କଟକ ଜଗତପୁର ନିକଟରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ,ଜଣେ ମୃତ

bus

ଜଗତପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଖଇରା ନାଳପୋଲ ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କଟକ ଅଭିମୁଖେ ଯାଉଥିବା ବାବାମଣି ନାମକ ଏକ ଘରୋଇ ବସ୍‌ ଖଇରା ନାଳ ପୋଲ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା। ଯାହା ଫଳରେ ବସ୍‌ର ଆଗ କାଚ ଭାଙ୍ଗି ଯାଇଥିଲା ଏବଂ କ୍ୟାବିନ୍‌ରେ ବସିଥିବା ଜଣେ ବାଳକ ଛିଟିକି ତଳେ ପଡ଼ି ଯାଇଥିଲେ। ବସ୍‌ ଧକ୍କାରେ ଟ୍ରକ୍‌ଟି ଆଗକୁ ଗଡ଼ି ଯାଇଥିଲା। ଯାହା ଫଳରେ ବାଳକଟିର ମୃତ୍ୟ ହୋଇଥିଲା।

ଏହି ଦୁର୍ଘଟଣାରେ ୫ ଜଣ ବସ୍‌ ଯାତ୍ରୀ ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସି ଉଭୟ ବସ ଓ ଟ୍ରକକୁ ଜବତ କରିଥିବା ବେଳେ ବସଚାଳକ ଫେରାର ହୋଇଯାଇଛନ୍ତି।

ପଢନ୍ତୁ;  ଆସନ୍ତା ୧୮ ତାରିଖରେ ସାରା ଭାରତରେ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ଡାକରା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More