ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ସଂସଦ ଭବନର କାମ ପାଖାପାଖି ଶେଷ ହେବାକୁ ବସିଥିବା ବେଳେ ଏବେ ଏହାର ଫିନିସିଙ୍ଗ କାମ ଚାଲିଛି । ଉଭୟ ବିଲଡିଂ ମଧ୍ୟରେ ଥିବା ପାଚେରୀକୁ ଉଚ୍ଛେଦ କରାଯାଇଥିବା ବେଳେ ନୂତନ ବିଲଡିଂର ଅଟ୍ଟାଳିକା କାର୍ଯ୍ୟ ଜୋରସୋରରେ ଚାଲିଛି ।
ଭାରତରେ ସଂସଦକୁ ଏକ ପବିତ୍ର ସ୍ଥାନ ଭାବେ ଗଣାଯାଏ । ଏହିଠାରେ ହିଁ ଦେଶର ବର୍ତ୍ତମାନ ଓ ଭବିଷ୍ୟତ ନିର୍ମାଣ କରାଯାଇଥାଏ । ଦେଶ ଚଳାଇବା ପାଇଁ ସମସ୍ତ ନିଷ୍ପତି ଏହିଠାରେ ହିଁ ନିର୍ଦ୍ଧାରିତ ହୋଇଥାଏ । ବିରୋଧୀଙ୍କ ବିରୋଧ ଓ ସରକାରଙ୍କ ବାଃ ବାଃ ଏହିଠାରେ ହିଁ ହୋଇଥାଏ । କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଚଳିତ ବର୍ଷର ବଜେଟ ଅଧିବେଶନ ଏଥର ଟିକେ ଖାସ ହୋଇପାରେ କାରଣ ଆଗାମୀ ବଜେଟ ପୁରୁଣା ନୁହେଁ ବରଂ ନୂତନ ସସଂଦ ଭବନରେ ବସିପାରେ ।
ଖବର ଅନୁଯାୟୀ, ବର୍ତ୍ତମାନ ଜୋରସୋରରେ ଚାଲିଛି ଭାରତର ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ । ପାଖାପାଖି ଶେଷ ହେବାକୁ ବସିଲାଣି ରାଜ୍ୟସଭା ଓ ଲୋକସଭାର କୋଠରୀ କାମ । ଚର୍ଚ୍ଚା ହେଉଛି ଚଳିତ ବର୍ଷ (୨୦୨୩-୨୪) ବଜେଟ ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହୋଇପାରେ । ଏହି ନୂତନ ସଂସଦ ଭବନଟି ପୁରୁଣା ସଂସଦ ଭବନର ଠିକ ସାମ୍ନନାରେ ତିଆରି ହୋଇଛି । ଏଥିରେ ପ୍ରାୟ ୧୦୦୦ରୁ ଅଧିର ସାସଂଦଙ୍କ ବସିବା ନେଇ ସୁବିଧା ରହିଥିବା ବେଳେ ରାଜ୍ୟସଭାରେ ସାସଂଦଙ୍କ ବସିବା ଲାଗି ଚେୟାର ବ୍ୟବସ୍ଥା ମଧ୍ୟ ସରିଲାଣି । ଅନ୍ୟପଟେ ଲୋକସଭାରେ ମଧ୍ୟ ସାସଂଦଙ୍କ ନୂତନ ଆଇକାର୍ଡ ତିଆରି କାର୍ଯ୍ୟ ବହୁ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଜାନୁୟାରୀ ଶେଷ ସୁଦ୍ଧା ଏହା ସମୂର୍ଣ୍ଣ ହେବା ନେଇ ଆଶା କରାଯାଉଛି । ଯଦି କାମ ଠିକ ସମୟରେ ଶେଷ ହେବ ତେବେ ଆସନ୍ତା ବଜେଟ ଅଧିବେଶନ ଏହିଠାରେ ହିଁ ଉପସ୍ଥାପନା କରାଯିବ । ଯଦି କୌଣସି କାରଣ ପାଇଁ କାମ ସାମନ୍ୟ ବିଳମ୍ବ ହୁଏ ତାହାଲେ ବଜେଟର ଦ୍ୱିତୀୟ ପର୍ଯ୍ୟାୟ ଏହିଠାରେ ଅନୁଷ୍ଠିତ ହେବ।
ସୂଚନାମୁତାବିକ, ସଂସଦ ଭବନର କାମ ପାଖାପାଖି ଶେଷ ହେବାକୁ ବସିଥିବା ବେଳେ ଏବେ ଏହାର ଫିନିସିଙ୍ଗ କାମ ଚାଲିଛି । ଉଭୟ ବିଲଡିଂ ମଧ୍ୟରେ ଥିବା ପାଚେରୀକୁ ଉଚ୍ଛେଦ କରାଯାଇଥିବା ବେଳେ ନୂତନ ବିଲଡିଂର ଅଟ୍ଟାଳିକା କାର୍ଯ୍ୟ ଜୋରସୋରରେ ଚାଲିଛି । ବଜେଟ ଅଧିବେଶନ ଜାନୁୟାରୀ ୩୧ରୁ ଆରମ୍ଭ ହୋଇ ୬ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ ଏଥି ମଧ୍ୟରେ ୧୪ ଫେବୃୟାରୀରୁ ୧୨ ମାର୍ଚ୍ଚ ଯାଏଁ ବଜେଟ ଅଧିବେଶନ ବନ୍ଦ ରହିବା ନେଇ ଜଣାପଡିଛି । ପରମ୍ପରା ଅନୁଯାୟୀ ରାଷ୍ଚ୍ରପତି ଉଭୟ ଗୃହରେ ବଜେଟ ଅଧିବେଶନକୁ ସମ୍ୱୋଧିତ କରିବେ ଓ ଏହାପରେ ବଜେଟ ଉପସ୍ଥାପନ କରାଯିବ । ଅଧିବେଶନ ଆରମ୍ଭର କିଛି ଦିନ ଯାଏଁ କେବଳ ବଜେଟ ଉପରେ ଚର୍ଚ୍ଚା କରାଯିବା ।
ଏହାର ନିର୍ମାଣ କାମ ଗତବର୍ଷ ନଭେମ୍ୱର ମାସରେ ଶେଷ ହେବା କଥା । କିନ୍ତୁ ପୂର୍ବରୁ ହିଁ ଏହାର ନିର୍ମାଣରେ ବିଳମ୍ବ ହୋଇସାରିଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।