୨୦୧୮ ବଜେଟ୍ :କୃଷକଙ୍କଠୁ ନେଇ ଚାକିରିଆଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ସୁହାଇବ ଜେଟଲୀଙ୍କ ଉପହାର

ଅରୁଣ ଜେଟଲୀଙ୍କ ଲୋକସଭାରେ ୨୦୧୮ ସାଧାରଣ ବଜେଟ ଘୋଷଣା

ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଲୋକସଭାରେ ୨୦୧୮ ସାଧାରଣ ବଜେଟ ଘୋଷଣା କରିଛନ୍ତି । ଜେଟଲୀ ତାଙ୍କ ଅଭିଭାଷଣ ଆରମ୍ଭରୁ କହିଛନ୍ତି ଯେ ମୋଦି ସରକାର ଦେଶରେ କେତେକ ମୌଳିକ ସୁଧାର କରିଛନ୍ତି ଯାହାଦ୍ୱାରା ଅର୍ଥ ବ୍ୟବସ୍ଥାରେ ଦ୍ରୁତ ଗତିରେ ସୁଧାର ଆସିଛି । ଜିଏସଟି ଲାଗୁ ହେବା ପରେ ପରୋକ୍ଷ କର ବ୍ୟବସ୍ଥାରେ ଅନେକ ପରିଲକ୍ଷିତ ସୁଧାର ଆସିଛି । ବିମୁଦ୍ରୀକରଣ ଫଳରେ ନଗଦ ଦେଣନେଣ କମ ହୋଇଛି । ଆମ ସରକାର ଗରିବ ଏବଁ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ଜାବନଶୈଳୀକୁ ସୁଧାରିବା ପାଇଁ କାର୍ୟ୍ୟ କରୁଛି । ଜେଟଲୀ କହିଛନ୍ତି ଯେ ୩୦୦୦ରୁ ଅଧିକ ଜନ ଔଷଧି କେନ୍ଦ୍ରରେ ଶସ୍ତାରେ ଔଷଧ ମିଳୁଛି । ଉଜ୍ଜ୍ୱଳା ଯୋଜନାରେ ଗରିବ ଲୋକଙ୍କୁ ରନ୍ଧନ ଗ୍ୟାସ ମିଳୁଛି । ଆମର ଅର୍ଥ ବ୍ୟବସ୍ଥା ୮ ପ୍ରତିଶତ ଗତିରେ ବଢୁଅଛି ।୨୦୧୮-୧୯ ରେ ଏହା ୭.୨ ରୁ ୭.୫ ମଧ୍ୟରେ ରହିବ ବୋଲି ଅର୍ଥ ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

