News

କଳ୍ପନା ଛକରେ ବସ୍ ଦୁର୍ଘଟଣା,୭ ଆହତ

By Krishna Kumar Manoj

July 24, 2018

ପୁରୀରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀବାହୀ ବସ ଦୁର୍ଘଟଣାଗସ୍ତ । କଳ୍ପନା ଛକ ନିକଟରେ ବସଟି ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସର ବ୍ରେକ ଫେଲ ହୋଇଯାଇଥିବାରୁ ଡ୍ରାଇଭର ଗଛଟିରେ ନେଇ ବସଟିକୁ ପିଟିଦେଇଥିଲେ। ଏହି ଦୁର୍ଘଟଣା କହାରି ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ସମାନ୍ୟ ଆଘାତ ଲାଗିଥିବା ଯାତ୍ରୀଙ୍କୁ ଦମକଳ ବିଭାଗ ପକ୍ଷରୁ କ୍ୟାପିଟାଲ୍ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ,ପୁରୀରୁ ଏକ ଘରେଇ ବସ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସ୍‌ ବ୍ରେକ୍‌ ଫେଲ୍‌ ହୋଇଯିବାରୁ ଗଛରେ ପିଟି ହୋଇଥିବା ଜଣାପଡିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଛି । ପରେ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତ କରାଯାଇଛି । ତେବେ ବସ୍‌ର ଆରଟିଓ ଚେକିଂ କରାଯିବା ପାଇଁ ଲୋକ ଦାବି କରିଛନ୍ତି । ବସ୍‌ଟି ରାସ୍ତାରେ ଗଡିବା ପାଇଁ ସମ୍ପୁର୍ଣ୍ଣ ଫିଟ୍‌ନେସ୍‌ ଥିଲା କି ନାହିଁ ସେନେଇ ଆର୍‌ଟିଓ ଚେକିଂ କରାଯିବ ବୋଲି ସୂଚନା ମିଳିଛି ।

ପଢନ୍ତୁ;ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଠ କାଶ୍ମୀରି ଚିକେନ୍‌ ପଲଉ