News

ମଧ୍ୟମ ବର୍ଗଙ୍କୁ ଆକୃଷ୍ଟ କରିଛନ୍ତି କେନ୍ଦ୍ର ସରକାର, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ

buget

ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍‌ ଆଗତ କରିଛନ୍ତି। ଏହି ବଜେଟରେ ମଧ୍ୟମ ବର୍ଗଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଆୟକର ରିହାତି ସୀମା ୨.୫ ଲକ୍ଷରୁ ବଢାଇ ୫ ଲକ୍ଷ ଟଙ୍କା କରିଛନ୍ତି କାମଚଳା ଅର୍ଥମନ୍ତ୍ରୀ । ଅର୍ଥାତ୍ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୈାଣସି ଟିକସ ଦେବାକୁ ପଡିବ ନାହିଁ ।

ବଜେଟ୍‌ ଆଗତ କରି ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା କର୍ମଚାରୀ, ପେନସନ ଭୋଗୀ ଓ ବରିଷ୍ଠ ନାଗରିକମାନଙ୍କୁ ଆଉ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ସେହିପରି ଆୟକର ଛାଡ଼ସୀମାକୁ ୫ ଲକ୍ଷ ଟଙ୍କାକୁ ବଢ଼ାଯାଇଛି। ଅନ୍ୟାନ୍ୟ ନିବେଶ ଉପରେ ସାଢ଼େ ୬ ଲକ୍ଷ ପର୍ଯ୍ୟନ୍ତ ଟିକସ ରିହାତି ମଧ୍ୟ ଘୋଷଣା କରିଛନ୍ତି ସରକାର । ଆଡ଼ିସନାଲ୍ ଡିଡ଼କସନ୍ ସୀମା ୨ ଲକ୍ଷକୁ ବୃଦ୍ଧି କରାଯାଇଛି।

ଦେଶରେ ପ୍ରାୟ ୩ କୋଟି ମଧ୍ୟବିତ୍ତ ପରିବାର ଯେଉଁମାନେ ଆୟକର ପରିଧି ଭିତରକୁ ଆସୁଥିଲେ, ସେମାନେ ଏଥିରୁ ଉପକୃତ ହେବା ଅନୁମାନ କରାଯାଉଛି ।

ପଢନ୍ତୁ;  ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ,୨ ପାଇଲଟ ମୃତ

Related posts

ନିରଞ୍ଜନ ପଟ୍ଟନାୟକ ଓ ପୁଅଙ୍କୁ ଦିଲ୍ଲୀ ପୁଲିସର ସମନ

ENO Beuro

ପଶ୍ଚିମ ଓଡ଼ିଶା ମହାବନ୍ଦ ପାଇଁ ୯ଟି ଟ୍ରେନ୍‌ ବାତିଲ

ENO Beuro

ଶତ୍ରୁକୁ ସାମ୍ନା କରିବାକୁ ଭାରତୀୟ ନୌସେନାରେ ସାମିଲ ହେବ : ‘କରଂଜ’

ENO Beuro

Leave a Comment