News

ଦିଲ୍ଲୀ ଅଶୋକ ବିହାରରେ ଭୁଷୁଡ଼ିଲା ୩ ମହଲା କୋଠା,୨ ପିଲା ମୃତ

delhi

ଦିଲ୍ଲୀ ଅଶୋକ ବିହାରରେ ୩ମହଲା କୋଠା ଭୁଷୁଡ଼ି ପଡ଼ିବାରୁ ୨ଜଣ ପିଲାଙ୍କ ଘଟଣାସ୍ଥଳରେ ମୃତ ହୋଇଛି। ଦୁର୍ଘଟଣାସ୍ଥଳରୁ ଅନ୍ୟୂନ ୮ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା କଥା କୁହାଯାଉଛି। ଆହତମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

delhi

ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଛି ଯେ କୋଠାଟି ଦୀର୍ଘ ବର୍ଷ ଧରି ମରାମତି ହୋଇ ନଥିବାରୁ ଭୁଷୁଡ଼ି ପଡ଼ିଛି। କୋଠା ହଠାତ୍‍ ଭୁଷୁଡ଼ି ପଡ଼ିବାରୁ ଏଥିରେ ରହୁଥିବା ବ୍ୟକ୍ତିମାନେ ବାହାରକୁ ବାହାରିବାର ସମୟ ପାଇ ନଥିଲେ। ଲାଗି ରହିଥିବା ବର୍ଷା ହେତୁ ଦିଲ୍ଲୀର ଏକାଧିକ ସ୍ଥାନରେ ଏଭଳି କୋଠା ଭୁଷୁଡ଼ିବା ଘଟଣା ଲାଗି ରହିଛି। ଏଭଳି ଘଟଣାରେ ଅଦ୍ୟାବଧି ୧୦ରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କ ପ୍ରାଣ ହରାଇଛନ୍ତି। କୋଠାଟି ଏକକାଳୀନ ଭାଙ୍ଗି ପଡ଼ିବାରୁ ଆଖପାଖର ଏତେକ କୋଠା ମଧ୍ୟ ଏହାର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି। ଦିଳ୍ଲୀ ଅଗ୍ନିଶମ ସେବା ଏବଂ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ପଢନ୍ତୁ; ମୋଡ୍ରିକଙ୍କୁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

Related posts

ମୋବାଇଲ ଫୋନ୍ ଫାଟି ଯୁବତୀ ମୃତ ,ଚାର୍ଜରେ ବସାଇ କଥା ହେଉଥିବା ବେଳେ ବିସ୍ଫୋରଣ

ENO Beuro

ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ : ସାଢ଼େ ୪ କୋଟି ଲୋକଙ୍କୁ ନେଇ ମୋର ପରିବାର

ENO Beuro

୨୦୧୯ ସ୍ଵଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱର ପଛୁଆ

Ratnamani Moharana

Leave a Comment