• Home
  • POLITICALS
  • ୨୦୧୯ ନିର୍ବାଚନରେ ଏକାଠି ଲଢିବେ ଏସ୍‌ପି-ବିଏସ୍‌ପି
POLITICALS

୨୦୧୯ ନିର୍ବାଚନରେ ଏକାଠି ଲଢିବେ ଏସ୍‌ପି-ବିଏସ୍‌ପି

ଉତ୍ତରପ୍ରଦେଶରେ ବିଜେପିକୁ ହରାଇବା ପାଇଁ ବିଏସ୍‍ପିକୁ ଯଦି ଅଧିକ କିଛି ଆସନ ଦେବାକୁ ପଡ଼େ ସେଥିପାଇଁ ସମାଜବାଦୀ ପାର୍ଟି(ସପା) ପ୍ରସ୍ତୁତ ବୋଲି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି। ଜୌରୀ ଗ୍ରାମର ପୂର୍ବତନ ମୁଖିଆଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ମୈନପୁରୀ ଗସ୍ତରେ ଥିବା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶରୁ ବିଜେପିକୁ ହଟାଇବା ପାଇଁ ଯଦି ବିଏସ୍‍ପି ପ୍ରତିଶ୍ରୁତି ଦିଏ ତେବେ ଏସ୍‍ପି କେତେକ ଆସନ ଛାଡ଼ିବା ପାଇଁ ପ୍ରସ୍ତୁତ ଅଛି। ଗତ ଉପନିର୍ବାଚନରେ ମେଣ୍ଟ ସଫଳ ହୋଇଥିବାରୁ ୨୦୧୯ରେ ମଧ୍ୟ ମିଳିତ ଭାବେ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ହୋଇଛି।

୨୦୧୯ରେ ବିଜେପିକୁ ହରାଇବାକୁ ଏସ୍‌ପି-ବିଏସ୍‌ପି ମିଳିତ ଭାବେ ନିର୍ବାଚନ ଲଢିବେ। ଏଥିପାଇଁ ଅବଶ୍ୟ ୨-୪ଟି ଆସନକୁ ଛାଡିବାକୁ ପଡିପାରେ, ହେଲେ ଏଥିପାଇଁ ଆମେ ଚିନ୍ତିତ ନାହୁଁ ବୋଲି ସେ କହିଛନ୍ତି। ତେବେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ବୟାନ ପରେ ଅଖିଳେଶଙ୍କ ଏହି ବୟାନକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। କାରଣ ଏହା ପୂର୍ବରୁ ମାୟାବତୀ କହିଥିଲେ, ଯଦି ଆମକୁ ସମ୍ମାନଜନକ ଆସନ ମିଳିବ ତେବେ ଆମେ ଦ୍ୱିତୀୟ ଦଳ ସହ ମିଶି ଆସନ୍ତା ନିର୍ବାଚନ ଲଢିବୁ।

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶର କଇରାନା, ଫୁଲପୁର ଓ ଗୋରଖପୁର ଲୋକସଭା ଉପନିର୍ବାଚନରେ ବିଏସପି-ଏସପି ମେଣ୍ଟ ବିଜେପିକୁ ପରାସ୍ତ କରିଥିଲା ସେପଟେ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଏହି ମେଣ୍ଟ ତିଷ୍ଠିବ ନାହିଁ ବୋଲି ବିଜେପି କହିଛି।

୨୦୧୯ ନିର୍ବାଚନରେ ଏକାଠି ଲଢିବେ ଏସ୍‌ପି-ବିଏସ୍‌ପି ୨୦୧୯ ନିର୍ବାଚନରେ ଏକାଠି ଲଢିବେ ଏସ୍‌ପି-ବିଏସ୍‌ପି akhileshyadav mayawati 1

ପଢନ୍ତୁ; ପୁଣି ବାବଙ୍କ ନାଁରେ କଳଙ୍କ:ଦାତି ମହାରାଜଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ

Related posts

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କେବଳ ରାଜନୀତିରେ ନୁହେଁ, ମାର୍ସାଲ ଆର୍ଟ ରେ ମଧ୍ୟ ରୁଚି ରଖନ୍ତି

Krishna Kumar Manoj

କଂଗ୍ରେସ କଲା ବାଜିମାର, ଚିତ୍ରକୂଟ ବିଧାନସଭା ପରେ ଏବେ ଗୁଜରାଟର ପାଳି

Krishna Kumar Manoj

ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ନାମାଙ୍କନ ନାକଚ କରିବାକୁ ଦାବି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More