News

ଟାଙ୍ଗୀରେ ମର୍ମନ୍ତୁଦ ଦୁର୍ଘଟଣା,ପରିବା ବୋଝେଇ ପିକଅପ୍ ଭ୍ୟାନକୁ ପିଟିଲା ତୀର୍ଥଯାତ୍ରୀ ବସ୍

ଟାଙ୍ଗୀରେ ମର୍ମନ୍ତୁଦ ଦୁର୍ଘଟଣା,ପରିବା ବୋଝେଇ ପିକଅପ୍ ଭ୍ୟାନକୁ ପିଟିଲା ତୀର୍ଥଯାତ୍ରୀ ବସ୍

ଆଠଗଡର ଟାଙ୍ଗୀ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟାଙ୍ଗୀ ରଥ ପେଟ୍ରୋଲ ପମ୍ପ ନିକଟରେ ପରିବାବୋଝେଇ ପିକଅପ ଭ୍ୟାନକୁ ପିଟିଲା ତୀର୍ଥଯାତ୍ରୀ ବସ୍ । ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି।

ଆଜି ଭୋର ୫ ଟାରେ ଟାଙ୍ଗୀର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ରଥ ପେଟ୍ରୋଲ ପମ୍ପ ନିକଟରେ ଏକ ତୀର୍ଥଯାତ୍ରୀ ବସ ପିକଅପ୍‌ ଭ୍ୟାନକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ପିକଅପ ଭ୍ୟାନଟି ରାସ୍ତାକଡକୁ ଗଡି ପଡିଥିଲା । ବସଟି ଦ୍ରୁତ ଗତିରେ ଥିବାବେଳେ ଭୋରରୁ ଡ୍ରାଇଭରର ଆଖି ଲାଗି ଯାଇଥିଲା ଓ ସେ ରାସ୍ତାରେ ଛିଡା ହୋଇଥିବା ଗୋଟିଏ କଖାରୁ ବୋଝେଇ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା । ଯାହା ଫଳରେ ବସର ଆଗଧାଡିରେ ବସିଥିବା ୪ ଜଣ ମହିଳା , ଗୋଟିଏ ୪ ବର୍ଷର ଶିଶୁ ସମେତ ୧୨ ଜଣ ଗୁରୁତର  ଆହତ ହୋଇ ପଡିଥିଲେ ।

ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଘଟଣାସୂତ୍ରରୁ ଜଣାପଡିଛି , ବସଟି କଲିକତାରୁ ପୁରୀ ଅଭିମୁଖେ ଯାଉଥିଲା ଓ ବସରେ ମୋଟ ୬୨ ଜଣ ଯାତ୍ରୀ ରହିଥିଲେ ।

ଟାଙ୍ଗୀରେ ମର୍ମନ୍ତୁଦ ଦୁର୍ଘଟଣା,ପରିବା ବୋଝେଇ ପିକଅପ୍ ଭ୍ୟାନକୁ ପିଟିଲା ତୀର୍ଥଯାତ୍ରୀ ବସ୍

ପଢନ୍ତୁ, ମହିଳା ଏସିଆ କପ ହକିରେ ଭାରତର ହ୍ୟାଟ୍ରିକ ବିଜୟ, ୨-୦ ଗୋଲରେ ମାଲେସିଆକୁ ପରାସ୍ତ

Related posts

ଓଡ଼ିଆ ମହିଳା ଏଭରେଷ୍ଟ ଆରୋହରଣକାରିଣୀ କଳ୍ପନା ଦାସଙ୍କ ପରଲୋକ

Ratnamani Moharana

ରାଜକୀୟ ଢଙ୍ଗରେ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର କରିବା ପଛରେ ହାତ କାହାର ଥିଲା? ଜାଣନ୍ତୁ!

ENO Beuro

ଆସନ୍ତାକାଲି ହରିଦ୍ୱାରରେ ବିସର୍ଜିତ ହେବ ବାଜପେୟୀଙ୍କ ଅସ୍ଥି

ENO Beuro

1 comment

Leave a Comment