EnewsOdia.Com

CAA ଦଙ୍ଗାପାଇଁ ଇଣ୍ଟରନେଟ୍ ବନ୍ଦ ହେବାରୁ ଅନଲାଇନ୍ କାରବାରରେ ବଡ କ୍ଷତି

ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏନଆରସି ଏବଂ ନାଗରିକତା ଆଇନକୁ ନେଇ ଲୋକେ ରାଜ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିଲେ । ଇତି ମଧ୍ୟରେ ଆଇନ ବ୍ୟବସ୍ଥା ବଳବତ୍ତର ରଖିବା ପାଇଁ ପୋଲିସକୁ ଇଂଟରନେଟ୍ ସେବା ବନ୍ଦ କରିବାକୁ ପଡିଥିଲା । ସେପଟେ ଇଣ୍ଟନେଟ୍ ବନ୍ଦ ହେବାର ପ୍ରଭାବ ସବୁଠାରୁ ଅଧିକ ଅନଲାଇନ୍ ଟ୍ରାଞ୍ଜାକ୍ସନରେ ଦେଖିବାକୁ ମିଳିଛି ।ଏବେ ବିି ନାଗରିକତା ଆଇନ୍ ବିରୋଧକୁ ନେଇ କିଛି ସ୍ଥାନରେ ଇଂଟରନେଟ୍ ସେବା ବନ୍ଦ ରହିଛି । ଯାହାଦ୍ୱାରା ବ୍ୟବସାୟୀ ବର୍ଗଠୁ ନେଇ ଆମାଜନ ପର୍ଯ୍ୟନ୍ତ ସମସ୍ୟାରେ ରହିଛନ୍ତି । ବିନା ନେଟ୍ ରେ ଲୋକଙ୍କ ସହ ସଂପର୍କ ମଧ୍ୟ ହୋଇପାରୁ ନାହିଁ ।

ନାଗରିକତା ଆଇନ ୨୦୧୯ର ବିପକ୍ଷରେ ହୋଇଥିବା ବିରୋଧ ପ୍ରଦର୍ଶନ ଉତ୍ତରପ୍ରଦେଶର ହିଂସାକୁ ବଢାଇ ଦେଇଥିଲା । ଏହି ହିଂସା ଯୋଗୁଁ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଥିଲା । ବିରୋଧ ପ୍ରଦର୍ଶନ ଏବଂ ହିଂସାକୁ ଦୃଷ୍ଟିରେ ରଖି ଲକ୍ଷେ୍ନøରେ ପାଖାପାଖି ୬ ଦିନ ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା । ଇଣ୍ଟରନେଟ୍ ସେବା ବନ୍ଦ ହେବା ଦ୍ୱାରା ଅନେକ ଲୋକଙ୍କ ଅନଲାଇନ୍ କାର୍ଯ୍ୟ ଉପରେ ଖରାପ ପ୍ରଭାବ ପଡିଛି । ସେହିପରି ୟୁପିର କିଛି ସମ୍ବେଦନଶୀଳ ଅଞ୍ଚଳରେ ହିଂସା ଯୋଗୁଁ ଇଂଟରନେଟ୍ ସେବା ବନ୍ଦ ରଖାଯାଇଛି ।

ପଢନ୍ତୁ: ୭ ଜାନୁଆରୀରେ ହୋଇପାରେ ୭ ବର୍ଷ ପ୍ରତିକ୍ଷାର ଅନ୍ତ

ସମ୍ବନ୍ଧିତ ଖବର

ବିବାହ ବନ୍ଧନରେ ବାନ୍ଧିହେବେ ସାଉଥ ସୁପରଷ୍ଟାର ନିତୀନ

Ratnamani Maharana

ହେଲମେଟ୍ ନ ପିନ୍ଧିଲେ ଲେଖିବାକୁ ପଡ଼ୁଛି ରଚନା

Ratnamani Maharana

ଜହ୍ନକୁ ଯାଇ ୨୨ ପ୍ରକାର ଖାଦ୍ୟ ଖାଇବେ ମହାକାଶଚାରୀ

Ratnamani Maharana

ସୁପର ଓଭରରେ ଟିମ ଇଣ୍ଡିଆର ସୁପର ବିଜୟ

Ratnamani Maharana

ବିଶ୍ୱର ସର୍ବପ୍ରଥମ ଜୀବନ୍ତ ରୋବୋଟ୍‌ ତିଆରି କଲେ ଆମେରିକୀୟ ବୈଜ୍ଞାନିକ

Ratnamani Maharana

ଏକା ସାଥିରେ ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ

Ratnamani Maharana