News

ବନ୍ଦ ହୋଇପାରେ ବିଏସ୍ଏନ୍ଏଲ୍

bsnl

କ୍ଷତି ସହୁଛି ବିଏସ୍ଏନ୍ଏଲ୍

ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଦିନକୁ ଦିନ କ୍ଷତି ପରିମାଣ ବଢ଼ିବାରେ ଲାଗିଛି। ସେଥିପାଇଁ ଏହାକୁ ବନ୍ଦ କରିବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି । ଏହା ପୂର୍ବରୁ ମଧ୍ୟ ଏଭଳି ଚର୍ଚ୍ଚା ହୋଇଥିଲା।

ଗତ ତିନି ବର୍ଷ ଧରି ବିଏସଏନଏଲ କ୍ଷତିରେ ଚାଲିଛି। ୨୦୧୭-୧୮ରେ କଂପାନିର କ୍ଷତି ୩୧ ହଜାର୨୮୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏନେଇ ଅଧିକାରୀମାନେ କେନ୍ଦ୍ର ଟେଲିକମ୍‌ ସଚିବ ଅରୁଣା ସୁନ୍ଦରରାଜନଙ୍କୁ ଭେଟିଥିଲେ । ଅରୁଣାଙ୍କ ସହ ଆଲୋଚନା ପରେ ସଚିବଙ୍କ ପକ୍ଷରୁ ସ୍ପଷ୍ଟ ଭାବେ ଏହିଭଳି କୁହାଯାଇଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ବିଏସ୍‌ଏନ୍‌ଏଲ୍‌କୁ ୨୦୦୦ ମସିହାରେ ସ୍ଥାପନ କରାଯାଇଥିଲା। ଲ୍ୟାଣ୍ଡ୍‌ଲାଇନ୍ ଓ ବ୍ରଡ୍‌ବ୍ୟାଣ୍ଡ୍‌ ବଜାରରେ ୬୦% ଅଂଶ ସହ ଏହା ଅନ୍ୟମାନଙ୍କ ଠାରୁ ବହୁତ ଆଗରେ ରହିଛି। କିନ୍ତୁ ମୋବାଇଲ୍‌ ସେବା କ୍ଷେତ୍ରରେ ଏହା ଜିଓ, ଭୋଡାଫୋନ ଓ ଏୟାରଟେଲ  ସହିତ ଆଉ ପ୍ରତିଦ୍ବନ୍ଦ୍ବିତା କରିପାରୁନାହିଁ ବୋଲି କଂପାନୀର ଅଧିକାରୀ ସ୍ବୀକାର କରୁଛନ୍ତି।

ପଢନ୍ତୁ;  ଆଜି ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Related posts

ଆସନ୍ତା ତିନି ବର୍ଷ ମଧ୍ୟରେ ୪୯ଟି କର୍କଟ ଚିକିତ୍ସା କେନ୍ଦ୍ର ଖୋଲିବାକୁ ସରକାରଙ୍କ ଯୋଜନା

ENO Beuro

ପାକିସ୍ତାନ ଆକାଶରେ ବିଶକେକ୍‌ ଯିବେନି ମୋଦି

Ratnamani Moharana

ମାଡି ଆସୁଛି ସାମୁଦ୍ରିକ ଝଡ଼ ‘ସାଗର’ !

ENO Beuro

Leave a Comment