• Home
  • Entertainment
  • ସିଲ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କୁ ଇଡିର ସମନ !
Entertainment

ସିଲ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କୁ ଇଡିର ସମନ !

ଅମିତ ଭରଦ୍ୱାଜ gatbitcoin.com ନାମକ ଓ୍ବେବସାଇଟ୍‌ ମାଧ୍ୟମରେ ଲୋକଙ୍କଠାରୁ ପାଖାପାଖି ୨ହଜାର କୋଟି ଟଙ୍କା ଠକିଥିବା ଜଣାପଡିଛି

ବିଟ୍‌ କଏନ୍‌ ଘୋଟାଲା ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସମନ ଜାରି କରାଯାଇଛି । ତେଣୁ ରାଜ କୁନ୍ଦ୍ରା ନିଜର ବୟାନ ଦେବାକୁ କୁନ୍ଦ୍ରା ବମ୍ବେ ସ୍ଥିତ ଇଡି କାର୍ଯ୍ୟଳୟରେ ପହଞ୍ଚିଥିବା ଜଣାପଡିଛି । କିଛିଦିନ ତଳେ ଏହାର ମୁଖ୍ୟ ଦୋଷୀ ଅମିତ ଭରଦ୍ୱାଜକୁ ପୁନେରୁ ପୋଲିସ ଗିରଫ କରିଛି ।

ପୁନେ ପୋଲିସର କ୍ରାଇମ୍‌ ସେଲ୍‌ ଓ ଇଡିର ଯାଞ୍ଚ ପରେ ଜଣାପଡିଛି ରାଜ କୁନ୍ଦ୍ରାଙ୍କ ଭଳି ଆଉ କିଛି ବଲିଉଡ ସେଲିବ୍ରିଟି ବିଟ୍‌ କଏନ୍‌ ଭଳି ସ୍କିମକୁ ପ୍ରମୋଟ କରୁଛନ୍ତି । ଅମିତ ଭରଦ୍ୱାଜ କୋଟି କୋଟି ଲୋକଙ୍କୁ ଠକିଛି । ଅମିତ ଭରଦ୍ୱାଜ gatbitcoin.com ନାମକ ଓ୍ବେବସାଇଟ୍‌ ମାଧ୍ୟମରେ ଲୋକଙ୍କଠାରୁ ପାଖାପାଖି ୨ହଜାର କୋଟି ଟଙ୍କା ଠକିଥିବା ଜଣାପଡିଛି । ତେବେ ଏଥିରେ ରାଜ କୁନ୍ଦ୍ରା ଦୋଷୀ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଜଣେ ସିନିୟର ଅଧିକାରୀଙ୍କ କହିବା ଅନୁସାରେ ରାଜ କୁନ୍ଦ୍ରା ଦୋଷୀ ନା କେବଳ ଜଣେ ଇନଭେଷ୍ଟର ତାହା ଏବେ କହିହେବ ନାହିଁ । ତେବେ ଆଇପିଏଲ ବେଟିଂରେ ରାଜ କୁନ୍ଦ୍ରାଙ୍କ ନାମ ଆସିଥିଲା ।

ସିଲ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କୁ ଇଡିର ସମନ ! ସିଲ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କୁ ଇଡିର ସମନ ! raj kundra

ପଢନ୍ତୁ ;

ଶୌଚ ପାଇଁ ଯାଇଥିବାବେଳେ ଦଳି ଦେଲା ଦନ୍ତା ହାତୀ !

Related posts

ବିବାହର ୨୦ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ଅଭିନେତା ଅର୍ଜୁନ ରାମ୍‌ପାଲ !

ବିକାଶ ଗୁପ୍ତା ଓ ଶିଳ୍ପା ସିନ୍ଧେଙ୍କ ବିଭାହକୁ ନେଇ ଚର୍ଚା

Krishna Kumar Manoj

ବାଜ୍ୟାପ୍ତି ହେବ ମମତା କୁଲକର୍ନୀଙ୍କ ସମ୍ପତ୍ତି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More