News

ଗ୍ରେଟର ନୋଏଡ଼ାରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା,୩ ମୃତ

ଗ୍ରେଟର ନୋଏଡ଼ା ଶାହା ବେରି ଗାଁ’ରେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଦୁଇଟି ନିର୍ମାଣଧୀନ କୋଠାଘର ଭୁଶୁଡ଼ି ପଡ଼ିବାରୁ ଅନ୍ୟୂନ ତିନି ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

ଘଟଣା ପରେ ଗାଜିଆବାଦ୍‍ରୁ ଏନ୍‍ଡିଆରଏଫ୍‍ ଟିମ୍‍ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି। ଏକାଧିକ ଭାରୀ ଯାନ ଓ ଯନ୍ତ୍ରାଂଶ ବ୍ୟବହାର କରାଯାଉଛି। ପୁଲିସ୍ ଏ ଘଟଣାରେ ନିର୍ମାଣାଧୀନ କୋଠାର ମାଲିକଙ୍କ ସହିତ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଯେଉଁ ବିଲ୍‌ଡର ଏହାର ନିର୍ମାଣ ଦାୟିତ୍ୱ ନେଇଥିଲେ ତାଙ୍କ ନାଁରେ ଲୁକ୍‌ ଆଉଟ୍ ନୋଟିସ୍ ଜାରି କରାଯାଇଛି।

ଅପରପକ୍ଷରେ ବିଳମ୍ବରେ ଉଦ୍ଧାରକାରୀ ଦଳ ପହଞ୍ଚିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଖବର ଦିଆଯାଇଥିଲେ ମଧ୍ୟ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

ଗ୍ରେଟର ନୋଏଡ଼ାରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା,୩ ମୃତ ଗ୍ରେଟର ନୋଏଡ଼ାରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା,୩ ମୃତ noida

ପଢନ୍ତୁ; ୨୧ରେ ପୁଣି ଲଘୁଚାପ,ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

Related posts

ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ ପ୍ରତିଷ୍ଠା ଲାଗି ସଂଶୋଧିତ ବ୍ୟୟ ଅଟକଳକୁ କ୍ୟାବିନେଟ ଅନୁମୋଦନ

Krishna Kumar Manoj

ଘାଟିରୁ ୫୦୦ଫୁଟ ତଳକୁ ଖସିପଡିଲା ବସ୍ ,୨୩ଯାତ୍ରୀଙ୍କ ମୃତ୍ୟ ଆଶଙ୍କା

Krishna Kumar Manoj

ପରପାରିରେ ଗୀତିକବି ରସରାଜ !

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More