News

କର୍ମଚାରୀଙ୍କୁ ଦରମା ଦେବାକୁ ବିଏସ୍‌ଏନ୍‌ଏଲ୍‌ ପାଖେ ଟଙ୍କା ନାହିଁ

Untitled 1

ଭାରତର ସବୁଠୁ ବଡ ମୋବାଇଲ ନେଟୱାର୍କ ବିଏସ୍‌ଏନ୍‌ଏଲ୍‌। ବିଏସ୍‌ଏନଏଲ୍‌ ଏବେ ଘାଟାରେ ଚାଲିଛି।  କମ୍ପାନୀ ପକ୍ଷରୁ ସରକାରଙ୍କୁ ନିକଟକୁ ଏକ ଜରୁରୀ ପତ୍ର ପଠାଯାଇଛି । ଏଥିରେ କମ୍ପାନୀର କାମ ସ୍ୱଭାବିକ ଭାବେ ଚଳାଇବା ପାଇଁ ଅକ୍ଷମତା ପ୍ରକାଶ କରାଯାଇଛି । ଏପରି କି କର୍ମଚାରୀଙ୍କୁ ଦରମା ଦେବା ପାଇଁ ଟଙ୍କା ନଥିବା କଥା ଦର୍ଶାଯାଇଛି । କ୍ଷତି ଓ ଅର୍ଥର ଅଭାବ ଯୋଗୁଁ  ଜୁନ୍‌ ମାସରେ ପ୍ରାୟ ୮୫୦ କୋଟି  ଟଙ୍କା ଦରମା ଦେବା ସମ୍ଭବ ନୁହେଁ ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ “କମ୍ପାନୀ ପାଖରେ ଟଙ୍କା ନଥିବାରୁ ଜୁନ୍‌ ମାସରେ କର୍ମଚାରୀଙ୍କୁ ଦରମା ବାବଦକୁ ୮୫୦ କୋଟି ଟଙ୍କା ଦେବାକୁ ଆମେ ଅକ୍ଷମ। କମ୍ପାନୀ ଉପରେ ଏବେ ଆଉଟଷ୍ଟାଣ୍ଡିଂ ଲାଇବିଲିଟିର ପରିମାଣ ୧୩ ହଜାର କୋଟି ରହିଛି। ଏହି କାରଣ ପାଇଁ କମ୍ପାନୀର କାରବାରରେ ବାଧା ସୃଷ୍ଟି ହେବା ଆରମ୍ଭ ହୋଇଛି।” ବିଏସ୍‌ଏନ୍‌ଏଲ୍‌ର କର୍ପୋରେଟ୍‌ ବଜେଟ୍‌ ଓ ବ୍ୟାଙ୍କିଂ ଡିଭିଜନ୍‌ର ସିନିୟର ଜେନେରାଲ ମ୍ୟାନେଜର ପୂର୍ଣ୍ଣ ଚନ୍ଦ୍ର  କେନ୍ଦ୍ର ଟେଲିକମ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ପାଖକୁ ଚିଠି ଲେଖି କହିଛନ୍ତି, “ପ୍ରତି ମାସରେ କମ୍ପାନୀର ଆୟ ଓ ବ୍ୟୟ ମଧ୍ୟରେ ଯଥେଷ୍ଟ ପ୍ରାର୍ଥକ୍ୟ ରହୁଛି। ଫଳରେ କମ୍ପାନୀ ଚଳାଇବା ସମ୍ଭବପର ହେଉନାହିଁ। ଏବେ ସ୍ଥିତି ଏମିତି ହେଲାଣି ଯେ ଆଗକୁ ବିଏସ୍‌ଏନ୍‌ଏଲ୍‌ ଯେ ବିନା ସହାୟତାରେ ସେବା ଯୋଗାଇ ପାରିବ, ତା’ହା କହିହେବ ନାହିଁ। ତେଣୁ କେନ୍ଦ୍ର ସରକାର ସହାୟତାର ହାତ ବଢ଼ାଇବା ଦରକାର।”

Bsnl Staffs 12

ଗତ ସପ୍ତାହରେ ମଧ୍ୟ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। କମ୍ପାନୀକୁ ୨୦୧୮ରେ ୯୦ ହଜାର କୋଟି  ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ଏଥିରେ କୁହାଯାଇଥିଲା।

ପଢନ୍ତୁ: ଅଭିନନ୍ଦନଙ୍କ ନିଶକୁ ‘ଜାତୀୟ ନିଶ’ ମାନ୍ୟତା ଦେବାକୁ ଲୋକସଭାରେ କଂଗ୍ରେସର ଦାବି

Related posts

ଫନିର ୧୯ ଦିନ ପରେ ଆଜି ଖୋଲୁଛି ନନ୍ଦନକାନନ

Ratnamani Moharana

ମାର୍କ ଜୁକରବର୍ଗଙ୍କ ବଡ ପ୍ରତିଶ୍ରୁତି

ENO Beuro

ଭାରତୀୟ ନାଗରିକ ହମିଦ ଅନସାରୀଙ୍କୁ ମୁକ୍ତ କଲା ପାକ୍

ENO Beuro

Leave a Comment