News

ଘରୋଇ ବସ୍ ମାଲିକ ସଂଘର ଘୋଷଣା : ମାର୍ଚ୍ଚ ୧୪ରୁ ବସ୍ ଧର୍ମଘଟ!

ମାର୍ଚ ୧୪ରୁ ବସ୍‌ ଚଳାଚଳ ବନ୍ଦ

“ବହୁତ ହେଇଗଲା। ଆଉ ନୁହେଁ । ଆମ ଦାବି ମାନ । ନହେଲେ ଆସନ୍ତା ମାର୍ଚ ୧୪ରୁ ରାଜ୍ୟ ତମାମ ଘରୋଇ ବସ ସେବାକୁ ଠପ କରିଦେବୁ। ୧୭ ହଜାର ଘରୋଇ ବସ ଅନିଧୀଷ୍ଟ କାଳ ପର୍ଯ୍ୟନ୍ତ ଗଡିବ ନାହିଁ।” ଦାବି ପୂରଣ ନେଇ ରାଜ୍ୟ ସରକାରଙ୍କୁ ଏଭଳି ଧମକ ଦେଇଛି ଘରୋଇ ବସ ମାଲିକ ସଂଘ।

ଗତ ମାସ ୯ତାରିଖରେ ସମ୍ବଲପୁରରେ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗତବର୍ଷ ଅକ୍ଟୋବର ୨୭ତାରିଖରେ ରାଜ୍ୟ ସରକାରଙ୍କ ସହିତ ସଂଘର ହୋଇଥିବା ଆଲୋଚନାକୁ ଗୁରୁତ୍ୱ ଦିଆଯାଇଥିଲା । ସଂଘର ସଭାପତି ପ୍ରକାଶ ମିଶ୍ରଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘର ଦାବି ମଧ୍ୟରେ ରହିଛି, ସିଟି ବସ୍ ଚଳାଚଳ ନେଇ ସରକାରଙ୍କ ପକ୍ଷରୁ କୌଣସି ସୀମା ନିର୍ଧାରଣ କରାଯାଇ ନ ଥିବାରୁ ଏହାର ପ୍ରଭାବ ଯାତ୍ରୀବାହୀ ବସ୍ ପରିବହନ ଉପରେ ପଡ଼ୁଛି । ଯାହାକି ଘରୋଇ ବସ୍ ମାରଣ ନୀତି ସଦୃଶ ହୋଇଛି ।

ରାଜ୍ୟର ପ୍ରମୁଖ ରାସ୍ତାଗୁଡ଼ିକରେ ସ୍ଥାପିତ ହୋଇଥିବା ଟୋଲଗେଟଗୁଡ଼ିକରେ ଟୋଲ ଫି’ଆଦାୟକୁ ଘରୋଇ ଯାତ୍ରୀବାହୀ ବସକୁ ଛାଡ଼ କରାଯାଉ । ଯାହାଫଳରେ ସାଧାରଣ ଯାତ୍ରୀଙ୍କ ଉପରୁ ଯାତ୍ରୀ ଭଡ଼ା କମିପାରିବ । ମୋଟର ଯାନ ଟିକସ ବୃଦ୍ଧିକୁ ସନ୍ତୁଳିତ ଭାବେ କମାଇବା ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରି ନ ଥିବାରୁ ବୈଠକରେ କର୍ମକର୍ତା ଅସନ୍ତୋଷ ପ୍ରକାଶ କରିଥିଲେ।

ସେହିପରି ବସ୍ ଗୁଡ଼ିକ ଉପରେ ବର୍ଦ୍ଧିତ ବୀମା ରାଶି ଉପରେ କେନ୍ଦ୍ର ସରକାରଙ୍କୁ ବୀମା ରାଶି କମାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଅନୁରୋଧ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏହାସହ ବେଆଇନଭାବେ ଚଳାଚଳ କରୁଥିବା ଓ ଯାତ୍ରୀମାନଙ୍କୁ ବେଆଇନଭାବେ ପରିବହନ କରୁଥିବା ଛୋଟ ଗାଡ଼ିକୁ ତୁରନ୍ତ ବନ୍ଦ କରାଯାଉ। ଯାତ୍ରୀବାହୀ ବସ୍ ପରମିଟ୍ ମାଲିକାନା ପରିବର୍ତନ ପ୍ରସ୍ତାବ ଦୀର୍ଘଦିନରୁ ପାରିତ ହେବାକୁ ଥିବା ବେଳେ ବିଭିନ୍ନ ଆଳ ଦେଖାଇ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ । ରାଜ୍ୟର ବିଭିନ୍ନ ମାର୍ଗରେ ନୂତନ ପରମିଟ୍ ପୂର୍ବରୁ ଏହି ମାର୍ଗରେ ସନ୍ତୁଳିତ ସମୟସାରଣୀ ନିର୍ଧାରଣ କରିବା ପରେ ନୂତନ ପରମିଟ୍ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯିବାକୁ ସଂଘ ଦାବି କରିଛି ।

ପଢନ୍ତୁ;

ଭାରତକୁ ଆସିବ ହାଇପରଲୁପ୍‌ ପରିବହନ ବ୍ୟବସ୍ଥା : ମୁମ୍ବାଇ-ପୁନେ ଯାତ୍ରା ପାଇଁ ଲାଗିବ ୨୦ ମିନିଟ୍‌

Related posts

ଓଡ଼ିଶା ସୀମାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ : ପାଇଲଟ ଗୁରୁତର

ENO Beuro

ଡିସେମ୍ବର ୨୭ ତାରିଖଠାରୁ ଆଇଡିବିଆଇ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ

ENO Beuro

ବାରାଣସୀରେ ପ୍ରମୁଖ ବିକାଶୋନ୍ମୁଖୀ ପ୍ରକଳ୍ପଗୁଡିକକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More