February 17, 2019

ଆଜିଠାରୁ ସଂସଦର ବଜେଟ ଅଧିବେଶନ,ଶୁକ୍ରବାର ବଜେଟ ଉପସ୍ଥାପନ

buget

ଗୁରୁବାର ଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହା ଫ୍ରେବୁଆରୀ ୧୩ ଯାଏଁ ଚାଲିବ । ପ୍ରଥମ ଦିନ ସଂସଦର ଦୁଇ ସଦନର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ଭୋଧନ କରିବେ। ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ଦାୟିତ୍ଵ ସମ୍ଭାଳୁଥିବା କ୍ୟାବିନେଟ ମନ୍ତ୍ରୀ ପିୟୁଷ ଗୋଏଲ ବଜେଟ ଆଗତ କରିବେ।

ତେବେ ଏହି ବଜେଟ୍ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇବନି କି ଅର୍ଥ ବିଲ୍ ଆସିବ ନାହିଁ ବୋଲି ଗୋଏଲ ସ୍ପଷ୍ଟ କରିଛନ୍ତି । ବଜେଟ୍ ବ୍ୟତୀତ ବିବାଦୀୟ ସିଟିଜେନ୍ ସିପ୍ ବିଲ୍ ଓ ଟ୍ରିପଲ୍ ତଲାକ୍ ବିଲ୍‌କୁ ପାସ୍ କରାଇବା ଚକ୍କରରେ ରହିବେ ସରକାର ।

ଅନ୍ୟ ପକ୍ଷରେ ସଂସଦର ବଜେଟ ଅଧିବେଶନରେ ବିଜେଡି କୋଇଲା ରୟାଲଟି ପ୍ରସଙ୍ଗ, ଏମଏସପି ବୃଦ୍ଧି ପ୍ରସଙ୍ଗ, ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ମହିଳା ସଂରକ୍ଷଣ ଆଦି ବିଲ ଉଠାଇବ ବୋଲି ଜଣାପଡ଼ିଛି।

ପଢନ୍ତୁ; ମାଲିକ ପୁଅକୁ ହତ୍ୟା କରି ଫେରାର,କାନ୍ଥରେ ଲେଖିଲା,ମୁ ମାରିଛି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More