EnewsOdia.Com

କଦଳୀ କାନ୍ଧି ଭିତରେ ଜମୁଛି ବ୍ରାଉନ୍ ସୁଗର ଚାଲାଣ

ବ୍ରାଉନ୍ ସୁଗର ଚାଲାଣର ଅଭିନବ ପନ୍ଥା। କଦଳୀ କାନ୍ଧି ଭିତରେ ହେଉଛି ବ୍ରାଉନ୍ ସୁଗର ଚାଲାଣ। ତାହା ପୁଣି କଟକରୁ ଯାଇ ରାଜନଗରରେ ପହଞ୍ଚୁଛି।  ପୁଲିସ୍‌ ଆଖିରେ ଧୂଳି ଦେବାକୁ ବ୍ରାଉନ୍ ସୁଗର ଚାଲାଣର ଏପରି ଅଭିନବ ପନ୍ଥା ବାହାର କରିଛନ୍ତି କିଛି ବେପାରୀ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ସାପ୍ତାହିକ ହାଟ ବସିଥିବା ବେଳେ ଏମିତି କିଛି ଦୃଶ୍ୟ ମୋବାଇଲରେ କଏଦ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ସାପ୍ତାହିକ ହାଟ ପ୍ରତି ସପ୍ତାହର ଶୁକ୍ରବାର ଓ ସୋମବାର ବସିଥାଏ। ଏହି ସମୟରେ ଗାଡ଼ିରେ କଟକରୁ ରାଜନଗରରେ ଯାଇ କଦଳୀ ପହଞ୍ଚିଥାଏ। ଏହାପରେ ଅତି ସତର୍କତାର ସହ ଉକ୍ତ କଦଳୀ କାନ୍ଧିରୁ ବ୍ରାଉନ୍‌ ସୁଗର ବାହାର କରି ନିଆଯାଏ।    ରାଜନଗର କଲେଜ ପଡ଼ିଆ ଓ ବଜାରର ବିଭିନ୍ନ ଅଞ୍ଚଳରେ ଏହାକୁ ବିକ୍ରି କରାଯାଇଥାଏ। ଏଥିଯୋଗୁ ରାଜନଗର ଅଞ୍ଚଳର ବହୁ ଯୁବଗୋଷ୍ଠି ନିଶାଗ୍ରସ୍ତ ହୋଇ ପଡ଼ୁଥିବା ଅଭିଯୋଗ ହୋଇ ଆସୁଛି।

ରାଜନଗରରେ ଏହି ବ୍ରାଉନ୍‌ ସୁଗର କାରବାର ବହୁ ଦିନ ହେଲାଣି ବେଧଡ଼କ ଭାବେ ଚାଲିଛି। ତେବେ ଏନେଇ ପୁଲିସ୍‌ ପାଖରେ କୌଣସି ଖବର ନାହିଁ  ନ ଥିବା ବେଳେ କିଛି ଛାତ୍ର ମୋବାଇଲରେ ରେକଡିଂ କରି ଭାଇରାଲ କରିବା ପରେ ଏହା ସାମନାକୁ ଆସିଛି। ତେଣୁ ପୁଲିସ୍‌ ଓ ଅବକାରୀ ବିଭାଗ ଜାଣିଶୁଣି ଚୁପ୍‌ ବସିଛି ନା କିଛି ଜାଣିନି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର

ବୁଲବୁଲ ପାଇଁ ସତ୍ୟବାଦୀ ବ୍ଲକ୍ ବାଗଲପୁରରେ ଚାଲିଛି ସଙ୍କୀର୍ତ୍ତନ

Ratnamani Maharana

ଆସୁଛନ୍ତି ଗଜଲକ୍ଷ୍ମୀ : ସଜେଇ ହେଉଛି ଢେଙ୍କାନାଳ

Ratnamani Maharana

ଭାରତରେ ନାରୀ ହିଂସାରେ ଆଗୁଆ ଓଡ଼ିଶା

Ratnamani Maharana

୫୫ ବର୍ଷ ବୟସରେ ପଦାର୍ପଣ କରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

Ratnamani Maharana

ଗୋଡରେ ନୁହେଁ ପ୍ରତିଦିନ ହାତରେ ଚାଲନ୍ତି ସୌଭାଗ୍ୟ

Ratnamani Maharana

ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ

Ratnamani Maharana