ବଢିଲା ବସ୍ ଭଡ଼ା

ଆଜିଠାରୁ ରାଜ୍ୟରେ ବସ ଭଡା ବ଼ୃଦ୍ଧି ହୋଇଛି

ଏବେ ଡିଜେଲ ଦର ୭୦ ଟଙ୍କାକୁ ବୃଦ୍ଧି ପାଇଥିବାରୁ ବସ ଭଡା ବୃଦ୍ଧି କରାଯାଇଥିବା ରାଜ୍ୟ ବସ ମାଲିକ ସଂଘ ମୁଖପାତ୍ର ଦେବାଶୀଷ ନାୟକ ସୂଚନା ଦେଇଛନ୍ତି । ସାଧାରଣ ଓ ଏକ୍ସପ୍ରେସ ବସ୍‌ରେ ଏକ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ରେ ୨ ପଇସା ବୃଦ୍ଧି କରାଯାଇଛି।

ସାଧାରଣ ବସ୍ ଭଡା କିଲୋମିଟର ପିଛା ଭଡ଼ା ୬୭ ପଇସାରୁ ୬୮ ପଇସାକୁ ବୃଦ୍ଧି ପାଇଛି । ସେହିପରି ଏକ୍ସପ୍ରେସ୍ ବସର ଭଡା କିଲୋମିଟର ପିଛା ୭୦ପଇସାରୁ ୭୧ ପଇସା , ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୯୫ପଇସାରୁ୯୭ ପଇସା ଏବଂ ଏସି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୧ଟଙ୍କା ୧୭ ପଇସାରୁ ୧ଟଙ୍କା ୧୯ ପଇସାକୁ ବୃଦ୍ଧି ପାଇଛି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜେଲ୍‌ ଉପରୁ ଶୁଳ୍କ ହ୍ରାସ କଲେ, ବସ୍‌ ଭଡ଼ା କମିବ ବୋଲି ସଂଘ ଦର୍ଶାଇଛି। ଗତ ଜାନୁଆରି ୩୦ ତାରିଖରେ ବସ୍‌ ଭଡ଼ା ବୃଦ୍ଧି ପାଇଥିଲା।

ପଢନ୍ତୁ; ଜାତିସଂଘର ନୂଆ ଆତଙ୍କୀ ତାଲିକା : ହାଫିଜ୍‌ ସୟିଦ ସହ ୧୩୯ ପାକିସ୍ତାନୀ ସାମିଲ

ସାଧାରଣ ବସ୍ ଭଡା କିଲୋମିଟର ପିଛା ଭଡ଼ା ୬୭ ପଇସାରୁ ୬୮ ପଇସାକୁ ବୃଦ୍ଧି ପାଇଛି । - 9.3

93%

ଗତ ଜାନୁଆରି ୩୦ ତାରିଖରେ ବସ୍‌ ଭଡ଼ା ବୃଦ୍ଧି ପାଇଥିଲା। - 9

90%
9.2/10

Excellent!

ବଢିଲା ବସ୍ ଭଡ଼ା

ଆଜିଠାରୁ ରାଜ୍ୟରେ ବସ ଭଡା ବ଼ୃଦ୍ଧି ହୋଇଛି। ଏବେ ଡିଜେଲ ଦର ୭୦ ଟଙ୍କାକୁ ବୃଦ୍ଧି ପାଇଥିବାରୁ ବସ ଭଡା ବୃଦ୍ଧି କରାଯାଇଥିବା ରାଜ୍ୟ ବସ ମାଲିକ ସଂଘ ମୁଖପାତ୍ର ଦେବାଶୀଷ ନାୟକ ସୂଚନା ଦେଇଛନ୍ତି । ସାଧାରଣ ଓ ଏକ୍ସପ୍ରେସ ବସ୍‌ରେ ଏକ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ରେ ୨ ପଇସା ବୃଦ୍ଧି କରାଯାଇଛି।

No Votes Yet

You're not rated yet