POLITICALS

ଇତିହାସରେ ପ୍ରଥମଥର ବ୍ରିଫକେସ୍ ବଦଳରେ ଲାଲ୍ ବ୍ୟାଗରେ ବଜେଟ ରଖିଲେ ସୀତାରମଣ୍

Untitled 1

ଆଜି ଆସିବ ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ୍ । ଅର୍ଥମନ୍ତ୍ରୀଙ୍କ ପେଡ଼ି ଉପରେ ରହିଛି ସମସ୍ତ ସାଧାରଣ ଜନତାଙ୍କ ନଜର । ତେବେ ରେଳ ବଜଟ୍‌ରେ କଣ ଉପହାର ରହିଛି ତାହା ଅର୍ଥମନ୍ତ୍ରୀ ବଜେଟ୍ ପେଡ଼ି ଖୋଲିଲେ ଜଣାପଡିବ । ତେବେ ଏହା ପୂର୍ବରୁ ସମସ୍ତଙ୍କୁ ତାଜୁବ କରିଦେଇଛନ୍ତି ଅର୍ଥମନ୍ତ୍ରୀ। ଭାରତରେ ପ୍ରଥମଥର ପାଇଁ ଜଣେ ମହିଳା ଅର୍ଥମନ୍ତ୍ରୀ ବଜେଟ୍ ପ୍ରକାଶ କରିବାକୁ ଯାଉଛନ୍ତି । ଏଭଳି ସମୟରେ ଅନେକ ଜିନିଷରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି । ଯାହାର ଆରମ୍ଭ ବଜେଟ୍ ରଖାଯାଉଥିବା ବ୍ରିଫକେସ୍ ରୁ ହୋଇଛି । ବର୍ଷ ବର୍ଷରୁ ବଜେଟ୍ ରଖିବା ପାଇଁ ଖାସ୍ ବ୍ରିଫକେସ୍ ର ବ୍ୟବହାର କରାଯାଏ । କିନ୍ତୁ ଶୁକ୍ରବାର ନିର୍ମଳା ସୀତାରମଣ୍ ଙ୍କ ହାତରେ ଏହି ଖାସ୍ ବ୍ରିଫକେସ୍ ଦେଖାଯାଇନଥିଲା । ବ୍ରିଫକେସ୍ ବଦଳରେ ଏକ ଖାସ୍ ଲାଲ୍ ରଙ୍ଗର କପଡା ଦେଖାଦେଇଥିଲା । ସେ ଏହି ଲାଲ୍ ବ୍ୟାଗରେ ବଜେଟ୍ ଦସ୍ତାବିଜ ନେଇ ଆସିଥିଲେ ।

ପାରମ୍ପରିକ ଭାବେ ବ୍ରିଫ୍‌କେସ୍‌ରେ ବଜେଟ୍‌ କାଗଜପତ୍ର ଯାଏ, କିନ୍ତୁ, ସେ ଚାରିଚଉତା ହୋଇ ମୋଡ଼ା ହୋଇଥିବା ଲାଲ୍‌ କପଡ଼ାରେ ବଜେଟ୍‌ କାଗଜପତ୍ର ଧରିଥିଲେ। ଏଥିରେ ଲାଗିଛି ସୁନେଲି ରଙ୍ଗର ଜାତୀୟ ସଂକେତ। ପୁଣି ଗୋଟାଏ ଡୋରରେ ତାହା ବନ୍ଧା ଯାଇ ସାମନା ପଟରେ ଗଣ୍ଠିପଡ଼ିଛି। ଏହା ଭାରତୀୟ ପରମ୍ପରା। ଏଇଟା ପାଶ୍ଚାତ୍ୟ ବିଚାରଧାରାର ଦାସତ୍ୱରୁ ବିଦାୟ ନେବାର ସଙ୍କେତ ଦେଉଛି। ଏଇଟା ଗୋଟାଏ ବଜେଟ୍‌ ନୁହେଁ ‘ବହି-ଖାତା’ ବୋଲି କହିଛନ୍ତି ସିଇଏ କୃଷ୍ଣମୂର୍ତ୍ତି ସୁବ୍ରମଣିଆନ୍‌

D Rybjrxkaaubfb 300x200

ସରକାରଙ୍କ କହିବାନୁସାରେ ଏହା ପାଶ୍ଚାତ୍ୟ ସଂସ୍କୃତିରୁ ବାହାରକୁ ଆସି ଦେଶର ପୁରୁଣା ପରମ୍ପରା ସହ ଜଡିତ ହେବାର ଏକମାତ୍ର ପ୍ରୟାସ । ବ୍ୟାଗର ନାଲି ରଙ୍ଗ ଭାରତୀୟ ପରମ୍ପରା ଅନୁସାରେ ଶୁଭର ପ୍ରତୀକ ଅଟେ । ୟୁନିୟନ୍ ବଜେଟ୍ ନାଁ ମଧ୍ୟ ବଦଳିଯାଇଛି ।

ପଢନ୍ତୁ: ବଡ଼ଦାଣ୍ଡରେ ଗଡ଼ିଲା ତିନି ରଥ

Related posts

ପ୍ରଦୀପ ମହାରଥୀଙ୍କ ଗୁଣ୍ଡାରାଜ: ପିପିଲି ଫ୍ଲାଇଂ ସ୍କ୍ବାଡ୍ ଏସଏସଟି ଏବଂ ଭିଡିଓ ସର୍ଭିଲାନ୍ସ ଟିମକୁ ଆକ୍ରମଣ

Ratnamani Moharana

ଲୋକସଭାରେ ଉଠିଲା ସ୍ମାର୍ଟସିଟିର ଜଳବନ୍ଦୀ କଥା

Ratnamani Moharana

ପରାଜିତ ହେଲେ ମିଜୋରମ ମୁଖ୍ୟମନ୍ତ୍ରୀ ଥାନହଲା

ENO Beuro

Leave a Comment