News

ଘାଇକୁ ଖସିଲା ବସ୍,୧୫ ମୃତ

ଜମ୍ମୁ-କାଶ୍ମୀରରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଏକ ମିନିବସ ଘାଇକୁ ଖସିପଡ଼ିଛି । ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ବସଟି ଯାତ୍ରୀଙ୍କୁ ନେଇ ରାମବନରୁ ବନିହାଲ ଯାଉଥିଲା। ହେଲେ ରାସ୍ତାରେ ବସଟି ନିୟନ୍ତ୍ରଣ ହରାଇ ଘାଇ ତଳକୁ ଖସି ପଡିଥିଲା । ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ସ୍ଥାନୀୟଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣାସ୍ଥଳରୁ ୧୭ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି।

bus

କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ଲୋକସଭା ସାଂସଦ ଜିତେନ୍ଦ୍ର ସିଂହ କହିଛନ୍ତି ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯାଇଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପଢନ୍ତୁ;ରୁଷୀୟ ସଂଘ ସହ ଭାରତୀୟ ରେଳବାଇର ସହଯୋଗ ଓ ବୁଝାମଣା ସ୍ୱାକ୍ଷରିତ

Related posts

କାଠମାଣ୍ଡୁରେ ପଶୁପତିନାଥ ଧର୍ମଶାଳା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ENO Beuro

କଟକରେ ପୁଣି ଏନ୍‌କାଉଣ୍ଟର : ଯୁଗର ଡାହାଣ ଗୋଡ଼ରେ ବାଜିଛି ଗୁଳି !

ENO Beuro

କେନ୍ଦ୍ର ସରକାରଙ୍କ କୋଠାବାଡ଼ି ଓ ସହର ମନ୍ତ୍ରଣାଳୟ ଦ୍ଵାରା କର୍ମଚାରୀଙ୍କ ପାଇଁ ଆକର୍ଷଣୀୟ ଯୋଜନା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More