21.7 C
Bhubaneswar
October 29, 2020
EnewsOdia.Com
ନ୍ୟୁଜ୍

ମହାବଳ ବାଘକୁ ବିପଦ ‘ବୁଲବୁଲ’

ଜଙ୍ଗଲର ରାଜା ମହାବଳ ବାଘ ପାଇଁ ଏବେ ବଡ଼ ବିପଦ ଭାବେ ଉଭା ହୋଇଛି ‘ବୁଲବୁଲ୍’.. । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ- ବାଂଲାଦେଶ ମଧ୍ୟରେ ରହିବ । ସାଗରଦ୍ୱୀପ- ଖେପୁପାରା ମଧ୍ୟରେ ଅତିକ୍ରମ କରିବ ଏହି ବାତ୍ୟା । ଏହାପରେ ବାତ୍ୟା ବୁଲବୁଲ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି ।୧୦ ବର୍ଷ ମଧ୍ୟରେ ‘ଆଇଲା’ ବାତ୍ୟା ପରେ ଏହି ବାତ୍ୟା (ବୁଲବୁଲ୍) ହେଉଛି ସବୁଠାରୁ ଅଧିକ ଭୟଙ୍କର । ଏହାର ପ୍ରଭାବରେ କୋଲକାତାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି ।

ସୁନ୍ଦରବନରେ ବର୍ତ୍ତମାନ ୫୧୩.୬ ହେକ୍ଟର ଜାଗାରେ ୪୦୦ରୁ ଉର୍ଦ୍ଧ ମହାବଳ ବାଘ ବାସ କରୁଛନ୍ତି, ଯାହାଙ୍କୁ ବେଙ୍ଗଲ ଟାଇଗର ବୋଲି ମଧ୍ୟ କୁହାଯାଏ । ତେବେ ସୁନ୍ଦରବନରେ ଏହା ସ୍ଥଳ ଭାଗ ଛୁଇଁବାକୁ ଯାଉଥିବାରୁ ଏଠାରେ ରହୁଥିବା ୪୦୦ ମହାବଳ ବାଘଙ୍କ ପ୍ରତି ବିପଦ ଆସିପାରେ ବୋଲି ଆଶଙ୍କା କରାଯାଉଛି ।ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାର କୌଣସି ସୁବିଧା ନାହିଁ । ତେଣୁ ବାଘଙ୍କ ସୁରକ୍ଷା ପାଇଁ ଚିନ୍ତାରେ ବନ ବିଭାଗ ଏବଂ ରାଜ୍ୟ ପ୍ରଶାସନ ।

 

ଓଡ଼ିଶାରେ କାଲି ସକାଳଠାରୁ ପବନର ବେଗ ୫୫ ରୁ ୭୫କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ତେବେ କାଲି ଦ୍ୱିପ୍ରହରରୁ ସନ୍ଧ୍ୟା ଯାଏଁ ପବନର ବେଗ ୭୦ ରୁ ୯୦ କିମି ଛୁଇଁବ । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ପବନ ହେବ। ଏହା ସହ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ମଧ୍ୟ ହେବା ପୂର୍ବାନୁମାନ କରାଯାଇଛି ବୋଲି  ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।ତେବେ ଫନି ସମୟରେ ଓଡ଼ିଶାରେ ବାଲୁଖଣ୍ଡରେ ବସବାସ କରୁଥିବା ବାଲି ହରିଣ ମାନଙ୍କ ସାମାନ୍ୟ କ୍ଷୟକ୍ଷତି ହୋଇଥିଲା ।

ପଢନ୍ତୁ: ‘ବୁଲବୁଲ’ ପାଇଁ ବଢ଼ିଲା ସ୍କୁଲ ଛୁଟି ଅବଧି

Related posts

ଶ୍ରୀମନ୍ଦିର ନୀଳଚକ୍ର ବାନାରେ ଲାଗିଲା ନିଆଁ

Ratnamani Maharana

ଜାପାନୀ କ୍ରୁଜ୍‌ ଜାହାଜରୁ ୧୧୯ଜଣ ଭାରତୀୟ ଓ ୫ଜଣ ବିଦେଶୀ ନାଗରିକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଏୟାର୍‌ ଇଣ୍ଡିଆ ବିମାନ

Ratnamani Maharana

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଖଡା ଆରମ୍ଭ

Ratnamani Maharana

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More