News

ବସ ଭଡା ଏଣିକି ମହଙ୍ଗା ପଡିବ, ଖାଲି ଚଢ଼ିକି ଓହ୍ଲାଇଲେ ବି ୧୩ଟଙ୍କା

ଏଣିକି ବସ ରେ ଯାତାୟାତ ମଧ୍ୟ ମହଙ୍ଗା ପଡିଲା । ପେଟ୍ରୋଲ ଓ ଡିଜେଲ ଦାରାକୁ ଆଖି ଆଗରେ ରଖି ଓଡିଶା ସରକାର ବୁଧବାର ସମସ୍ତ ବସ ଯାତ୍ରୀଙ୍କ ପାଇଁ ବସ ଭଡା ବଢାଇଛନ୍ତି । ଏଣିକି ସାଧାରଣ ବସରେ ଚଢ଼ିକି ଓହ୍ଲାଇଲେ ବି ୫ଟଙ୍କା ଭଡ଼ା ଦେବାକୁ ହେବ । ଆଉ ଯଦି ଡିଲକ୍ସ କି ଡିଲକ୍ସ ଏସି ବସ ତେବେ ୧୩ଟଙ୍କା ଗଣିବ । ଆଉ ଯେତେ କିଲୋମିଟର ଯିବ ସେହି ଅନୁଯାୟୀ, ଅଧିକ ଭଡ଼ା ଦେବ । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ପ୍ରକାରର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବସ୍ ଯାତ୍ରୀ ମାନେ ଚିନ୍ତାରେ ପଡିଛନ୍ତି ।

ଏହା ସହିତ ରାଜ୍ୟ ସରକାର ବସ୍ ଭଡ଼ା ଏକସଙ୍ଗେ ୪ରୁ ୬ପଇସା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥିରେ ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୬୦ରୁ ୬୪ପଇସାକୁ, ଏକ୍ସପ୍ରେସ୍ ବସ୍ ପାଇଁ ୬୩ରୁ ୬୭ପଇସାକୁ, ଡିଲକ୍ସ ବସ୍ ଭଡ଼ା ୮୪ରୁ ୮୯ପଇସାକୁ ଏବଂ ଡିଲକ୍ସ ଏସି ବସ୍ ଭଡ଼ା ୧ଟଙ୍କା ୫ପଇସାରୁ ୧ଟଙ୍କା ୧୧ପଇସାକୁ ବଢ଼ାଇ ଦେଇଛନ୍ତି । ଡିଜେଲ୍ ଦାମ୍ ବଢ଼ିଲେ କି କମିଲେ ସେହି ଅନୁଯାୟୀ, ପ୍ରତି ୧୫ଦିନରେ ବସ୍ ଭଡ଼ା କମାଇବା ପାଇଁ ସ୍ୱୟଂଚାଳିତ ପ୍ରକ୍ରିୟା ହୋଇଥିବାବେଳେ ହଠାତ୍ ରାଜ୍ୟ ସରକାର ବସ୍ ଭଡ଼ା ୪ରୁ ୬ପଇସା ବଢ଼ାଇବା ଅନେକଙ୍କୁ ଚକିତ କରିଛି ।

ଏହା ସହିତ ବିମାନ ଭଳି ବସରେ ନିଜ ସହିତ ନେଉଥିବା ସାମଗ୍ରୀ ଉପରେ ବି ଭଡ଼ା ଦେବାକୁ ପଡ଼ିବ । ବିମାନରେ ଯେପରି ଜଣେ ଯାତ୍ରୀ ପିଛା ୧୫କେଜି ନେଇ ଯିବାକୁ ନିୟମ ଅଛି ସେହିଭଳି ବସ୍ ଯାତ୍ରୀ ନିଜ ସହିତ ୧୫କେଜି ସାମଗ୍ରୀ ନେଇପାରିବେ । ଏହାଠାରୁ ଅଧିକ ସାମଗ୍ରୀ ନେଲେ ୨୦କେଜି ପର୍ଯ୍ୟନ୍ତ ସାମଗ୍ରୀ ପାଇଁ କିଲୋମିଟର ପିଛା ୭ପଇସା ଲେଖାଏଁ ଦେବାକୁ ହେବ । ଏଣିକି ପ୍ରତିବର୍ଷ ବଜେଟ୍ ଅଧିବେଶନ ପରେ ପରିବହନ କମିସନର ଏପ୍ରିଲ ମାସରେ ଭଡ଼ା ନିର୍ଦ୍ଧାରଣ କରିବେ । ଏହି ଭଡ଼ା ଡିଜେଲ୍ ଭଡ଼ା ବୃଦ୍ଧିକୁ ବାଦ୍ ଦେଇ ଧାର୍ଯ୍ୟ ହେବ । ଏହାପରେ ଡିଜେଲ୍ ଦର ବଢ଼ିଲେ କି କମିଲେ ପ୍ରତି ୧୫ଦିନରେ ଭଡ଼ା ବଢ଼ିବା କମିବା ନିଷ୍ପତ୍ତି ନିଆଯିବ ବୋଲି ବିଜ୍ଞପ୍ତି ଜାରି ହୋଇଛି ।

