Loading...

ବୁଚାରେ ରୁଷର ଗଣସଂହାରକୁ ନିନ୍ଦା କଲେ ୟୁରୋପ ୟୁନିଅନ କମିଶନ ଅଧ୍ୟକ୍ଷା

ବୁଚାରେ ରୁଷର ଗଣସଂହାରକୁ ନିନ୍ଦା କଲେ ୟୁରୋପ ୟୁନିଅନ କମିଶନ ଅଧ୍ୟକ୍ଷା

ୟୁକ୍ରେନର ବୁଚା ସହରରେ ରୁଷର ଗଣସଂହାରକୁ ନେଇ ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ପାଉଥିବା ବେଳେ ବୁଚା ସହରକୁ ଗସ୍ତ କରିଛନ୍ତି ୟୁରୋପ ୟୁନିଅନ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ ଡେରଲିୟନ ।

ୟୁକ୍ରେନର ବୁଚା ସହରରେ ରୁଷର ଗଣସଂହାରକୁ ନେଇ ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ପାଉଥିବା ବେଳେ ବୁଚା ସହରକୁ ଗସ୍ତ କରିଛନ୍ତି ୟୁରୋପ ୟୁନିଅନ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ ଡେରଲିୟନ । ଶୁକ୍ରବାର ବୁଚା ସହରରେ ପୁଟିନ ସେନା ଗଣସଂହାର କରିଥିବା ସ୍ଥାନ ବୁଲି ଦେଖିବା ସହ ଯୁଦ୍ଧଗ୍ରସ୍ତ ସହରର ସାଧାରଣ ଜନତାଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଇୟୁ କମିସନ ଅଧ୍ୟକ୍ଷ କହିଛନ୍ତି, ବୁଚା ସହରରେ ମାନବିକତାକୁ ହତ୍ୟା କରୁଥିବା ପୁଟିନ ସେନାର କ୍ରୁର ଚେହେରା ଦେଖିବାକୁ ମିଳିଛି ।ସହରବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି, ଏକ ଅନିଶ୍ଚିତତା ଭିତରେ ପ୍ରତିଟି ଦିନ କାଟୁଛନ୍ତି । ବୁଚା ସହର ସହ ସାରା ବିଶ୍ୱ ଶୋକରେ ଅଛି । ଗଣତନ୍ତ୍ର ପାଇଁ ଦେଶର ସାର୍ବଭୌମତ୍ୱ ପାଇଁ ହେଉଥିବା ଏହି ଲଢେଇରେ ୟୁକ୍ରେନ ସହ ୟୁରୋପୀୟ ୟୁନିଅନ ଥିବା କହିଛନ୍ତି ଉର୍ସୁଲା ଭନ ଡେରଲିୟନ । ରୁଷ ସେନା ସବୁକିଛି ବରବାଦ କରିଥିବାରୁ ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ବୁଚା ସହରର ଚାରିଆଡେ ଧ୍ୱସ୍ତବିଧ୍ୱସ୍ତ ଘର, ରାସ୍ତା ଓ ଯାତାୟତ ମାଧ୍ୟମ ନଷ୍ଟ ହୋଇଯାଇଛି । ସେହିପରି ଯୁଦ୍ଧରେ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ଲଗାତାର ବଢିବାରେ ଲାଗିଛି, ଯାହାକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.