News

ଭାରତରୁ ଖାଦ୍ୟ ପଦାର୍ଥ କ୍ରୟ କରିବେ ପଶ୍ଚିମ ୟୁରୋପ କମ୍ପାନୀ

buyers

ୟୁରୋପର ସୁପରମାର୍କେଟ ଚେନ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥର ଶୀର୍ଷ ନିର୍ମାତା କମ୍ପାନୀ ‘ଇଣ୍ଡସଫୁଡ-2 ଏହାର ଖାଦ୍ୟ ଓ ପେୟ ପଦାର୍ଥ (F&B) ସମ୍ବନ୍ଧିତ ଆବଶ୍ୟକତା ଭାରତଠାରୁ ପୁରା କରିବ । ରପ୍ତାନୀ କେନ୍ଦ୍ରିତ ବାର୍ଷିକ ବ୍ୟବସାୟିକ ମେଳା ‘ଇଣ୍ଡସଫୁଡ-2’ର ଆୟୋଜନ ଭାରତୀୟ ବ୍ୟବସାୟିକ ସମ୍ବର୍ନ୍ଧନ ପରିଷଦ (TPCI) ଦ୍ୱାରା ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର ବାଣିଜ୍ୟ ବିଭାଗ ସହଯୋଗ ଦ୍ୱାରା କରାଯିବ।

ଦ୍ୱିପାକ୍ଷିକ ସହଯୋଗ ସହିତ ଭାରତ ଏବଂ ସ୍ପେନର ଡାଏରୀ ସେକ୍ଟରର ସମ୍ବର୍ଦ୍ଧନ ପାଇଁ ଟିପିସିଆଇ ଏବଂ ଏଫଆଇବି (ସ୍ପେନ ଖାଦ୍ୟ ଏବଂ ପେୟ ପଦାର୍ଥ ପ୍ରାଦ୍ୟୋଗିକୀ ସଂଘ)ର ଆନ୍ତର୍ଜାତିକ ନିର୍ଦ୍ଦେଶକ ସୁଶ୍ରୀ ମାରିଆ କୌରିଲାଙ୍କ ସହିତ ଏ ସମ୍ବନ୍ଧରେ ଚର୍ଚ୍ଚା କରାଯାଇଛି । ସୁଶ୍ରୀ ମାରିଆ ଭାରତରୁ କଞ୍ଚା ଖାଦ୍ୟ ପଦାର୍ଥ ସମ୍ବନ୍ଧୀୟ ଏହାର ଆବଶ୍ୟକତାକୁ ପୂରଣ କରିବା ପାଇଁ ‘ଇଣ୍ଡସଫୁଡ-2’ ସମୟରେ ଏହାର ଏକ ପ୍ରତିନିଧି ମଣ୍ଡଳ ଭାରତ ପଠାଇବାରେ ଅନେକ ଆଗ୍ରହ ପ୍ରକାଶ କରିଛନ୍ତି । ସ୍ପେନର ଉତ୍ତର କ୍ଷେତ୍ରରେ ଦୁଗ୍ଧ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ କାରଣ ଏହା ହେଉଛି ମୁଖ୍ୟ କୃଷି ଜନିତ ଉତ୍ପାଦନ । ଡାଏରୀ ଉଦ୍ୟୋଗ ସ୍ପେନର ଖାଦ୍ୟ ଏବଂ ପେୟ ପଦାର୍ଥ କ୍ଷେତ୍ରର ସଫଳ ମୂଲ୍ୟବର୍ଦ୍ଧନରେ ଶତକଡା 9 ପ୍ରତିଶତର ଯୋଗଦାନ କରିଥାଏ।

