Loading...

ନିର୍ବାଚନ ପୂର୍ବରୁ ଆସିବ ଜନପ୍ରିୟ ବଜେଟ୍

ନିର୍ବାଚନ ପୂର୍ବରୁ ଆସିବ ଜନପ୍ରିୟ ବଜେଟ୍

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଉପସ୍ଥାପିତ ହେବ ଜବନପ୍ରିଯ ବଜେଟ I ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃଆରୀ ପହିଲାରେ ସଂସଦରେ ଏହି ବଜେଟ ଉପସ୍ଥାପନ କରିବେ ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଉପସ୍ଥାପିତ ହେବ ଜବନପ୍ରିଯ ବଜେଟ I ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃଆରୀ ପହିଲାରେ ସଂସଦରେ ଏହି ବଜେଟ ଉପସ୍ଥାପନ କରିବେ । ଏହି ବଜେଟରେ ଅର୍ଥମନ୍ତ୍ରୀ ଅନେକ ଘୋଷଣା କରିବାକୁ ଯାଉଛନ୍ତି। ଏଥି ସହିତ, ନିବେଶକମାନେ ମଧ୍ୟ ଏଥର ବଜେଟ କୁ ନେଇ ଅଧିକ ଆଶା ରଖିଛନ୍ତି I ୨୦୨୩ ବଜେଟରେ ଅନେକ ଜିନିଷ ବିଶେଷ ହୋଇପାରେ ଏବଂ କିଛି ନୂଆ ଘୋଷଣା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି I ଗ୍ରୀନ୍ ପୋର୍ଟଫୋଲିଓର ସହ-ପ୍ରତିଷ୍ଠାତା ଦିବମ୍ ଶର୍ମା ଏହାକୁ ବିସ୍ତୃତ ଭାବରେ ବ୍ୟାଖ୍ୟା କରିଛନ୍ତି।

ଚଳିତ ବର୍ଷର ବଜେଟ ଅନୁସାରେ,ମୁଖ୍ୟତଃ ଗ୍ରାମୀଣ ବିକାଶ ଉପରେ ଜୋର ଦିଆଯାଇଛି I ଏଥିସହ ସରକାର ଜନପ୍ରିୟ କଲ୍ୟାଣ ଯୋଜନା ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ବଜେଟ ରଖିଛନ୍ତି । ସରକାରୀ ଚାକିରିଆଙ୍କୁ ଏକ ବଡ଼ ଫାଇଦା ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଚାକିରିଆଙ୍କ ଟ୍ୟାକ୍ସ ଫ୍ରି ସୀମା ୫ ଲକ୍ଷକୁ ବୃଦ୍ଧି ନେଇ ହୋଇପାରେ ବଡ଼ ଘୋଷଣା । ଏହାବ୍ୟତୀତ ଆୟକର ଧାରା ୮୦ସି ଅଧିନରେ ନିବେଶ ସୀମା ବୃଦ୍ଧି ନେଇ ମଧ୍ୟ ଦାବି କରାଯାଉଛି । ସାଧାରଣ ଭାବେ ପ୍ରତିବର୍ଷ ଫେବୃଆରୀ ମାସରେ ହେବାକୁ ଥିବା ବଜେଟ ପୂର୍ବରୁ ଜନସାଧାରଣ କିଛି ଆଶା କରି ରହିଥାନ୍ତି ।

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ)ର ବାର୍ଷିକ ଜମାରାଶି ୧.୫ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି ନେଇ ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାଡ ଆକାଉଣ୍ଟସ ଅଫ୍ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ସୁପାରିଶ କରାଯାଇଛି । ଚାକିରିଆଙ୍କ ସହିତ ବିଜିନେସଧାରୀଙ୍କ ପାଇଁ ଏହା ଏକ ସୁରକ୍ଷିତ ସଞ୍ଚୟ ଯୋଜନା । ଯଦି ସରକାରଙ୍କ ତରଫରୁ ଏହି ପଦକ୍ଷେପ ନିଆଯାଏ ତେବେ ବେତନ ଭୋଗୀଙ୍କ ପାଇଁ ଅଧିକ ଫାଇଦାଯୁକ୍ତ ହେବ । କାରଣ ଏମାନଙ୍କ ପାଇଁ ଇପିଏଫରେ ନିବେଶ କରିବାର ମଧ୍ୟ ବିକଳ୍ପ ରହିନଥାଏ ।

ଆଇସିଏଆଇ ପକ୍ଷରୁ ପଠାଯାଇଥିବା ସୁପାରିଶରେ କୁହାଯାଇଛି, ପିପିଏଫର ସୀମା ବୃଦ୍ଧି କରାଯିବା ଜରୁରୀ । କାରଣ ଏହା ଏକ ସୁରକ୍ଷିତ ଓ ଟ୍ୟାକ୍ସ ପ୍ରଭାବିତ ସଞ୍ଚୟ ଯୋଜନା । ନିବେଶକଙ୍କୁ ପ୍ରେରିତ କରିବା ପାଇଁ ହାଉସିଂ ଆଲାଉନ୍ସ, ଟ୍ରାଭେଲ ଆଲାଉନ୍ସ, ପର୍ସନାଲ ଆକ୍ସିଡେଣ୍ଟ ଇନ୍ସ୍ୟୁରାନ୍ସ ଆଦିର ପ୍ରିମିୟମ ଉପରେ ରିହାତି ଦେବାକୁ ମଧ୍ୟ କୁହାଯାଇଛି । ତେବେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ବ୍ୟତୀତ ଅନ୍ୟ ମେଟ୍ରୋ ସିଟିରେ ବେତନର ୫୦ ପ୍ରତିଶତ ମହଙ୍ଗା ଭତ୍ତା ମିଳିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.