News

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦୁରପ୍ପା

କର୍ଣ୍ଣାଟକରେ ସରକାର ଗଢିଲା ବିଜେପି

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ୟେଦ୍ୟୁରପ୍ପା। ଗୁରୁବାର ସକାଳ ୯ଟାରେ କର୍ଣ୍ଣାଟକ ରାଜଭବନ ପରିସରରେ ବିଜେପି ନେତା ବିଏସ ୟେଦୁରପ୍ପାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଭଜୁଭାଇ ଭାଲା। ୟେଦ୍ୟୁରପ୍ପା ତୃତୀୟ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ତାଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡ଼ିବ। ୟେଦ୍ୟୁରପ୍ପା କନ୍ନଡ଼ ଭାଷାରେ ଶପଥ ଗ୍ରହଣ କରିଛନ୍ତି। ଏହା ପରେ ଅନ୍ୟାନ୍ୟ ମନ୍ତ୍ରୀ ଶପଥ ଗ୍ରହଣ କରିବେ ଏବଂ ସେଠାରେ ବିଜେପି ସରକାର ଚାଲିବ।

ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଜେପି ନାଡ୍ଡା, ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରକାଶ ଜାେଓ୍ଵଡ଼େକର ବେଙ୍ଗାଲୁରୁ ରାଜଭବନରେ ଉପସ୍ଥିତ ଥିଲେ। ଘରୁ ରାଜଭବନ ଆସିବା ବାଟରେ ୟେଦୁରପ୍ପା ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଶପଥ ଗ୍ରହଣ ପରେ ସେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାର ଘୋଷଣା କରିବେ ବୋଲି ବିଜେପି ସୂତ୍ରରୁ ପ୍ରକାଶ।

ପଢନ୍ତୁ; ଖାଲି ପେଟରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଆସନ୍ତୁ ଜାଣିବା!

Related posts

ମେଣ୍ଟ ସରକାର ଗଢିବେ ଇମ୍ରାନ,ଅଗଷ୍ଟ ୧୪ ପୂର୍ବରୁ ଗଠନ ହେବ ନୂଆ ସରକାର

ENO Beuro

ଓଲଟିଲା ପିକ୍‌ନିକ୍‌ ବସ୍, ଅଳ୍ପକେ ବର୍ତିଲେ ୪୦ ଯାତ୍ରୀ

ENO Beuro

ଜେଲରେ ଅସୁସ୍ଥ ହେଲେ ନୱାଜ ସରିଫ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More