EnewsOdia.Com

ମାତ୍ର ୧୪୧ ଟଙ୍କାରେ କିଣନ୍ତୁ ‘ଜିଓ ଫୋନ୍‌ ୨ ’

୨୦୧୭ ମସିହା ଜୁଲାଇରେ ରିଲାଏନ୍ସ ତାର ପ୍ରଥମ ଜିଓ ଫୋନ ଲଞ୍ଚ କରିଥିଲା। ଏହି ଫୋନରେ 4G VoLTE ନେଟୱର୍କ ରହିବା ସହ ଜିଓ ଆପ୍ସ୍‌ ମଧ୍ୟ ରହିଛି। ଏହାପରେ ‘ଜିଓ ଫୋନ୍‌ ୨ ’ ଲଞ୍ଚ୍‌ କରିଥିଲା। ତେବେ ଏହି ଫୋନ ଏବେ ମାତ୍ର ୧୪୧ଟଙ୍କାରେ ଗ୍ରାହକ କିଣିପାରିବେ। ଏହି ଫୋନ୍‌ର ମୂଲ୍ୟ ୨,୯୯୯ଟଙ୍କା ରହିଛି। ଉପଲ୍ଲବ୍ଧ ସୂଚନା ଅନୁସାରେ, ଗ୍ରାହକମାନେ ଜିଓ ଫୋନ୍‌୨କୁ EMIରେ କିଣିପାରିବେ। ଅର୍ଥାତ୍‌ ମାସକୁ ମାସ ଇନ୍‌ଷ୍ଟଲ୍‌ମେଣ୍ଟ୍‌ ଆକାରରେ ଆପଣଙ୍କୁ ଏହି ଫୋନ୍‌ ମିଳିପାରିବ। ମାସକୁ ମାତ୍ର ୧୪୧ଟଙ୍କା ହିସାବରେ ଇନ୍‌ଷ୍ଟଲ୍‌ମେଣ୍ଟ୍‌ରେ ବାକି ଟଙ୍କା ଦେବାକୁ ପଡ଼ିବ।

ଏହି ଫୋନରେ ରହିଥିବା ଫିଚର୍ସଗୁଡିକ ହେଲା, ଜିଓ ଫୋନ୍‌ ୨ରେ horizontal ସ୍କ୍ରିନ୍‌ ଡିସ୍‌ ପ୍ଲେ ସହ full keyboard ରହିଛି। ଯେଉଁଥିରେ ଆପଣ ଅତି ସହଜରେ ଟାଇପିଂ କରିପାରିବେ। ଏଥିରେ ଡୁଆଲ-ସିମ୍‌ (ନାନୋ) ସପୋର୍ଟ କରିବା ସହ ୨.୪ ଇଞ୍ଚର ଡିସ୍‌ପ୍ଲେ ରହିଛି। ସେହିପରି ୫୧୨MB RAM ଓ ୪ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ରହିଛି। ଯଦି କ୍ୟାମେରା କଥା କହିବା ତେବେ ରିୟର୍‌ରେ ୨ ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା ରହିଛି। ସେଲ୍ଫି ଉଠାଇବା ପାଇଁ ଏହି ଫୋନ୍‌ର ଫ୍ରଣ୍ଟ୍‌ରେ VGA କ୍ୟାମେରା ରହିଛି। Wi-Fi, GPS,Bluetooth ଓ FM ଭଳି ଅନେକ ସୁବିଧା ରହିଛି। ଫୋନ୍‌ରେ HD Voice କଲିଂର ସୁବିଧା ମଧ୍ୟ ଉପଲ୍ଲବ୍ଧ। ଏଥିରେ 2,000mAhର ବ୍ୟାଟେରୀ ରହିଛି। ଉପରୋକ୍ତ ସୁବିଧାକୁ ଛାଡ଼ିଦେଲେ ଏହି ଫୋନ୍‌ରେ ଆପଣ ହ୍ୱାଟ୍ସ ଆପ୍‌ କରିବା ସହ ୟୁଟ୍ୟୁବ୍‌ରେ ଭିଡିଓ ମଧ୍ୟ ଦେଖିପାରିବେ।

ପଢନ୍ତୁ: ଆମେରିକା- ଇରାନ୍ ତିକ୍ତତା ପାଇଁ ବଢିପାରେ ତୈଳ ଓ ସୁନା ଦର

ସମ୍ବନ୍ଧିତ ଖବର

ଏଣିକି ରେଳରେ ଛେପ ପକାଇଲେ ଯାତ୍ରୀ ଗଣିବେ ତଣ୍ଡ

Ratnamani Maharana

ଅଣାୟତ୍ତ ହେଲାଣି କରୋନା ଭାଇରସ୍, ଆକ୍ରାନ୍ତ ହେଲେଣି ୨,୮୦୦ ଲୋକ

Ratnamani Maharana

ଆଜି ବିଶ୍ୱ କର୍କଟ ଦିବସ : ପ୍ରତିବର୍ଷ କମିବା ବଦଳରେ ବଢିଚାଲୁଛି ରୋଗୀଙ୍କ ସଂଖ୍ୟା

Ratnamani Maharana

ଏକ ରୁ ତିନିବର୍ଷ ମଧ୍ୟରେ ପ୍ରତିଘରେ ଲାଗିବ ପ୍ରିପେଡ୍ ବିଜୁଳୀ ମିଟର

Ratnamani Maharana

ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ‘କ୍ୟାର’

Ratnamani Maharana

‘ମହା’ର ଉଗ୍ରରୂପ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ !

Ratnamani Maharana