News

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ : ପାସ୍‍ ହାର ୭୬.୨୩%

୩୬ଟିି ବିଦ୍ୟାଳୟର ପରୀକ୍ଷା ଫଳ ଶୂନ

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ବୋର୍ଡ଼ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ଚଳିତବର୍ଷ ମୋଟ ୪ ଲକ୍ଷ ୩୮ ହଜାର ୩୪୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧ ଲକ୍ଷ ୩୬ ହଜାର ୭୧୭ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ଚଳିତବର୍ଷ ମାଟ୍ରିକ ପରୀକ୍ଷାର ପାସ ହାର ରହିଛି ୭୬.୨୩% । ଚଳିତବର୍ଷ ମୋଟ ୫ ଲକ୍ଷ ୭୬ ହଜାର ୩୯୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ।

ଏବର୍ଷ ଦେଇଥିବା ୬ ଲକ୍ଷ ୮ ହଜାର ୬୫୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏ-୧ ଗ୍ରେଡ୍ ପାଇଛନ୍ତି ୧୭୧୫ ପରୀକ୍ଷାର୍ଥୀ । ସେହିପରି ଏ-୨ ଗ୍ରେଡ୍ ୧୫ ହଜାର ୬୮୯ ଜଣ ପରୀକ୍ଷାର୍ଥୀ ପାଇଥିବା ବେଳେ ବି -୧ ୩୯ ହଜାର ୨୫୨ ଓ ୬୮ ହଜାର ୯ ଜଣ ପରୀକ୍ଷାର୍ଥୀ ବି-୨ ଗ୍ରେଡ ପାଇଛନ୍ତି । ଏହି କ୍ରମରେ ସି -ଗ୍ରେଡ଼୍ ପାଇଛନ୍ତି ୯୭ ହଜାର ୭୪୬ ପରୀକ୍ଷାର୍ଥୀ । ୧ ଲକ୍ଷ ୨୩ ହଜାର ୭୬୩ ଜଣ ପରୀକ୍ଷାର୍ଥୀ ଡି – ଗ୍ରେଡରେ ପାସ୍ କରିଥିବା ବେଳେ  ଇ -ଗ୍ରେଡରେ ପାସ୍ କରିଛନ୍ତି ୮୨ ହଜାର ୯୨ଜଣ ପରୀକ୍ଷାର୍ଥୀ । ୧ ଲକ୍ଷ ୨୪ ହଜାର ୬୬୫ ଛାତ୍ରଛାତ୍ରୀଙ୍କ ରେଜଲ୍ଟ  ୬୦ ପ୍ରତିଶତରୁ ଅଧିକ ରହିଛି । ଯାହା ପାସ ହୋଇଥିବା ମୋଟ ଛାତ୍ରଛାତ୍ରୀଙ୍କ ୨୮.୪୪ ପ୍ରତିଶତ ।

ଏଥର ମଧ୍ୟ ପାସ୍‍ ହାରରେ ଛାତ୍ରୀମାନେ ଛାତ୍ରମାନଙ୍କୁ ପଛରେ ପକାଇଛନ୍ତି। ୨,୨୨,୦୪୩ ଜଣ ଛାତ୍ରୀ ପାସ୍‍ କରିଥିବା ବେଳେ ୨,୧୬, ୩୦୫ ଜଣ ଛାତ୍ର ପାସ୍‍ କରିଛନ୍ତି । ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ପାସ୍‍ ହାର କମିଯାଇଛି। ଗତ ବର୍ଷ ପାସ୍‍ ହାର ୮୩.୨୭% ରହିଥିଲା । ପରୀକ୍ଷା ପରିଚାଳନାକୁ ସ୍ୱଚ୍ଛ କରିବା ଗ୍ରହଣ କରଯାଇଥିବା କେତେକ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ପାସ୍‍ ହାର କମ୍‍ ଥିବା ଗଣଶିକ୍ଷା ସଚିବ ପ୍ରଦୀପ ମହାପାତ୍ର କହିଛନ୍ତି ।

ଚଳିତବର୍ଷ ୪୨୯ଟି ସ୍କୁଲରେ ଶହେ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୩୬ଟି ସ୍କୁଲରେ ଫଳ ଶୂନ ରହିଛି । ମାଟ୍ରିକ ପରୀକ୍ଷାଫଳ ବୋର୍ଡର ୱେବସାଇଟ www.bseodisha.ac.in/, www.bseodisha.nic.in ରେ ଉପଲବ୍ଧ ହେବ । ଏହା ସହିତ ଛାତ୍ରଛାତ୍ରୀମାନେ ମୋବାଇଲରେ OR10<ROLL NO> ଟାଇପ୍ କରି ୫୬୭୬୭୫୦ କୁ ଏସଏମଏସ୍ ପଠାଇ ପରୀକ୍ଷାଫଳ ଜାଣିପାରିବେ । ଅପରାହଣ ୨ଟାରୁ ଛାତ୍ରଛାତ୍ରୀଙ୍କ ଓଏମଆର୍ ଉତ୍ତରଖାତାର ସ୍କାନ କପି ବୋର୍ଡ ୱେବସାଇଟ www.bseodisha.ac.inରେ ଛଡ଼ାଯିବ। ପରୀକ୍ଷାର୍ଥୀମାନେ ଏହି ଓଏମଆର୍ କପିକୁ ୱେବସାଇଟରୁ ଡାଉନଲୋଡ୍ କରିପାରିବେ । ବିଭିନ୍ନ ସମସ୍ୟାନେଇ ପରୀକ୍ଷାର୍ଥୀମାନେ ୦୬୭୧-୨୪୧୨୦୬୦/୨୪୧୨୦୫୯ ନମ୍ବର ସହିତ ଯୋଗାଯୋଗ କରିପାରିପେ ମୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଆର୍ଥିକ ସମସ୍ୟାରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

Related posts

ମୁମ୍ବାଇରେ ଭୁଶୁଡ଼ିଲା ବିଲ୍ଡିଂ, କୋଠା ତଳେ ଫସି ରହିଛନ୍ତି ୪୦ରୁ ଊର୍ଦ୍ଧ୍ଵ ଲୋକ

Ratnamani Moharana

ରେଡିଓକଲାରରେ କୁମ୍ଭୀରଙ୍କୁ ଟ୍ରାକିଂ କରିବ ବନ ବିଭାଗ

Ratnamani Moharana

ବନ୍ଦ ହୋଇପାରେ ବିଏସ୍ଏନ୍ଏଲ୍

ENO Beuro

2 comments

Leave a Comment