Entertainment

ଆପଣ ଜାଣନ୍ତି କି ବୁଦ୍ଧାଦିତ୍ୟ ମହାନ୍ତିଙ୍କ ଅଭିନୀତ ପ୍ରଥମ ସିନେମା ଆଜି ପର୍ଯ୍ୟନ୍ତ ବି ହୋଇ ନାହିଁ ରିଲିଜ୍‌?

ଏହି ଓଡ଼ିଆ ସିନେମା ପାଇଁ ପ୍ରଥମେ କ୍ୟାମେରା ଫେସ୍‌ କରିଥିଲେ ବୁଦ୍ଧାଦିତ୍ୟ

ବୁଦ୍ଧାଦିତ୍ୟ ମହାନ୍ତି ଓଲିଓଡରେ ବେଶ ପରିଚିତ। ବିଭୁତି ରାଉତରାୟଙ୍କ ପ୍ରଯୋଜିତ ତଥା ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ‘ଆଇ ଲଭ୍‌ ମାଇଁ ଇଣ୍ଡିଆ’ ହେଲା ବୁଦ୍ଧାଦିତ୍ୟଙ୍କର ପ୍ରଥମେ ରିଲିଜ୍‌ ହୋଇଥିବା ସିନେମା। ସେ ‘ଆଇ ଲଭ୍‌ ମାଇଁ ଇଣ୍ଡିଆ’ରୁ ଆରମ୍ଭ କରି ‘ବାଏ ବାଏ ଦୁବାଇ’ଯାଏଁ ବେଶ କେତୋଟି ଓଡ଼ିଆ ଛବିରେ ଅଭିନୟ କରି ସାରିଲେଣି।

ଆପଣ ଜାଣିଛନ୍ତି କି ? ବୁଦ୍ଧାଦିତ୍ୟ ମହାନ୍ତିଙ୍କ ପ୍ରଥମ ଚଳଚିତ୍ର ଆଜି ଯାଏଁ ବି ରିଲିଜ ହୋଇନାହିଁ। ଏହି ସିନେମାଟି ହେଲା-‘ଲଭ୍‌ଷ୍ଟୋରି’। ୨୦୦୫ ମସିହାରେ ଜୟପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଏହାର କାମ ଆରମ୍ଭ ହୋଇଥିଲା।‘ଲଭ୍‌ଷ୍ଟୋରି’ର ସଂଳାପ ଲେଖିଥିଲେ ପ୍ରଦୀପ୍ତ ନନ୍ଦ ଓ ସଂଗୀତ ନିର୍ଦ୍ଦେଶନାରେ ଥିଲେ ପ୍ରେମ୍‌ ଆନନ୍ଦ। ଅରୁଣ ମନ୍ତ୍ରୀ,ବିଜୟ ମଲ୍ଲ ଓ ଜୟପ୍ରକାଶ ମହାନ୍ତି ଏହାର ଗୀତ ରଚନା କରିଥିଲେ।

ଏହି ସିନେମାର କାମ ଶେଷ ହେବାପରେ ଗୀତ ରେକଡ଼ିଂ କରାଯାଇଥିଲା। ଏହାପରେ ପ୍ରଥମ ପର୍ଯ୍ୟାୟର ସୁଟିଂ ଆରମ୍ଭ ହୋଇଥିଲା ବିଶାଖାପାଟଣାରେ। ଏଥି ସହିତ ଏହି ପିଲ୍ମରେ ବୁଦ୍ଧାଦିତ୍ୟ ଓ ଲିପିଙ୍କ କିଛି ବୋଲ୍‌ଡ଼ ସିନ୍‌ ମଧ୍ୟ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ଏହି ସିଡ଼୍ୟୁଲ୍‌ ସରିବା ପରେ ‘ଲଭ୍‌ ଷ୍ଟୋରି’ର କାମ ଅଟକି ରହିଥିଲା,ଯାହାକି ଏଯାବତ୍‌ କଂପ୍ଲିଟ୍‌ ହୋଇ ପାରିନାହିଁ। ତେବେ ସେ ତା’ ଆଗରୁ ହିନ୍ଦୀ ସିନେମା ‘ଜୟ ସନ୍ତୋଷୀ ମା’’ରେ ଅଭିନୟ କରି ସାରିଥିଲେ।

ପଢନ୍ତୁ;

ଆଜି ଦୋଳ ପୂର୍ଣ୍ଣିମା ,ସୁନାବେଶ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼

Related posts

ଖୁବଶୀଘ୍ର ମଲାଇକାକୁ ବିବାହ କରିବେ ଏହି ବଲିଉଡ ଅଭିନେତା

ENO Beuro

ଏଥର ନୂଆ ରୂପରେ ଦେଖିବାକୁ ପାଇବେ ଲାରା ଦତ୍ତଙ୍କୁ

ENO Beuro

ପ୍ରଭାସଙ୍କ ସହ ସିନେମା କରିବେ ଅର୍ଶୀ ଖାନ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More