Loading...

ପୁଣି ୮ ତାରିଖ ଯାଏଁ ଧର୍ମଘଟ ସ୍ଥଗିତ ରଖିଲା ଘରୋଇ ବସ ମାଲିକ ସଂଘ

ପୁଣି  ୮ ତାରିଖ ଯାଏଁ ଧର୍ମଘଟ ସ୍ଥଗିତ ରଖିଲା ଘରୋଇ ବସ ମାଲିକ ସଂଘ

ସରକାର ଆମକୁ ସହଯୋଗ କରୁନଥିବାରୁ ଆଜିଠାରୁ ରାଜନୈତିକ ଦଳକୁ ସଭା ସମିତି ପାଇଁ ବସ ଦିଆଯିବନି ବୋଲି ସଂଘ କହିଛି ।

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ ପ୍ରସଙ୍ଗ । ୮ ତାରିଖ ଯାଏଁ ସ୍ଥଗିତ ରହିଲା ଧର୍ମଘଟ । ଘରୋଇ ବସ୍ ମାଲିକ ସଂଘର ଜେନେରାଲ ବଡି ବୈଠକରେ ଏହି ବଡ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତରୁ ବ୍ଲକକୁ ଲକ୍ଷ୍ମୀ ବସ ଚଲାନ୍ତୁ କିନ୍ତୁ ବ୍ଲକରୁ ଜିଲ୍ଲାକୁ ଚଲାନ୍ତୁ ନାହିଁ ବୋଲି ପୁନର୍ବାର ସରକାରଙ୍କୁ ଅନୁରୋଧ କରିଛି ସଂଘ । ଯଦି ଆସନ୍ତା ନଭେମ୍ବର ୧ ତାରିଖରେ ଭବାନୀପାଟଣାରେ ଲକ୍ଷ୍ମୀ ଯୋଜନାରେ ବସ ସେବା ଆରମ୍ଭ ହୋଇ ବ୍ଲକ୍‌ରୁ ଜିଲ୍ଲାକୁ ବସ ଚାଲେ ତେବେ ୧୦ଟି ଜିଲ୍ଲାରେ ବସ୍‌ ଧର୍ମଘଟ ହେବ ବୋଲି ସେ କହିଛନ୍ତି ।

ସରକାର ଆମକୁ ସହଯୋଗ କରୁନଥିବାରୁ ଆଜିଠାରୁ ରାଜନୈତିକ ଦଳକୁ ସଭା ସମିତି ପାଇଁ ବସ ଦିଆଯିବନି ବୋଲି ସଂଘ କହିଛି । ସେହିପରି ସରକାର ଆଲୋଚନା ମାଧ୍ୟମରେ ସମାଧାନ କଥା କହୁଥିବା ବେଳେ କାଲି ଯାଏଁ ଆମେ ସରକାରଙ୍କ ନିଷ୍ପତ୍ତିକୁ ଚାହିଁ ରହିଥିବା ବେଳେ ୮ ତାରିଖ ଦିନ ଅଲ୍ ଓଡ଼ିଶା ବୈଠକରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଘୋଷଣା କରିଛି ସଂଘ । ସରକାର ବସ୍‌ ମାଲିକ ସଂଘର ଅନୁରୋଧ ରଖିବେ ବୋଲି ସଂଘ ଆଶା କରିଛି । ଆଉ ସରକାର ଲୋକଙ୍କ ସ୍ବାର୍ଥକୁ ଚାହିଁ ଠିକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.