News

ଘାଟି ତଳକୁ ଖସିଲା ଯାତ୍ରୀବାହୀ ବସ୍,୪୦ ମୃତ

bus

ତେଲେଙ୍ଗାନାର କୋଣ୍ଡାଗାଟୁରେ ଏକ ବସ୍‌ ଘାଟିରୁ ଖସି ପଡ଼ିବାରୁ ୪୦ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର କୋଣ୍ଡାଗାଟ୍ଟୁ ପର୍ବତ ଉପରେ ଥିବା ଏକ ହନୁମାନ ମନ୍ଦିରକୁ ୫୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବସ୍‌ଟି ଯାଇଥିଲା। ସେଠାରୁ ଫେରିବା ରାସ୍ତାରେ ବ୍ରେକ ଫେଲ୍‌ ହୋଇଯିବାରୁ ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇ ଥିଲେ। ଫଳରେ ବସଟି ଭାରସାମ୍ୟ ହରାଇ ଗଭୀର ଖାତ ଭିତରକୁ ପଡ଼ିଯାଇଥିଲା। ଘଟଣାସ୍ଥଳରେ ୪୦ଜଣ ମୃତ୍ୟୁମୁଖରେ ପଡ଼ିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

bus

ଖବର ପାଇ ଏସ୍‌ପି ସିନ୍ଧୁ ଶର୍ମା ଓ ଜିଲାପାଳ ଶରଥ ଘଟଣା ସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

ପଢନ୍ତୁ; କେଉଁ ରାଶିର ଲୋକଙ୍କୁ ପ୍ରକୃତ ପ୍ରେମ ମିଳିଥାଏ ଜାଣନ୍ତୁ?

Related posts

ବାଲୁକାକଳାରେ ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମାନସ ସାହୁ

Ratnamani Moharana

ଓଡ଼ିଆ ଆଥଲେଟ ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କ

Ratnamani Moharana

ଆସନ୍ତାକାଲି ଓଜେଇଇ ପରୀକ୍ଷା : ୪୮ ହଜାର ୩୧୭ ଜଣ ପରୀକ୍ଷାର୍ଥୀ

ENO Beuro

Leave a Comment