SPORTS

ଭାରତୀୟ କ୍ରିକେଟ ଦଳକୁ ମିଳିଲା ନୂଆ ସ୍ପନସର, ଟିମ୍ ଇଣ୍ଡିଆ ଜର୍ସିରେ OPPO ବଦଳରେ ରହିବ BYJU’S

Untitled 1

ଭାରତୀୟ କ୍ରିକେଟ ଦଳକୁ ମିଳିଛି ନୂଆ ସ୍ପନସର । ୱେଷ୍ଟଇଣ୍ଡିଜ ଗସ୍ତ ପରଠାରୁ ଓପୋ କମ୍ପାନୀ  ପରିବତ୍ତେ ଅନ୍ୟ ଏକ ନୂଆ ନାମ ଦେଖିବାକୁ ମିଳିବ ଟିମ ଇଣ୍ଡିଆ ଜର୍ସିରେ । ଚାଇନାର ଓପୋ କମ୍ପାନୀକୁ ହଟାଇ ଅନଲାଇନ ଲର୍ଣ୍ଣିଙ୍ଗ ଆପ ବାଇଜୁସ ହେବ ଟିମ ଇଣ୍ଡିଆର ନୂଆ ସ୍ପନସର ।ଏକ ଇଂରାଜୀ ଖବରକାଗଜରେ ଏହି ଖବର ପ୍ରକାଶ ପାଇଛି। ଏଥିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ଜର୍ସିରୁ ‘ଓପୋ’ ହଟିବ। ସୂଚନାଯୋଗ୍ୟ, BYJU’S ହେଉଛି ୨୬ ହଜାର କୋଟି ଟଙ୍କାର ଅନ୍ ଲାଇନ୍‌ କୋଚିଂ କମ୍ପାନୀ। ବର୍ତ୍ତମାନ ଏହା ଅନ୍‌ଲାଇନ୍ କୋଚିଂ ଜରିଆରେ ବାର୍ଷିକ ୨୬୦ କୋଟିରୁ ଅଧିକ ଟଙ୍କା ଆୟ କରୁଛି। ବଲିଉଡ୍ ଅଭିନେତା  ଶାହାରୁଖ ଖାନ୍ ଏହି କମ୍ପାନୀର ବ୍ରାଣ୍ଡ୍‌ ଆମ୍ୱାସଡର ଅଛନ୍ତି। ଆଗାମୀ ୩ ବର୍ଷରେ କମ୍ପାନୀ ତାର ବାର୍ଷିକ ଆୟ ୩୫୨୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

୨୦୧୭ ମାର୍ଚ୍ଚରେ ‘ଓପୋ’ ଟିମ୍ ଇଣ୍ଡିଆ ଜର୍ସିରେ ନିଜ ନାଁ ଲେଖିବା ପାଇଁ ଅନୁମତି ପାଇଥିଲା। କଂପାନୀ ୧୦୭୯ କୋଟି ଟଙ୍କାରେ  ୫ ବର୍ଷ ପାଇଁ ଏହି ଚୁକ୍ତି କରିଥିଲା। ଏବେ କଂପାନୀ ଏଥିରୁ ଓହରିଯିବାକୁ ଚାହୁଁଛି। ମିଳିଥିବା ସୂଚନା ଅନୁଯାୟୀ, ‘ଓପୋ’ ଓହରିଯିବା ପରେ ବିସିସିଆଇ ଏନେଇ ନିଲାମୀ ଡାକିବ ନାହିଁ। କାରଣ ‘ଓପୋ’ ନିଜେ ଏହି ଚୁକ୍ତି ଅଧିକାର BYJU’Sକୁ ଦେଇଛି। ତେବେ ବାଇଜୁସ କମ୍ପାନୀ ଟିମ ବିସିସିଆଇ ସହ ୨୦୨୨ ମସିହା ମାର୍ଚ୍ଚ ୨୨ ଯାଏ ସ୍ପନସର ରହିବ ବୋଲି ଚୁକ୍ତି ହୋଇଥିବା ସୂଚନା ମିଳିଛି ।

Related posts

ବିଶ୍ଵ ବିଲିୟାର୍ଡ୍ସ : ପଙ୍କଜଙ୍କୁ ୨୦ତମ ଟାଇଟଲ

ENO Beuro

ଆର୍‌ସିବିକୁ ୫ଓ୍ୱିକେଟରେ ହରାଇଲା କେକେଆର୍: ନିର୍ଦୟ ହେଲେ ରସେଲ

Ratnamani Moharana

ଭୁବନେଶ୍ୱର କୁମାର ବାନ୍ଧବୀ ନୁପୂର ନଗରଙ୍କ ସହିତ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ

ENO Beuro

Leave a Comment