18 C
Bhubaneswar
January 17, 2021
EnewsOdia.Com
ନ୍ୟୁଜ୍

ଖାଁ ଖାଁ ଲାଗୁଛି ବିଏସ୍‌ଏନ୍‌ଏଲ୍‌ ମୁଖ୍ୟ କାର୍ଯ୍ୟାଳୟ

ଆର୍ଥିକ ମାନ୍ଦାବସ୍ଥା ହେଉ ଅବା ଅସୁରକ୍ଷିତ ଭବିଷ୍ୟତ, ବିଏସ୍‌ଏନ୍‌ଏଲ୍‌ର ଶହ ଶହ କର୍ମଚାରୀ ଏବେ ସ୍ବେଚ୍ଛାକୃତ ଅବସର (ଭିଆରଏସ୍‌) ପାଇଁ ଆବେଦନ କରୁଛନ୍ତି। ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପାହ୍ୟାର ଅଧିକାରୀ ଧାର୍ଯ୍ୟ ସମୟ ପୂର୍ବରୁ ଚାକିରିରୁ ବିଦାୟ ନେବା ପାଇଁ ଚାହୁଁଛନ୍ତି। ଏବେ ସୁଦ୍ଧା ଓଡ଼ିଶା ସର୍କଲରେ ୨୭୦୦ ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ୧୪୦୦ ଜଣ ଗତମାସରେ ଭିଆରଏସ୍‌ ନେଇ ସାରିଲେଣି। କିଛି ବର୍ଷ ତଳେ ଭୁବନେଶ୍ବରରେ ନୂଆକରି ନିର୍ମାଣ ହୋଇଥିବା ୫ ମହଲା ବିଶିଷ୍ଟ ବିଏସ୍‌ଏନ୍‌ଏଲ୍ ମୁଖ୍ୟାଳୟ ଏକଦା ଭରପୂର ଥିବାବେଳେ ଏବେ ଅଧିକାଂଶ ହଲ୍ ଭୂତକୋଠି ଭଳି ଲାଗୁଛି।

ବ୍ୟବସାୟ ଦୃଷ୍ଟିରୁ ଦୁର୍ଦିନ ମଧ୍ୟରେ ଗତି କରୁଥିବା ବିଏସ୍‌ଏନ୍‌ଏଲ୍‌ର ଓଡ଼ିଶା ସର୍କଲ କର୍ମଚାରୀଙ୍କୁ ଗତ ତିନିମାସ ହେଲା ଦରମା ମିଳିନାହି। ଅପରପକ୍ଷେ ଅସ୍ଥାୟୀ କର୍ମଚାରୀଙ୍କୁ ମଧ୍ୟ ୬ ମାସ ହେଲା ଦରମା ମିଳିନଥିବାରୁ ସେମାନେ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ବକେୟା ଦରମାର ଅଧା ଆସନ୍ତା ମାସ ସୁଦ୍ଧା ପ୍ରଦାନ କରାଯିବ ବୋଲି କର୍ତ୍ତୃପକ୍ଷ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଅଧାରୁ ଅଧିକ କର୍ମଚାରୀ ଭିଆରଏସ୍‌ ନେବା ପରେ ମାନବସମ୍ବଳର ଘୋର ଅଭାବ ଦେଖା ଦେଇଛି। ଏହା ଦ୍ବାରା ଦୁର୍ଦଶା ମଧ୍ୟରେ ଗତି କରୁଥିବା ବିଏସ୍‌ଏନ୍‌ଏଲ୍ ସେବା ପାଇବା ଆହୁରି କଷ୍ଟକର ହେବ। ବିଶେଷକରି ଟେଲିଫୋନ୍ ଓ ବ୍ରଡ୍ ବ୍ୟାଣ୍ଡ ସଂଯୋଗ ଦେବା, କ୍ଷେତ୍ର ଉପରେ ମରାମତି କାମ ଗୁରୁତର ପ୍ରଭାବିତ ହେବା ଆଶଙ୍କା ରହିଛି।

ପଢନ୍ତୁ: ମାର୍ଚ୍ଚ ୨ରୁ ୪ ଜିଲ୍ଲାରେ ହାଲୁକା ବର୍ଷା

Related posts

କୋଚିରେ ବେଆଇନ କୋଠା ଭଙ୍ଗାହେବାପରେ ଏବେ ଭୁବନେଶ୍ୱର ଚିନ୍ତା

Ratnamani Maharana

ଥଣ୍ଡାରେ ଥରୁଛି ସାରା ଓଡ଼ିଶା, କାଲିଠୁ ବର୍ଷା

Ratnamani Maharana

କୃଷି ଓଡ଼ିଶା ନୀତି-୨୦୨୦କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More