୨୦୧୮ ବଜେଟ୍ ମୁଖ୍ୟାଂଶ

୧-ଆମ ଦେଶରେ ରହୁଥିବା କୃଷକଙ୍କ ମଧ୍ୟରୁ ୮୬ ପ୍ରତିଶତ କ୍ଷୁଦ୍ର ଏବଂ ସାମିତ କୃଷକ । ଏମାନଙ୍କ ପାଇଁ ଗ୍ରାମାଣ କୃଷି ବଜାରର ବିକାଶ କରାଯିବ ।
୨- ଦେଶରେ କୃଷି ଉତ୍ପାଦନ ରେକର୍ଡ ସ୍ତରରେ ପହଞ୍ଚିଛି । ୨୦୨୨ ମଧ୍ୟରେ କୃଷକ ମାନଙ୍କର ଆୟକୁ ଦୁଇ ଗୁଣ କରାଯିବ ।
୩- ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ବିଶେଷ ଯୋଜନା ପ୍ରଣୟନ କରାଯିବ । ଏଥିପାଇଁ ୟୁପି,ହରିୟାଣା ଏବଂ ପଞ୍ଜାବ ସରକାରଙ୍କ ସହଯୋଗ ନିଆଯିବ ।
୪-ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାର ଶୁଭାରମ୍ଭ । ୧୬୦୦୦ କୋଟି ଟଙ୍କା ବିନିଯୋଗରେ ୪ କୋଟି ପରିବାରକୁ ବିଜୁଳି ସଂଯୋଗ ଦିଆଯିବ ।
୫-୨୦୨୨ ମଧ୍ୟରେ ସମସ୍ତ ଗରିବଙ୍କୁ ଘର ଦିଆଯିବା ର ଲକ୍ଷ୍ୟ ରଖାଯାଇଛି । ସହରାଞ୍ଚଳରେ ୩୭ ଲକ୍ଷ ଗୃହ ନିର୍ମାଣକୁ ମଞ୍ଜୁର ଦିଆଯାଇଛି ।
୬-ଗ୍ରାମରେ ଥିବା ୨୨୦୦୦ ହାଟକୁ କୃଷକ ବଜାରରେ ରୂପାନ୍ତରଣ କରାଯିବ ।୭-ସେବା କ୍ଷେତ୍ରରେ ୮ ପ୍ରତିଶତ ରୁ ଅଧିକ ବୃଦ୍ଧି ହେବ ।୮-ଖରିଫ ଋତୁରେ ଫସଲର ନ୍ୟୁନତମ ମୂଳ୍ୟକୁ ୧.୫ ଗୁଣ କରାଯାଇଛି ।୯-ଆଳୁ-ପିଆଜ ପାଇଁ ଅପରେସନ ଗ୍ରୀନର ଶୁଭାରମ୍ଭ କରାଯିବ ।୧୦-୧୨୯୦ କୋଟି ଟଙ୍କାର ରାଷ୍ଟ୍ରୀୟ ବାଉଁଶ ମିସନ ଆରମ୍ଭ କରାଯିବ ୧୧-ମତ୍ସ୍ୟଜୀବି ଓ ପଶୁପାଳକଙ୍କୁ  କୃଷକ ଭାବେ କେଡ୍ରିଟ କାର୍ଡ ଦିଆଯିବ ।୧୨- କୃଷି କ୍ରେଡିଟ କାର୍ଡ ପାଇଁ ୧୧ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯିବ ।୧୩-ସ୍ୱଚ୍ଛ ଭାରତ ଯୋଜନାରେ ୬ କୋଟି ଶୌଚାଳୟ ନିର୍ମାଣ କରାଯାଇଛି  ।୧୪-୨୦୧୮-୧୯ରେ ୨କୋଟି ଶୌଚାଳୟ ବନାଯିବ ।୧୫-ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ ପାଇଁ ଦିଆଯାଉଥିବା ଅର୍ଥକୁ ଦ୍ୱିଗୁଣିତ କରାଯାଇଛି ।୧୬-ଗୋଆର ଭିତ୍ତିଭୂମି ବିକାଶ ପାଇଁ ୧୪.୩୪ ଲକ୍ଷ କୋଟି ଟଙ୍କା ଦିଆଯିବ ।୧୭-ଏହି ବର୍ଷ ୧.୭୫ କୋଟି ଘରକୁ ବିଜୁଳି ସଂଯୋଗ ଦିଆଯିବ ।୧୮-କୃଷି ବଜାର ପାଇଁ ୨୦୦୦ କୋଟି ଟଙ୍କା ଆବଣ୍ଟନ କରାଯିବ  ।୧୯–ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥା ଗୁଡିକୁ ୧୪୦୦ କୋଟି ଟଙ୍କା ଆବଣ୍ଟିତ କରାଯିବ ।୨୦-ଉଜ୍ଜ୍ୱଳା ଯୋଜନାରେ ୮ କୋଟି ଗରିବ ମହିଳାଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ଯୋଗାଇ ଦିଆଯିବ  ।

ପଢନ୍ତୁ ;

ଆସନ୍ତୁ ଜାଣିବା ସକାଳୁ ଉଠି ଖାଲି ପେଟରେ ଲେମ୍ବୁ ପାଣି ପିଇବା ଦ୍ଵାରା କି କି ଲାଭ ମିଳେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More