ବିଡବ୍ଲୁଏଫ ମାନ୍ୟତା: ତୃତୀୟକୁ ଫେରିଲେ ସିନ୍ଧୁ

sindhu

ପ୍ରଥମ ଭାରତୀୟ ଭାବେ ବ୍ୟାଡମିଣ୍ଟନ ବିଶ୍ଵ ଟୁର ଫାଇନାଲରେ ସ୍ଵର୍ଣ୍ଣ ଜିତି ଇତିହାସ ରଚିଥିବା ପି ଭି ସିନ୍ଧୁଙ୍କ ମାନ୍ୟତାରେ ଦ୍ରୁତ ଊନ୍ନତି ଘଟିଛି। ୩ଟି ସ୍ଥାନ ଉପରକୁ ଉଠି ସେ ବିଡବ୍ଲୁଏଫ ମାନ୍ୟତାରେ ତୃତୀୟ ସ୍ଥାନକୁ ଫେରିଛନ୍ତି।

sindhu

ନିଜର କ୍ୟାରିୟର ଶ୍ରେଷ୍ଠ (ନମ୍ବର ୨) ର଼୍ୟାଙ୍କିଙ୍ଗ୍‌ଠାରୁ ସିନ୍ଧୁ ଗୋଟିଏ ପାଦ ଦୂରରେ ରହିଛନ୍ତି। ଅପରପକ୍ଷରେ ସମୀର ବର୍ମା ୨ଟି ପାହାଚ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ଦ୍ୱାଦଶ ସ୍ଥାନ ହାସଲ କରିଛନ୍ତି। ଚଳିତ ସିଜନରେ ବର୍ମା ଭାରତର ଶ୍ରେଷ୍ଠ ପୁରୁଷ ସିଙ୍ଗଲ୍ସ ଖେଳାଳି ରହିଥିଲେ। ସେ ୩ଟି ଟାଇଟଲ ଜିତିବା ସହିତ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସରେ ୩ଟି ଗ୍ରୁପ୍‌ ମ୍ୟାଚ୍‌ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲେ।

ଅନ୍ୟ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କ ମଧ୍ୟରେ ନବବିବାହିତା ସାଇନା ନେହ୍ବାଲ ପୂର୍ବପରି ୯ମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। କିଡାମ୍ବୀ ଶ୍ରୀକାନ୍ତ ୮ମ ସ୍ଥାନରେ ସ୍ଥିର ରହିଥିବାବେଳେ ଏଚ୍‌.ଏସ୍‌. ପ୍ରଣୟ ଓ ବି. ସାଇ ପ୍ରଣୀଥ୍‌ ଗୋଟିଏ ଲେଖାଏ ସ୍ଥାନ ଉପରକୁ ଉଠିଛନ୍ତି। ପ୍ରଣୟ ୨୦ତମ ଓ ପ୍ରଣୀଥ୍‌ ୨୨ତମ ସ୍ଥାନ ହାସଲ କରିଛନ୍ତି। ସେହିଭଳି ଉଦୀୟମାନ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାନକିରେଡ୍ଡୀ ଓ ଚିରାଗ ସେଟ୍ଟୀ ୨ଟି ସ୍ଥାନ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୧୬ତମ ସ୍ଥାନରେ ରହିଛନ୍ତି।

ପଢନ୍ତୁ; ଆଇସିସି ଟେଷ୍ଟ ମାନ୍ୟତା: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More