POLITICALS

ଜମ୍ମୁ-କାଶ୍ମୀରରେ କଟକଣା ପରେ ବି ଇଣ୍ଟରନେଟ୍ ସେବା ଉପଭୋଗ କରୁଥିଲେ ଗୀଲାନି

Zò 750x430

ଅଗଷ୍ଟ ୫ ତାରିଖ ଦିନ ଧାରା ୩୭୦ ଉଚ୍ଛେଦ  କରାଯିବା ପୂର୍ବରୁ ଅଗଷ୍ଟ ୪ ତାରିଖ ଦିନ ଲ୍ୟାଣ୍ଡ୍‌ଲାଇନ୍‌ ସମେତ ସମଗ୍ର କଶ୍ମୀରରେ ସମସ୍ତ ଯୋଗାଯୋଗ ଲାଇନ୍‌ ଛିନ୍ନ କରାଯାଇଥିଲା। ସମଗ୍ର ଉପତ୍ୟକା ବନ୍ଦ ହୋଇ ଯାଇଥିବା ବେଳେ ଗୋଟିଏ ସପ୍ତାହରୁ ଅଧିକ କାଳ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ କରାଯାଇଥିବା ସମୟରେ ଗୀଲାନି ତାଙ୍କ ଆକାଉଣ୍ଟରେ ଟୁଇଟ୍ କରୁଥିବା ଦେଖାଯାଇଥିଲା। ଜମ୍ମୁ ଓ କଶ୍ମୀରରେ ଦୃଢ଼ କଟକଣା ଲାଗୁ କରାଯାଇଥିବା ସମୟରେ ବିଚ୍ଛିନ୍ନତାବାଦୀ ନେତା ସୟେଦ୍ ଅଲି ଶାହା ଗୀଲାନିଙ୍କୁ ୪ ଦିନ ପାଇଁ ଇଣ୍ଟରନେଟ୍ ଆକ୍ସେସ୍ ଦେବାରେ ସମ୍ପୃକ୍ତ ଦୁଇ ଜଣ ବିଏସଏନଏଲ୍ ଅଧିକାରୀଙ୍କୁ ଜମ୍ମୁ ଓ କଶ୍ମୀର ପ୍ରଶାସନ ନିଲମ୍ବିତ କରିଛି।

କଠୋର କଟକଣା ମଧ୍ୟରେ କଠୋରପନ୍ଥୀ ବିଛିନ୍ନତାବାଦୀ ନେତା ସୟେଦ ଅଲି ଶାହା ଗୀଲାନିଙ୍କର ଅଗଷ୍ଟ ୮ ତାରିଖ ଯାଏଁ ଲ୍ୟାଣ୍ଡଲାଇନ୍ ଏବଂ ବ୍ରଡବ୍ୟାଣ୍ଡ୍  ସଂଯୋଗ ରହିଥିଲା।ଗୀଲାନି ତାଙ୍କ ଆକାଉଣ୍ଟରୁ ଟୁଇଟ୍ ନ କରିବା ଯାଏଁ ସରକାରୀ କର୍ତ୍ତୃପକ୍ଷମାନେ ଜାଣି ପାରି ନ ଥିଲେ ଯେ ସେ ଇଣ୍ଟରନେଟ୍ ଆକସେସ୍ କରି ପାରୁଛନ୍ତି। ସୂଚନାଯୋଗ୍ୟ, ଗୀଲାନିଙ୍କ ସମେତ ୮ଟି ଟୁଇଟର୍ ଆକାଉଣ୍ଟ୍ ବନ୍ଦ କରିବାକୁ କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପୁଲିସ ଟୁଇଟରକୁ କହିଥିଲେ। ସେ ଆକାଉଣ୍ଟ୍ ସବୁ ଉପତ୍ୟକାରେ ବିଦ୍ୱେଷ ବିସ୍ତାର କରୁଛି ବୋଲି ଦର୍ଶାଯାଇଥିଲା।

ପଢନ୍ତୁ: ତେଲେଙ୍ଗାନାରେ ଟିଡିପିକୁ ଝଟକା, ବିଜେପିରେ ସାମିଲ ହେଲେ ୬୦ ନେତା

Related posts

ବିଭିନ୍ନ ଗଣମାଧ୍ୟମର ଏକଜିଟ ପୋଲ ରେଜଲ୍ଟ ସଂକ୍ଷେପରେ

Ratnamani Moharana

ସଂସଦରେ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

ENO Beuro

କାଲି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ୧୧ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନବୀନ

Ratnamani Moharana