News

ଓଲଟିଲା ଯାତ୍ରୀବାହୀ ବସ୍,୨୫ ଆହତ

ଓଲଟିଲା ଯାତ୍ରୀବାହୀ ବସ୍‌। ପ୍ରାୟ ୨୫ଜଣ ଆହତ ହୋଇଥିବା ଜଣାପଡିଛି । ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ସାଆନ୍ତରାପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଶିବମ୍‌ ନାମକ ଘରୋଇ ବସ୍‌ଟି ବୁର୍ଲାରୁ ଭୁବନେଶ୍ୱର ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଆହତ ମାନଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

bus

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଝାରସୁଗୁଡ଼ାରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ଶିବମ ନାମକଏକ ନାଇଟ କୋଚ୍‌ ବସ ଭୋର ୩ଟା ବେଳେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ସାମନ୍ତରାପୁର ନିକଟରେ ଯାଉଥିବା ବେଳେ ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା

ସୂଚନାପାଇ ଦମକଳ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏଥିରେ କୌଣସି ଯାତ୍ରୀଙ୍କ ମୃତ୍ୟୁୁ ହୋଇନଥିବା ଜଣାପଡିଛି। ଏ ସମ୍ପର୍କରେ ପୋଲିସ ପକ୍ଷରୁ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇଛି ଏବଂ ବସକୁ ଜବତ କରିବା ସହ ତଦନ୍ତ ଜାରି ରହିଛି।

ପଢନ୍ତୁ;କଦଳୀ ପତ୍ରରେ ଭୋଜନ କରିବା ଦ୍ଵାରା କଣ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା

Related posts

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ

ENO Beuro

ଚିକିତ୍ସା ପାଇଁ ପୁଣି ଆମେରିକା ଯିବେ ପାରିକର

ENO Beuro

ଦକ୍ଷିଣ ଆଫ୍ରିକାର ଡେମି ଲେଇଘ୍‌ ନେଲ୍‌-ପିଟ୍‌ରସ ‘ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୭’ ମୁକୁଟ ବିଜୟିନୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More