News

ଭବାନିପାଟଣାରେ ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ : ୨ ମୃତ,୨୫ ଆହାତ

୩୦ ଫୁଟ ତଳକୁ ଖସିଲା ବସ

ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିବା ମାଣିକେଶ୍ୱରୀ ନାମକ ଏକ ଘରୋଇ ବସ ଭବାନୀପାଟଣାର  ଲାଲପୋଲିଆ ପୋଲ ନିକଟରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣରୁ ଅଧିକ ଆହତ ହୋଇଛନ୍ତି । ଖବରପାଇ ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀ, ପୁଲିସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତକମାନଙ୍କୁ ଉଦ୍ଧାର କରି ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ମାଣିକେଶ୍ୱରୀ ବସଟି ଗତକାଲି ରାତିରେ ଭୁବନେଶ୍ୱର ଛାଡ଼ିଥିଲା । ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ମାଣିକେଶ୍ୱରୀ ନାମରେ ଏକ ବସ ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିବାବେଳେ ଭାରସାମ୍ୟ ହରାଇ ଲାଲପୋଲିଆ ପୋଲ ନିକଟରେ ପ୍ରାୟ ୩୦ ଫୁଟ ତଳକୁ ଖସି ପଡିଥିଲା । ଟ୍ରକକୁ ସାଇଡ ଦେବାକୁ ଯାଇ ବସଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ବସ ତଳେ ଚାପି ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୨୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।

ପଢନ୍ତୁ ;

କ୍ୟାଟ୍ରିନା ସାଜିଲେ ବଧୂ ବେଶ କାହା ପାଇଁ ଜାଣନ୍ତୁ ?

Related posts

ମାଲକାନଗିରି : ବାପାଙ୍କ ଦ୍ଵାଦଶ କ୍ରିୟାରେ ଘରେ ନିଆଁ ଲାଗି ୩ ଝିଅଙ୍କ ମୃତ୍ୟୁ

ENO Beuro

ଭାରତୀୟ ଯୋଗକୁ ମିଳିଲା କ୍ରୀଡ଼ାର ମାନ୍ୟତା, ସମ୍ମାନ ଦେଲା ଇସଲାମିକ ଦେଶ ସାଉଦି ଆରବ

ENO Beuro

ଆଜି ଗାନ୍ଧୀ ଜୟନ୍ତୀ:ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More