EnewsOdia.Com

ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା

ବିଏସଏନଏଲର ନୂଆ ପ୍ଲାନ୍  । ଏଣିକି କଥା ହେଲେ ଗ୍ରାହକ ପାଇବେ ପଇସା । ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି)କୁ ନେଇ ଦେଶର ଜିଓ ଗ୍ରାହକ ଏବେ କମ୍ପାନୀ ପ୍ରତି ବିମୁଖ ହୋଇଛନ୍ତି । ଠିକ୍ ଏହି ସମୟରେ ବିଏସଏନଏଲ ଦେଶର ମୋବାଇଲ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ପ୍ଲାନ୍ ଘୋଷଣା କରିଛି। ଏହି ପ୍ଲାନ୍ ଅନୁଯାୟୀ ଗ୍ରାହକମାନେ ଅନ୍ୟ ନେଟଓ୍ୱର୍କର ମୋବାଇଲକୁ ଫୋନ୍ କଲେ ପ୍ରତି ୫ ମିନିଟରେ ୬ ପଇସା କ୍ୟାସବେକ୍ ମିଳିବ। ଯାହାକି ସ୍ୱୟଂଚାଳିତ ରହିବ ବୋଲି ବିଏସଏନଏଲ ଘୋଷଣା କରିଛି। ଏହି ନିୟମ ପଲ୍ଲୀରୁ ଦିଲ୍ଲୀ ସବୁଠି ଲାଗୁ ହେବ ବୋଲି ବିଏସଏନଏଲ୍ କହିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଜିଓ ଆୟୁସି ଚାର୍ଜ  ମିନିଟ୍ ପିଛା ୬ ପଇସା ନେବ ବୋଲି ଗତମାସରେ ଘୋଷଣା କରିଥିଲା। ଏହାପରେ ଜିଓ ନୂଆ ରିଚାର୍ଜ ପ୍ଲାନ୍ ବାହାର କରି ଗ୍ରାହକଙ୍କୁ ବାନ୍ଧିରଖିବାକୁ ଚେଷ୍ଟା କରୁଛି। ଜିଓର ପ୍ରତିଦ୍ୱନ୍ଦୀ କମ୍ପାନୀ ଏୟାରଟେଲ୍ ଓ ଭୋଡାଫୋନ କିନ୍ତୁ ଆୟୁସି ନେବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ସବୁ କମ୍ପାନୀ ନିଜ ନିଜର ନୂଆ ପ୍ଲାନ ଘୋଷଣା କରୁଥିବାବେଳେ ବିଏସଏନଏଲ ମଧ୍ୟ ତାର ପ୍ଲାନ ବଜାୟ ରଖିଛି ।

ପଢନ୍ତୁ:  ବାହାରେ ମଳ ତ୍ୟାଗ କରିବାରୁ ବନ୍ଦ ହେଲା ୨୪ ପରିବାରର ରାସନ୍‌ ସାମଗ୍ରୀ

ସମ୍ବନ୍ଧିତ ଖବର

ବୋର୍ଡ ପରୀକ୍ଷା ପୂର୍ବରୁ କାଶ୍ମୀରର ସରକାରୀ ସ୍କୁଲରେ ନିଆଁ ଲଗାଇଲେ ଆତଙ୍କବାଦୀ

Ratnamani Maharana

କାଲିଠୁ NH ଟୋଲଗେଟରେ ଫାଷ୍ଟଟ୍ୟାଗ୍ ବାଧ୍ୟତାମୂଳକ

Ratnamani Maharana

ଭାରତରେ ଟ୍ରମ୍ପଙ୍କ ଜବରଦସ୍ତ ଫ୍ୟାନ୍‌

Ratnamani Maharana

ଫେବୃଆରୀରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

Ratnamani Maharana

ବାଘ ବଞ୍ଚାଇବାକୁ ସାରା ଦେଶ ବୁଲୁଛନ୍ତି ଏହି ଦମ୍ପତ୍ତି

Ratnamani Maharana

ଚାଲାଣ କାଟିବାପରେ ମୁହଁ ଖୋଲିଲେ ବାବୁସାନ

Ratnamani Maharana