EnewsOdia.Com

ଛୁଟି ଦିନ ସତ୍ତ୍ୱେ ଫେବୃଆରୀ ୧ରେ ହେବ ବଜେଟ ଉପସ୍ଥାପନ

ନରେନ୍ଦ୍ର ମୋଦୀଙ୍କ ୨ୟ ପାଳି ସରକାରରେ ସେ ନେଇଛନ୍ତି ବଡ ବଡ ନିଷ୍ପତି। ଦେଶର ପ୍ରଗତି ପାଇଁ ସବୁଠୁ ଗୁରୁତ୍ବପୂର୍ଣ ହେଉଛି ବଜେଟ ଅଧିବେଶନ। କାରଣ ବଜେଟ ଉପରେ ନିର୍ଭର କରେ ଦେଶର ଆର୍ଥିକ ପ୍ରଗତି। ତେବେ ବର୍ତ୍ତମାନର ସୂଚନାନୁଯାୟୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସନ୍ତା ଫେବୃଆରୀ ୧ରେ ଉପସ୍ଥାପନ କରିବେ। ଫେବୃଆରୀ ୧ ଶନିବାର ପଡ଼ୁଥିଲେ ହେଁ ସେଦିନ ସଂସଦ ଖୋଲା ଯିବ ଓ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବେ।  ସେହିପରି ବଜେଟ ପୂର୍ବରୁ ଜାନୁଆରୀ ୩୧ରେ ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ।

୨୦୧୫-୧୬ ଆର୍ଥିକ ବର୍ଷ ପରି ଏଥିର ମଧ୍ୟ ବଜେଟ ଶନିବାର ଉପସ୍ଥାନ ହେବ। ଶୁକ୍ରବାର ବଜେଟ ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଶ୍ନ କରାଯାଇଥିଲା। କ’ଣ କେନ୍ଦ୍ର ସରକାର ଏଥର ଫେବୃଆରୀ ୧ ଶନିବାର ଭଳି ଛୁଟି ଦିନରେ ସଂସଦରେ ବଜେଟ ଉପସ୍ଥାପନ କରିବେ କି? ଏହାର ଉତ୍ତର ଦେଇ ଶ୍ରୀ ଯୋଶୀ କହିଛନ୍ତି, “କେନ୍ଦ୍ର ସରକାର ଆରମ୍ଭ ହୋଇଥିବା ପରମ୍ପରା ଜାରି ରହିବ। ତେଣୁ ଧାର୍ଯ୍ୟ ତାରିଖରେ ହିଁ ବଜେଟ ଉପସ୍ଥାପନ ହେବ।” ମୋଦି ସରକାର ଫେବୃଆରୀ ମାସର ଶେଷ କାର୍ଯ୍ୟ ଦିବସ ପରିବର୍ତ୍ତେ ପ୍ରଥମ କାର୍ଯ୍ୟ ଦିବସରେ ବଜେଟ ଉପସ୍ଥାପନ କରିବେ ବୋଲି ଘୋଷଣା କରିଥିଲେ। ଏହାପରେ ୨୦୧୭-୧୮ ପରଠାରୁ ପ୍ରତିବର୍ଷ ଫେବୃଆରୀ ୧ରେ ହିଁ ବଜେଟ ଉପସ୍ଥାପନ ହେଉଛି। ଏଥିର ମଧ୍ୟ ଶନିବାର ଭଳି ଛୁଟି ଦିନରେ ହିଁ କେନ୍ଦ୍ର ଅର୍ଥମନ୍ତ୍ରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।

ପଢନ୍ତୁ: କାଲିଠୁ NH ଟୋଲଗେଟରେ ଫାଷ୍ଟଟ୍ୟାଗ୍ ବାଧ୍ୟତାମୂଳକ

ସମ୍ବନ୍ଧିତ ଖବର

ଏଜି ଛକରେ ଲାଗିଲା ପ୍ୟାଡ୍‌ ଭେଣ୍ଡିଂ ମେସିନ୍‌

Ratnamani Maharana

ଆଜିଠୁ କାର୍ତ୍ତିକ ମାସ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

Ratnamani Maharana

‘କାଶୀ’ରେ ଚିତାଭସ୍ମ ହୋଲିର ନିଆରା ପରମ୍ପରା

Ratnamani Maharana

ପୁଣି ଅଡ଼ୁଆରେ ସାଂସଦ ଅନୁଭବ ମହାନ୍ତି

Ratnamani Maharana

ଚୀନରେ ଏସଏଆରଏସ ଭାଇରସ ଆତଙ୍କ, ଭାରତ ପାଇଁ ସତର୍କ ଘଣ୍ଟି

Ratnamani Maharana

ପକ୍ଷୀ ପ୍ରେମରେ ଛାଡିଦେଲେ ଇଂଜିନିୟରିଙ୍ଗ ଚାକିରି

Ratnamani Maharana