

ସୋନିଆଙ୍କ ରାତ୍ର ଭୋଜନରେ ରାଜନୀତି : ସାମିଲ ହେଲେ ୧୯ ବିରୋଧୀ ଦଳ ନେତା

Related posts

ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀ ମୃତ !

Krishna Kumar Manoj

ଘରୋଇ ବସ୍ ମାଲିକ ସଂଘର ଘୋଷଣା : ମାର୍ଚ୍ଚ ୧୪ରୁ ବସ୍ ଧର୍ମଘଟ!

Krishna Kumar Manoj

Gorakhpur Child Deaths, In Charge Dr Kafeel Khan Arrested

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More