29.1 C
Bhubaneswar
June 13, 2021
EnewsOdia.Com
ନ୍ୟୁଜ୍

ସଂଗ୍ରହାଳୟରେ ଖୋଲିବ ବୁଦ୍ଧ ଗ୍ୟାଲେରି

ରାଜ୍ୟ ସଂଗ୍ରହାଳୟରେ ଖୋଲିବ ସ୍ବତନ୍ତ୍ର ବୁଦ୍ଧ ଗ୍ୟାଲେରି। ବାଣପୁରସ୍ଥିତ ଅଚ୍ୟୁତରାଜପୁରରୁ ମିଳିଥିବା ୭୫ଟି ବ୍ରୋଞ୍ଜ ମୂର୍ତି ଏହି ଗ୍ୟାଲେରିରେ ଶୋଭା ପାଇବ। ୫ମରୁ ୧୦ମ ଶତାବ୍ଦୀ ମଧ୍ୟରେ ହୋଇଥିବା ଏହି ମୂର୍ତିଗୁଡ଼ିକୁ ନିର୍ମାଣାଧୀନ ସ୍ଥାୟୀ ଗ୍ୟାଲେରି ମଧ୍ୟରେ ସ୍ଥାନିତ କରାଯିବ। କିଛି ବର୍ଷ ତଳେ ସମ୍ପୃକ୍ତ ଅଞ୍ଚଳରୁ ୯୨ଟି ବୁଦ୍ଧ ଓ ଜୈନ ମୂର୍ତି ସମେତ ଅନ୍ୟାନ୍ୟ ମୂର୍ତି ସଂଗୃହୀତ ହୋଇଥିବା ବ‌େଳେ ସେଥିମଧ୍ୟରୁ ବିଭିନ୍ନ ଆକାରର ୭୫ଟି ବୁଦ୍ଧ ମୂର୍ତିକୁ ନେଇ ସ୍ବତନ୍ତ୍ର ଗ୍ୟାଲେରି ନିର୍ମାଣ ହେଉଛି। ଆସନ୍ତା ୨୯ ତାରିଖରେ ରାଜ୍ୟ ସଂଗ୍ରହାଳୟର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ଗ୍ୟାଲେରି ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବ ବୋଲି ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ ସୂଚନା ଦେଇଛନ୍ତି।

ଏହା ବ୍ୟତୀତ ଡାକ ବିଭାଗର ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ଖୋଲିବ ବହୁ ପ୍ରତୀକ୍ଷିତ ଡାକ ଗ୍ୟାଲେରି। ‘ପୋଷ୍ଟାଲ୍‌ ହେରିଟେଜ୍‌ ଅଫ୍ ଓଡ଼ିଶା’ ଶୀର୍ଷକ ଏହି ଗ୍ୟାଲେରିରେ ସମଗ୍ର ଦେଶର କିଛି ବିରଳ ଷ୍ଟାମ୍ପ ପ୍ରଦର୍ଶିତ ହେବ। ଏହି ପରିସରରେ ଷ୍ଟାମ୍ପ୍‌ସ ଇତିହାସ କର୍ଣ୍ଣରରେ ଭାରତୀୟ ଡାକ ବ୍ୟବସ୍ଥା ସହ ଜଡ଼ିତ ପ୍ରାଚୀନ ଷ୍ଟାମ୍ପ, ଏନ୍‌ଭଲପ, ଇନ୍‌ଲାଣ୍ଡ ଲେଟର୍ସ ପ୍ରଦର୍ଶିତ ହେବ। ପୋଷ୍ଟମାଷ୍ଟରଙ୍କ ପାରମ୍ପରିକ ‌ପୋଷାକଠୁ ନେଇ ପୋଷ୍ଟ ବକ୍ସ, ନିକିତି ଆଦି ମଧ୍ୟ ଦେଖିବାକୁ ମିଳିବ। ଏଥିସହ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପରିପ୍ରେକ୍ଷୀରେ ଓଡ଼ିଶା ଓ ମହାତ୍ମା ଗାନ୍ଧୀଙ୍କୁ ନେଇ ସ୍ବତନ୍ତ୍ର ବିଭାଗ ରହିବ।

ପଢନ୍ତୁ: ବଜାରକୁ ଆସୁଛି ରୟାଲ ଇନଫିଲ୍ଡର ଥଣ୍ଡରବାର୍ଡ ବିଏସ୬ର ନୂଆ ଭର୍ସନ

Related posts

କରୋନା ପୀଡ଼ିତଙ୍କୁ ବାକ୍ସ ଭିତରେ ଭର୍ତ୍ତି କରି ନେଉଛି ଚୀନ

Ratnamani Maharana

ମୋବାଇଲ ଫୋନର ବ୍ୟାଟେରୀ ସମ୍ବନ୍ଧୀୟ ଏହି ୫ଟି ଭୁଲ ତଥ୍ୟ, ଯାହାକୁ ଦୁନିଆ ମାନେ ସତ

Ratnamani Maharana

ସୋସିଆଲ ମିଡିଆ ଆକାଉଣ୍ଟରେ ଆଧାର ଲିଙ୍କ୍‌ ଆବେଦନ ସୁପ୍ରିମକୋର୍ଟରେ ଖାରଜ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More