News

ଗୋହତ୍ୟା ସନ୍ଦେହରେ ୟୁପିରେ ହିଂସା,ପୋଲିସ ସମତେ ୨ମୃତ

ପୋଲିସ ଚୌକି ଜାଳିଦେଲେ ଲୋକେ, ତଦନ୍ତ ପାଇଁ ଗଠନ ହେଲା ଏସଆଇଟି

ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଗୋହତ୍ୟା ସନ୍ଦେହରେ ବ୍ୟାପକ ହିଂସା ଘଟିଛି। ଏହି ହିଂସାରେ ପୁଲିସ ଗାଡ଼ି ମଧ୍ୟ ପୋଡ଼ିଦେଇଛନ୍ତି। ଏମିତି କି ପୁଲିସ ଉପରକୁ ଗୁଳି ଚାଳନା କରିବାକୁ ମଧ୍ୟ ପଛାଇ ନାହାନ୍ତି। ଘଟଣାରେ ଜଣେ ପୁଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟିଛି। ଅନ୍ୟଜ‌େଣ ବାସିନ୍ଦାଙ୍କର ମଧ୍ୟ ମୃତ୍ୟୁ ଘଟିଛି।

up

ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହା ସହିତ ହିଂସାରେ ମୃତ୍ୟୁ ବରଣ କରିଥିବା ଇନ୍ସପେକ୍ଟରଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ସମ୍ପର୍କୀୟଙ୍କୁ ସରକାରୀ ଚାକିରି ଘୋଷଣା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ବୁଲନ୍ଦସହରରେ ୨୫ଟି ଗୋରୁଙ୍କର ମୃତଦେହ ଏକ ପଡିଆ ମଧ୍ୟରୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ଲୋକମାନେ ଗୋରୁଙ୍କର ମୃତଦେହ ରଖି ରାସ୍ତା ଅବରୋଧ କରିବାକୁ ଚାହିଁବାରୁ ପୋଲିସ ସେମାନଙ୍କୁ ଘଉଡାଇଥିଲା । କିନ୍ତୁ ଏତେ ସଂଖ୍ୟକ ଭିଡକୁ ନିୟନ୍ତ୍ରଣ କରିବା ପୋଲିସ ପକ୍ଷେ ସମ୍ଭବପର ହୋଇନଥିଲା । ଅନ୍ୟପଟେ ପୋଲିସ ରାସ୍ତା ଅବରୋଧ କରିବାକୁ ଘଉଡାଇବାରୁ ଭିଡ ମଧ୍ୟରୁ ଉତ୍ତ୍ୟକ୍ତ ଲୋକମାନେ ଗୁଳି ଚାଳନା କରିବା ସହ ପଥର ଫିଙ୍ଗିଥିଲେ ।

ପଢନ୍ତୁ; ସୁପ୍ରିମକୋର୍ଟରେ ଓଡିଶାକୁ ପୋଲାଭରମ୍ ଝଟକା: ପ୍ରକଳ୍ପ ନିର୍ମାଣରେ ରିହାତିଦେଶକୁ ନା

Related posts

ଆଜି ଲାଲୁ ଯାଦବଙ୍କ ପୁଅ ବାହାଘର

ENO Beuro

ଅନ୍ତର୍ଜାତୀୟ ଫ୍ୟାସନ ପ୍ରତିଯୋଗିତାରେ ଓଡିଆ ଝିଅ କ୍ରିସିତା ଚାମ୍ପିଅନ୍‌!

ENO Beuro

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More