EnewsOdia.Com

ଆଉ ଚାରି ପାଞ୍ଚ ଘଣ୍ଟା ମଧ୍ୟରେ ଓଡ଼ିଶା ସୀମା ଅତିକ୍ରମ କରିବ ବାତ୍ୟା ‘ବୁଲ୍‌ବୁଲ୍‌’

ଆଜି  ମଧ୍ୟରାତ୍ରରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ‘ବୁଲ୍‌ବୁଲ୍‌’। ହେଲେ ଏଥିଯୋଗୁ ଓଡ଼ିଶାରେ ବିଶେଷ କ୍ଷୟକ୍ଷତି ହେବ ନାହିଁ। ତେବେ ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ଓଡ଼ିଶା ସୀମା ଅତିକ୍ରମ କରିବାକୁ ଆଉ ୪ ରୁ ୫ ଘଣ୍ଟା ଲାଗିପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି। ଏବେ ଘଣ୍ଟା ପ୍ରତି ବାତ୍ୟାର ବେଗ ରହିଛି ୬ କିଲୋମିଟର। ଗତକାଲିରୁ ହିସାବ କଲେ ବାତ୍ୟାର ଗତି ୨୧ କିଲୋମିଟର କମିଛି।  ସକାଳୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସ୍ଥାନୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ପହଞ୍ଚି ପାଣିପାଗ କେନ୍ଦ୍ରର ମହା ନିର୍ଦେଶକଙ୍କ ସହ ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ର ସ୍ଥିତି ଓ ସେଥିଯୋଗୁଁ ହେଉଥିବା ବୃଷ୍ଟିପାତ ବିଷୟରେ ସମୀକ୍ଷା କରିଛନ୍ତି।

ସ୍ୱତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା କହିଛନ୍ତି: ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ବାତ୍ୟା ଓ ବର୍ଷାଜନିତ ବିପଦ ଟଳିଛି। ୧୦୦୦ ଲୋକ ବିଳମ୍ବିତ ରାତ୍ରୀରେ ବାତ୍ୟା ଆଶ୍ରୟସ୍ଥଳକୁ ଆସିଛନ୍ତି । ଏବେ ଓଡ଼ିଶା ଉପକୂଳ ପାଖ ଦେଇ ଅତିକ୍ରମ କରୁଥିବା ବାତ୍ୟା ‘ବୁଲ୍‌ବୁଲ୍‌’ ପାରାଦୀପ ଠାରୁ ୧୧୦ କିଲୋମିଟର୍‌ ଦୂର ବଙ୍ଗୋପସାଗର ମଧ୍ୟରେ କେନ୍ଦ୍ରୀଭୂତ ହୋଇଛି।

ପଢନ୍ତୁ: ପାଖେଇ ଆସୁଛି ବାତ୍ୟା ବୁଲ୍‌ବୁଲ୍‌ : ପ୍ରଭାବରେ ଓଡ଼ିଶାରେ ବର୍ଷା, ବଢ଼ୁଛି ପବନର ବେଗ

ସମ୍ବନ୍ଧିତ ଖବର

ଆଜି ସରସ୍ଵତୀ ପୂଜା, ବାଗଦେବୀଙ୍କ ଆରାଧନା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଉତ୍ସବ ମୁଖର

Ratnamani Maharana

ଭୁବନେଶ୍ୱରରେ ବନ୍ଦ ହେବକି ଶତାଧିକ କଲ୍ୟାଣ ମଣ୍ଡପ!

Ratnamani Maharana

ପାକିସ୍ତାନର ତେଜ୍‌ଗାମ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗି ୧୬ ଯାତ୍ରୀ ମୃତ, ୧୩ ଆହତ

Ratnamani Maharana

ଟିଭିରେ ସୁପର୍‍ହିରୋ ସାଜିବେ ବିରାଟ

Ratnamani Maharana

ଓଡିଶା ମୁହାଁ ଆଉ ଏକ ବାତ୍ୟା

Ratnamani Maharana

ଆଜିଠୁ ଆରମ୍ଭ ଜେଇଇ ମେନ୍‌ ପରୀକ୍ଷା

Ratnamani Maharana