News

ତୈଳ ଦର ବୃଦ୍ଧିର ପ୍ରଭାବ: ରାଜ୍ୟରେ ବଢିଲା ବସ୍ ଭଡା

ତୈଳ ଦଳ ବୃଦ୍ଧି ଯୋଗୁଁ ବଢ଼ିଲା ବସ୍‌ ଭଡ଼ା। ସାଧାରଣ ବସ୍‌ ଭଡ଼ା କିମି ପ୍ରତି ୬୮ରୁ ୭୦ ପଇସାକୁ ବୃଦ୍ଧି କରାଯାଇଛି। ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୭୧ରୁ ୭୩ ପଇସାକୁ, ଡିଲକ୍ସ ଭଡ଼ା ୯୭ ପଇସାରୁ ୧ ଟଙ୍କା ୧ ପଇସାକୁ ଓ ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୯ ପଇସାରୁ ୧ଟଙ୍କା ୨୩ ପଇସାକୁ ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଘରୋଇ ବସ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକଙ୍କ ସୂଚନା ଅନୁସାରେ ବର୍ତ୍ତମାନ ଡିଜେଲ ଦର ୭୪.୧୫ଟଙ୍କା ଥିବାରୁ ବସ ଚଳାଚଳ କରିବା ମାଲିକମାନଙ୍କୁ ବାଧୁଛି। ଆମକୁ ବର୍ଦ୍ଧିତ ଭଡ଼ା ଦରକାର ନାହିଁ। ଡିଜେଲ ଦର କମିଲେ ବସ୍‌ ଭଡ଼ା କମିବ। ଏହା ଦ୍ୱାରା ସାଧାରଣ ଲୋକ ଉପକୃତ ହେବେ।

ସୂଚନାଯୋଗ୍ୟ ଯେ,ରାଜ୍ୟରେ ପ୍ରାୟ ୧୭ ହଜାର ଘରୋଇ ବସ ଚାଲୁଛି। ଏଥିରୁ ଅଡିନାରୀ ବସ ସଂଖ୍ୟା ପ୍ରାୟ ୮ ହଜାର ହୋଇଥିବା ବେଳେ ଏକ୍ସପ୍ରେସ ବସ ସଂଖ୍ୟା ହେଉଛି ପାଖାପାଖି ୬୦୦୦। ସେହିଭଳି ରାଜ୍ୟରେ ପ୍ରାୟ ୨୦୦୦ ଡିଲକ୍ସ ବସ୍‌ ଚାଲୁଥିବା ବେଳେ ପାଖାପାଖି ୧୦୦୦ ଏସି ଡିଲକ୍ସ ଚାଲୁଛି।

ପଢନ୍ତୁ; ବନ୍ଦ ହେବ ବେଦାନ୍ତର ଷ୍ଟେରଲାଇଟ୍‍ ତମ୍ବା କାରଖାନା!

Related posts

ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ ରାୟ:ଅପରାଧ ନୁହେଁ ପରକୀୟା ପ୍ରୀତି

ENO Beuro

ଦେଶର ସବୁଠାରୁ ଲମ୍ବା ପୋଲ ବୋଗିବିଲ ବ୍ରିଜକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ENO Beuro

ମହିଳା ସଶକ୍ତୀକରଣ ପାଇଁ ଚିନ୍ତାଧାରାରେ ପରିବର୍ତ୍ତନ ହେବା ଆବଶ୍ୟକ:ଉପ ରାଷ୍ଟ୍ରପତି

ENO Beuro

1 comment

Leave a Comment