ଏନେଇ ଘରୋଇ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ, ଗତ ୨ବର୍ଷ ହେଲା ସର୍ବନିମ୍ନ ବସ୍ ଭଡ଼ା ବୃଦ୍ଧି ପାଇନଥିଲା । କେବଳ ଡିଜେଲ୍ ଦର ବଢ଼ିଲେ ଭଡ଼ା ବଢ଼ୁଥିଲା । କିନ୍ତୁ ଅନ୍ୟ ପାରାମିଟର ଅନୁଯାୟୀ ଟାୟାର, ଟ୍ୟୁବ୍, ମୋବିଲ୍, ଚେସିସ୍, ଟ୍ୟାକ୍ସ ଭଳି ୧୨ଟି ଉପାଦାନର ବୃଦ୍ଧିକୁ ନଜରରେ ରଖି ଭଡ଼ା ବୃଦ୍ଧି ହେଉନଥିଲା । ପୂର୍ବରୁ ରାଜ୍ୟ ସରକାର ୧୩ଟି ପାରାମିଟରକୁ ନଜରରେ ରଖି ପ୍ରତିବର୍ଷ ଭଡ଼ା ବୃଦ୍ଧି କରୁଥିଲେ । ପ୍ରତିବର୍ଷ ସର୍ବନିମ୍ନ ଭଡ଼ା ବଢ଼ାଇବାକୁ ଦାବି କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ସେହିପରି ଏଣିକି ବସରେ ରିହାତି ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଛି । ଏଚଆଇଭି/ଏଡ୍ସ ସଂକ୍ରମିତଙ୍କୁ ଶତ ପ୍ରତିଶତ ଭଡ଼ା ଛାଡ଼ ହେବ । ସଂପୂର୍ଣ୍ଣ ଦୃଷ୍ଟିହୀନଙ୍କୁ ଶତ ପ୍ରତିଶତ ଭଡ଼ା ଛାଡ଼ ସହ ସାଙ୍ଗରେ ଯାଉଥିବା ଯାତ୍ରୀଙ୍କୁ ଅଧା ଭଡ଼ା ଛାଡ଼, ମାନସିକ ବିକାରଗସ୍ତ ଓ ଶାରୀରିକ ଭିନ୍ନକ୍ଷମଙ୍କୁ ପୂରା ଭଡ଼ା ଛାଡ଼ ହେବ । ସେମାନଙ୍କ ସହ ଯାଉଥିବା ଯାତ୍ରୀ ଅଧା ଭଡ଼ା ଦେଇ ଯାଇପାରିବେ । ସଂପୂର୍ଣ୍ଣ ଶୁଭା ଯାଉନଥିବା ଯାତ୍ରୀଙ୍କୁ ବି ପୂରା ଭଡ଼ା ଛାଡ଼ ହେବ । କିନ୍ତୁ ତାଙ୍କ ସହ ଯାଉଥିବା ଯାତ୍ରୀଙ୍କୁ ପୂରା ଭଡ଼ା ଦେବାକୁ ହେବ ।

ପଢନ୍ତୁ, ଅକ୍ଟୋବର ୩୧, ଜାଣନ୍ତୁ ଆଜିର ରାଶିଫଳ

Related posts

ଆଜି ପବିତ୍ର ମଉଳା ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧ , ପିତୃପୁରୁଷଙ୍କ ପିଣ୍ଡଦାନ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁଙ୍କ ଭିଡ

ENO Beuro

ଗୋଆରେ ନିର୍ବନ୍ଧ କଲେ ଆକାଶ ଅମ୍ବାନି! ଜାଣନ୍ତୁ କଣ କରନ୍ତି ଶ୍ଲୋକା ମେହେତା!

ENO Beuro

ସ୍ମାର୍ଟ ସିଟି ଭୁବନେଶ୍ଵରର ସମସ୍ତ ପବ୍ଲିକ ଶୌଚଳୟର ସୂଚନା ଏବେ ଗୁଗଲରେ ମିଳିବ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More