ଇଣ୍ଡସଫୁଡ ହେଉଛି ଏକ ବ୍ୟବସାୟିକ ମେଳା ଯାହାର ଦ୍ୱିତୀୟ ସଂସ୍କରଣ 2019 ଜାନୁଆରୀ 14-15 ମଧ୍ୟରେ ଗ୍ରେଟର ନୋଏଡା (ଏନସିଆର-ଦିଲ୍ଲୀ)ରେ ଆୟୋଜିତ କରାଯିବ । ଏହି ମେଳାରେ ଭାରତର ସର୍ବୋତ୍ତମ ଖାଦ୍ୟ ଓ ପେୟ ପଦାର୍ଥ ଏବଂ କୃଷି ଉତ୍ପାଦ ସମ୍ବନ୍ଧରେ ବୈଶ୍ୱିକ କ୍ରେତାମାନଙ୍କୁ ସୂଚନା ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟରୁ ଅଧିକାଂଶ ବୈଶ୍ୱିକ କ୍ରେତା ‘ଇଣ୍ଡସଫୁଡ-2’ରେ ଭାଗ ନେବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ପୂର୍ବରୁ ପ୍ରକାଶ କରିଛନ୍ତି । ଏହି ବୈଶ୍ୱିକ କ୍ରେତା B2B (କାରବାରକାରୀଙ୍କ ମଧ୍ୟରେ) ବୈଠକ କରିବା ସହିତ ଭାରତର ଖାଦ୍ୟ ପଦାର୍ଥ ଆପୂର୍ତ୍ତିକର୍ତ୍ତାମାନଙ୍କ ସହିତ କାରବାର ଗଠବନ୍ଧନ କରିବାର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଏଥିରେ ବିଭିନ୍ନ ବ୍ରାଣ୍ଡ ଏବଂ ଘରୋଇ ଲେବୁଲ ବାଲା ଉତ୍ପାଦମାନଙ୍କ ସହିତ ସେହି କଞ୍ଚାମାଲର ବ୍ୟାପକ କ୍ରୟରେ ମଧ୍ୟ ରୁଚି ବଢ଼ିବ ଏବଂ ଭାରତ ଏହାକୁ ସମଗ୍ର ବିଶ୍ୱରେ ପ୍ରଦର୍ଶିତ କରିପାରିବ।

buyers

‘ଇଣ୍ଡସଫୁଡ-2019’ରେ ଏହିପରି ଅନେକ ବିଦେଶୀ ସରକାରୀ ପ୍ରତିନିଧି ମଣ୍ଡଳ ଏବଂ ବଡ ବିଦେଶୀ କମ୍ପାନୀମାନଙ୍କର ପ୍ରତିନିଧି ମଣ୍ଡଳ ଭାଗ ନେବେ, ଯେଉଁମାନେ କି ସେମାନଙ୍କ ଦେଶରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଅଥବା ସେମାନଙ୍କର ବଡ ବଡ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ଆପୂର୍ତ୍ତି ପାଇଁ ନିବେଶ କିମ୍ବା ଦୀର୍ଘକାଳୀନ କ୍ରୟ ବୁଝାମଣା ଜରିଆରେ ଖାଦ୍ୟ ପଦାର୍ଥର ରଣନୈତିକ କାରବାର କରିଥାନ୍ତି।

‘ଇଣ୍ଡସଫୁଡ-1’ ବର୍ଷ 2018ର ପ୍ରାରମ୍ଭରେ ଆୟୋଜିତ କରାଯାଇଥିଲା ଏବଂ ଏହାକୁ ଚମକ୍ରାର ସଫଳତା ମିଳିଥିଲା । ‘ଇଣ୍ଡସଫୁଡ-1’ରେ 43ଟି ଦେଶର ଆନ୍ତର୍ଜାତିକ କ୍ରେତାଙ୍କ ସହିତ ଖାଦ୍ୟ ଏବଂ ପେୟ ପଦାର୍ଥ ଉଦ୍ୟୋଗର 12 ଶ୍ରେଣୀ ଅନ୍ତର୍ଗତ 320ଟି ଭାରତୀୟ ରପ୍ତାନିକାରୀ ଭାଗ ନେଇଥିଲେ । ‘ଇଣ୍ଡସଫୁଡ-1’ରେ 650 ମିଲିଅନ ଡଲାର ବ୍ୟବସାୟ ହେବାର ଅନୁମାନ ରହିଛି । ‘ଇଣ୍ଡସଫୁଡ-2’ରେ ପାଖାପାଖି 50ଟି ଦେଶର 600ରୁ ଅଧିକ ବୈଶ୍ୱିକ କ୍ରେତା ଭାଗନେବାର ଆଶା ରହିଛି।

ପଢନ୍ତୁ; ମାଡ଼ି ଆସୁଛି ବାତ୍ୟା ‘ତିତ୍‌ଲି’,୧୦୦ ରୁ ୧୩୫ କିମି ରହିବ ପବନର ବେଗ

Related posts

ଡେରା ସଚ୍ଚା ସୌଦାରେ ଆରମ୍ଭ ହୋଇଛି ତଲାସି ଅଭିଯାନ, ଖୋଲିବ ବାବାଙ୍କ ଗୁମର ପେଡି

ENO Beuro

ଆଜିଠୁ ପବିତ୍ର ରମଜାନ ମାସ ଆରମ୍ଭ

ENO Beuro

ଆସନ୍ତା ଦୁଇମାସ ଭିତରେ ବଢିବ ଫ୍ରିଜ୍‌ ଏବଂ ଏସିର ମୂଲ୍ୟ

ENO Beuro

Leave a Comment